Saturday, November 14, 2026
Home ଆଞ୍ଚଳିକ ଗ୍ରାସୀମ କମ୍ପାନୀ ସମ୍ଭୁଖରେ ୧୪ ଦିନ ଧାରଣା ପରେ ତ୍ରିପାକ୍ଷିକ ବୈଠକ

ଗ୍ରାସୀମ କମ୍ପାନୀ ସମ୍ଭୁଖରେ ୧୪ ଦିନ ଧାରଣା ପରେ ତ୍ରିପାକ୍ଷିକ ବୈଠକ

14

ଗଞ୍ଜାମ,୨୫-୧୧-୨୦୨୦(ପ୍ରଦୀପ କୁମାର ସାହୁ):
ଗଞ୍ଜାମ ସହରରେ ରହିଥିବା ଗ୍ରାସୀମ କମ୍ପାନୀ ସମ୍ମୁଖରେ ଗଞ୍ଜାମ ସହର ର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବିଭିନ୍ନ ଦାବୀ ନେଇ ୧୪ ଦିନ ଧାରଣା ପରେ ସୋମବାର ଏକ ତ୍ରିପାକ୍ଷିକ ଵୈଠକ ବସିଥିବା ଜଣାପଡିଛି। ଏହି ବୈଠକରେ ପ୍ରଶାସନ ପକ୍ଷରୁ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଠାକୁର ପ୍ରସାଦ ପାତ୍ର,,ତହସିଲଦାର ଅରୁଣ ନାୟକ,ଏସ ଦି ପି ଓ ଗୌତମ କିଷାନ,ଥାନା ଅଧିକାରୀ ଦିଲିପ କୁମାର ସାହୁ,କମ୍ପାନୀ ପକ୍ଷରୁ ଡ଼ି ଜି ଏମ ରବୀନ୍ଦ୍ର କୁମାର ମହାନ୍ତି,ଲୋକ ସମ୍ପର୍କ ସୁଚନା ଅଧିକାରୀ ପ୍ରବୀଣ ଦାଶ ,ଆର ଆଇ ମୁଖ ନିରଜ ପଟନାୟକ ଙ୍କ ସହ କମ୍ପାନୀ କର୍ତ୍ତୁପକ୍ଷ ଏବଂ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ କମିଟିର ସଭାପତି ବୃନ୍ଦାବନ ପଲାଇ, ଜିଲ୍ଲାପରିଷଦ ସଭ୍ୟା ରଶ୍ମିରଣୀ ମହାପାତ୍ର,ବିଜେଡି ନେତା ସୁଧୀର ପାଢ଼ୀ, କୋଷାଧ୍ୟକ୍ଷ ତଥା ନଗର ବି ଜେ ପି ସଭାପତି ସୁଦାମ ଜେନା,ଶ୍ରମିକ ନେତା ଶଙ୍କର ଦାଶ,ରବୀନ୍ଦ୍ର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ। ଗତ ଅକ୍ଟୋବର ମାସରେ କମ୍ପାନୀ ପରିସରରେ କାର୍ଯ୍ୟରତ ଦୁଇଜଣ ଙ୍କ ଦୁର୍ଘଟଣାରେ ମୃତ୍ୟୁ ର ପ୍ରଶାସନିକ ଓ ବୈଷୟୀକ ମିଳିତ ଯୁଗ୍ମ ତଦନ୍ତ କରି ରିପୋର୍ଟ ପ୍ରଦାନ ପାଇଁ କମ୍ପାନୀ କର୍ତ୍ତୁପକ୍ଷ ରାଜି ହୋଇଥିବା ଜଣା ପଡ଼ିଛି।

ଆଲୋଚନା ବେଳେ କମ୍ପାନୀର ସହ ପରିଚାଳକ ଉତ୍ପାଦନ ବିଭାଗର ଆଲୋକ ଦୋରାଙ୍କୁ କମ୍ପାନୀରେ ପୁନଃ ନିଯୁକ୍ତି ପାଇଁ କମିଟି କହିଥିବା ବେଳେ କମ୍ପାନୀ କର୍ତ୍ୟୁପକ୍ଷ କିନ୍ତୁ ଏହି କଥାକୁ ମନା କରିଦେଇଥିବା ସୂଚନା ମିଳିଛି।ଫଳରେ ସେ କୋର୍ଟ ର ଆଶ୍ରୟ ନେବାର ସମ୍ଭାବନା ରହିଥିବା ସୂଚନା ମିଳିଛି। କରୋନା ମହାମାରୀ ସମୟରେ କିଛି ଠିକା ଶ୍ରମିକଙ୍କୁ ଛଟେଇ କରାଯାଇଛି।ସେମାନଙ୍କୁ ପୁନଃ ନିଯୁକ୍ତି ଦେବାପାଇଁ କ୍ରିୟାନୁଷ୍ଠାନ କମିଟି ଦାବି କରିଥିଲା।ସ୍ଥାନୀୟ ଉତ୍ପାଦିତ ଲୁଣ କୁ କମ୍ପାନୀ କିଭଳି କଞ୍ଚାମାଲ ରୂପେ ବ୍ୟବହାର କରିବ ସେନେଇ ଆଲୋଚନା ହୋଇଥିଲା। ସି ଏମ ଆର ପାଣ୍ଠିର କଣ ବିନିଯୋଗ ହୋଇଛି ତାହା ରିପୋର୍ଟ ଆସନ୍ତା ୭ ଦିନ ମଧ୍ୟରେ ଦେବାପାଇଁ ଆଲୋଚନା ହୋଇଥିଲା

ଆଗାମୀ ଦିନରେ କମ୍ପାନୀରେ ହେବାକୁ ଥିବା ନିଯୁକ୍ତି କ୍ଷେତ୍ରରେ ସ୍ଥାନୀୟ ଅଞ୍ଚଳର ଶିକ୍ଷିତ ବେକାର ଯୁବକ ମାନଙ୍କୁ ନିଯୁକ୍ତି ଆଗ୍ରାଧିକାର ଭିତ୍ତିରେ ନିଯୁକ୍ତି ଦେବାପାଇଁ କୁହାଯାଇଥିଲା।ଗଂଜାମ ତାହାଇଲ କାର୍ଯ୍ୟାଳୟ ସମ୍ମୁଖରେ ଥିବା ସରକାରୀ ରାସ୍ତା ଉପରେ ଗ୍ରାସୀମ କମ୍ପାନୀ ଦ୍ୱାରା ନିଆଯାଇଥିବା ବିଷାକ୍ତ ପାଇପ ଲାଇନ ଯାଇଛି।ତାହା ବୈଷୟିକ କମିଟି ଦ୍ୱାରା ତଦନ୍ତ ହେବ ଏହା ପ୍ରଦ୍ୟୁଷଣ ବୋର୍ଡ ଦ୍ୱାରା ହେବ ବୋଲି ବୈଠକରେ ଆଲୋଚନା ହୋଇଥିଲା। ଦୋରାଙ୍କ ପୁନଃ ନିଯୁକ୍ତି ନଦେବା ପର୍ଯ୍ୟନ୍ତ ଧାରଣା ଅବ୍ୟାହତ ରହିବ ବୋଲି କ୍ରିୟାନୁଷ୍ଠାନ କମିଟି କୋଷାଧ୍ୟକ୍ଷ ଶ୍ରୀଜେନା କହିଥିବା ବେଳେ ଆଲୋଚନାରେ ଅଂଶ ଗ୍ରହଣ କରିଥିବା କମିଟି ସଭାପତି ଶ୍ରୀ ପଲାଇ ମଙ୍ଗଳବାର ଏନେଇ କମିଟି ବୈଠକ କରାଯାଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।