
ବିଷମକଟକ,୨୫-୧୧-୨୦୨୦(ପ୍ରସ୍ନନ ପଣ୍ଡା):
ରାୟଗଡା ଜିଲ୍ଲା ର ବିଜୁ ଛାତ୍ର ଜନତା ଦଳର କର୍ମକର୍ତ୍ତା ପରେ ଆଜି ବିଜୁ ଯୁବ ଜନତା ଦଳର କର୍ମକର୍ତ୍ତା ନିଯୁକ୍ତି ଘୋଷଣା ହେବା ପରେ ସ୍ଥାନୀୟ କୋଲନରା ଠାରେ ଯୁବ ଓ ଛାତ୍ର ଗୋଷ୍ଟି ନବ ନିଯୁକ୍ତ ରାୟଗଡ଼ା ଜିଲ୍ଲା ବିଜୁ ଯୁବ ଜନତା ଦଳର ଉପସଭାପତି ଶ୍ରୀ ଜଗନ୍ନାଥ ଦୋରା, କୋଲନରା ବ୍ଲକ୍ ବିଜୁ ଯୁବ ଜନତା ଦଳର ସଭାପତି ଶ୍ରୀ ରବୀ କୁମାର ଏବଂ ଛାତ୍ର ସଭାପତି ଶ୍ରୀ ସାନଠୁ ବାବୁ ଙ୍କୁ ଶୁଭେଛା ଓ ସମ୍ବର୍ଦ୍ଧନା ଜଣାଇଛନ୍ତି।
ସେହିପରି ବିଷମକଟକ ର ଶିବା ଜେସିଟି ଙ୍କୁ ବିଜୁଯୁବ ଜନତା ଦଳର ରାୟଗଡା ଜିଲ୍ଲା ଜେନେରାଲ ସେକ୍ରେଟାରୀ ଭାବେ ଚୟନ କରାଯାଇଛି। ସେହିପରି ପଦ୍ମ ପୁର ବ୍କକ୍ ର କୈଳାସ ପାସ୍କା ଙ୍କୁ ରାୟଗଡା ଜିଲ୍ଲା ବିଜୁ ଯୁବ ଜନତା ଦଳର ଉପ ସଭାପତି ,ରମାକାନ୍ତ ମାଝି ଙ୍କୁ ରାୟଗଡା ଜିଲ୍ଲା ବିଜୁ ଯୁବ ଜନତା ଦଳର ସମ୍ପାଦକ ଭାବେ ଚୟନ କରାଯାଇଛି।






