Saturday, November 14, 2026
Home ଆଞ୍ଚଳିକ ବ୍ରଜ ମୋହନ ପୁରରେ ପାଇପ ଫାଟି ସାହି ରାସ୍ତା ଜଳାଶୟ

ବ୍ରଜ ମୋହନ ପୁରରେ ପାଇପ ଫାଟି ସାହି ରାସ୍ତା ଜଳାଶୟ

26

ଗଞ୍ଜାମ,୨୫-୧୧-୨୦୨୦( ପ୍ରଦୀପ କୁମାର ସାହୁ):
ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପାନୀୟ ଜଳ ପ୍ରଦାନ ନିମନ୍ତେ ରମ୍ଭା ସହର ର ବ୍ରଜମୋହନ ପୁର ସାହିରେ ଗୃହ ମାନଙ୍କୁ ପାଇପ ସଂଯୋଗ କରାଯାଇଛି। ଏହା ଅଂଚଳ ବାସୀ ମାନଙ୍କ ପାଇଁ ବିଭାଗ ପକ୍ଷରୁ ଉତ୍ତମ ପଦକ୍ଷେପ ହୋଇଥିଲେ ମଧ୍ୟ ସହି ମଧ୍ୟରେ ଗୋଟିଏ ସ୍ଥାନରେ ପାଇପ ଫାଟି ସାହି ସାରା ଜଳାର୍ଣବ ହୋଇ ପଡୁଥିବା ଦେଖିବାକୁ ମିଳିଛି। ଯାହାକୁ ନେଇ ଅଞ୍ଚଳବାସୀ ୫ ଦିନ ହେଲା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି। ସାହି ରେ ୧ହଜାର ରୁ ଉର୍ଦ୍ଧ ଲୋକ ବସବାସ କରୁଛନ୍ତି।

ହେଲେ ଉକ୍ତ ସମସ୍ୟା ଯୋଗୁଁ ଯିବା ଆସିବା କ୍ଷେତ୍ରରେ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସାଧାରଣତଃ ବରିଷ୍ଠ ନାଗରିକ ଓ ଶିଶୁ,ଛାତ୍ର,ଛାତ୍ରୀ ମାନେ ଟିଉସନ ଯିବା ଆସିବା ବେଳେ ରାସ୍ତାରେ ପଡି ଦୃଘଟଣା ଶିକାର ହେଉଥିବା ଲକ୍ଷ କରାଯାଉଛି।ଅନ୍ୟପଟେ ରାସ୍ତାରେ ଯାଉଥିବା ବାଇକ ଓ ସାଇକେଲ ରୁ ଛିଟିକା ପଡି ଲୋକଙ୍କ ମଧ୍ୟରେ ଝଗଡ଼ାର ସୂତ୍ରପାତ ହେଉଛି। ଏନେଇ ସାହି ବାସିନ୍ଦା ଙ୍କ ପକ୍ଷରୁ ବିଭାଗୀୟ କର୍ତ୍ୟୁପକ୍ଷ ଙ୍କୁ ଅଭିଯୋଗ କରାଯାଉଥିଲେ ମଧ୍ୟ ଏଥିପ୍ରତି ଦୃଷ୍ଟି ଦିଆଯାଉନଥିବା ଅଭିଯୋଗ ହେଉଛି। ବିଭାଗୀୟ କର୍ତ୍ତୃପକ୍ଷ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ପାଇପ ସଜାଡିବାକୁ ଦାବି ହେଉଛି।