
ଗୁଣୁପୁର,୨୫-୧୧-୨୦୨୦(ରାମନାଥ ମହାନ୍ତି):
ରାୟଗଡା ଜ଼ିଲ୍ଲା ଜଗନ୍ନାଥପୁର ଗ୍ରାମପଞ୍ଚାୟତ ର ପେଂଗୁଡା ଭୈରବୀ ମନ୍ଦିର ଠାରେ ବିଜେପିର ମଣ୍ଡଳ କମିଟି ଘୋଷଣା କରିବା ସହ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା ।ଏଥିରେ ନୂତନ ଭାବେ ଶତାଧିକ କର୍ମୀ ବିଜେପିରେ ମିସିଥିଲେ ।
ଏଥିରେ ପୃଥିବିରାଜ ପାଢ଼ୀ ମଣ୍ଡଳ ସଭାପତି ଙ୍କ ସହ ୬୧ ଜଣିଆ ମଣ୍ଡଳ କମିଟି ଙ୍କ ନାମ ଘୋଷଣା କରାଗଲା । ଏଥିରେ ୱାଇ.ଗଣପତି ବରିଷ୍ଠ କାର୍ଯ୍ୟକର୍ତା, ପୃଥିବିରାଜ ପାଢ଼ୀ ମଣ୍ଡଳ ସଭାପତି ଏବଂ ଜଗଦିଶ ପଣ୍ଡା ଜିଲ୍ଲା ପ୍ରଥିନିଧିଙ୍କ ପ୍ରଚେଷ୍ଟାରେ ବିଜେପିରେ ଶତାଧିକ କର୍ମୀ ଯୋଗଦାନକଲେ । ରାୟଗଡ଼ା ର ଆଦିବାସୀ ନେତା ବସନ୍ତ ଉଲାକା, ନୂତନଭାବେ ବିଜେପିରେ ଯୋଗ ଦେଇଥିବା କର୍ମୀ ମାନଙ୍କୁ ସମ୍ବର୍ଦନା ଜ୍ଞାପନ କରିବା ସହ ଉତ୍ସାହିତ କରିଥିଲେ ।
ଏଥିରେ ବସନ୍ତ ଉଲାକା ଆଦିବାସୀ ନେତା, ୱାଇ.ଗଣପତି ବରିଷ୍ଠ କାର୍ଯ୍ୟକର୍ତା,ପୃଥିବିରାଜ ପାଢ଼ୀ ମଣ୍ଡଳ ସଭାପତି ଜଗନ୍ନାଥପୁର, ଶ୍ରୀନୁବାସ ସ୍ବାଇଁ ମଣ୍ଡଳ ସଭାପତି ଗୁଣପୁର ନଗର,କିଶୋର ପଣ୍ଡା ବରିଷ୍ଠ କାର୍ଯ୍ୟକର୍ତା,ତାରା ପ୍ରସାଦ ଶତପଥୀ ବରିଷ୍ଠ କାର୍ଯ୍ୟକର୍ତା , ବୃନ୍ଦାବନ ସେନାପତି ବାରିଷ୍ଠ କାର୍ଯ୍ୟକର୍ତା ,ଜଗଦୀଶ ପାତ୍ର ବରିଷ୍ଠ କାର୍ଯ୍ୟକର୍ତା ଏବଂ ଉଦୟାନାଥ ପାଢ଼ୀ ରାଜ୍ୟ ପ୍ରଥିନିଧି ମଞ୍ଚାସିନା ଥିଲେ । ରାମନାଗୁଡାର ବରିଷ୍ଠ କାର୍ଯ୍ୟକର୍ତା ଚିନ୍ନା କଣ୍ଡଗୋରୀ ,କୁଜେନ୍ଦ୍ରୀ ମଣ୍ଡଳ ସଭାପତି ଧନୁ ବେହେରା , ଡମ୍ବସରା ର ବରିଷ୍ଠ କାର୍ଯ୍ୟକର୍ତା ବିଦ୍ୟା ଶବର ଉପସ୍ଥିତ ଥିଲେ । ଭଗବାନ ଚୌଧୁରୀ ବୈଠକ ସଂଯୋଜନା କରିଥିଲେ ।










