Wednesday, October 14, 2026
Home ଜିଲ୍ଲା କନ୍ଧମାଳ ବେହେରାଗାଁ ରାସ୍ତାରେ ବାଇକ୍‍ ଦୁର୍ଘଟଣାରେ ଜଣେ ମୃତ

ବେହେରାଗାଁ ରାସ୍ତାରେ ବାଇକ୍‍ ଦୁର୍ଘଟଣାରେ ଜଣେ ମୃତ

67

ବାଲିଗୁଡା,୨୫-୧୧-୨୦୨୦.(କେଡିଏନ):
କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଚକାପାଦ ବ୍ଳକ ଓ ଟିକାବାଲି ଥାନା ଅନ୍ତର୍ଗତ ବେହେରାଗାଁ ରାସ୍ତାରେ ଆଜି ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏହି ଦୁର୍ଘଟଣାରେ ଜଣେ ୬୦ ବର୍ଷର ବୃଦ୍ଧା ରିନ୍ଧ ଦିଗାଲଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ସମଗ୍ର ଅଞ୍ଚଳରେ ଶୋକରଛାୟା ଖେଳି ଯାଇଛି।ଖବର ପ୍ରକାରେ, ପାଣିକିଆ ଗ୍ରାମର ରିନ୍ଧ ଦିଗାଲ(୬୦) ଆଜି ବିଦ୍ୟୁତ୍‍ ବିଲ୍‍ ବାନ୍ଧିବା ପାଇଁ ବେହେରା ଗ୍ରାମକୁ ଯାଇଥିଲେ।

ବିଦ୍ୟୁତ୍‍ ବିଲ୍‍ ବାନ୍ଧି ସେ ଫେରୁଥିବା ବେଳେ ପଛପଟୁ ଏକ ବାଇକ୍‍ ଧକ୍କା ଦେଇଥିଲେ। ଫଳରେ ବୃଦ୍ଧା ଜଣକ ଗୁରୁତର ହୋଇ ପଡ଼ିଥିଲେ। ତୁରନ୍ତ ତାଙ୍କୁ ଟିକାବାଲି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲେ ମଧ୍ୟ ଡ଼ାକ୍ତର ମୃତ ଘୋଷଣା କରିଥିଲେ। ଏନେଇ ମୃତକଙ୍କ ନାତି ଟିକାବାଲି ଥାନାରେ ଏକ ଏତଲା ଦେଇଥିବା ବେଳେ ପୁଲିସ୍‍ ଏକ ମାମଲା ରୁଜୁକରି ବାଇକ୍‍ ଜବତ କରିବା ସହିତ ବାଇକ୍‍ ଆହତ ବାଇକ୍‍ ଚାଳକ ଜହନଲାଲ୍‍ ପ୍ରଧାନ ନାମରେ ଏକ ମାମଲା ରୁଜୁକରି ଅଧିକ ତଦନ୍ତ ଚଳାଉଛି। ବାଇକ୍‍ ଚାଳକ ମଧ୍ୟ ଡ଼ାକ୍ତରଖାନାରେ ଭର୍ତ୍ତି ହୋଇଛି।