ଜଟଣୀ,୨୫-୧୧-୨୦୨୦(ସଞ୍ଜୀବ କୁମାର): ତହସିଲ କୁହାଯାଉଥିବା ଜଟଣୀ ତହସିଲ କାର୍ଯ୍ୟାଳୟରେ ଦିର୍ଘ ଦିନଠାରୁ ହେଉନି ଜନସାଧାରଣଙ୍କ କାର୍ଯ୍ୟ । ଅର୍ଥାତ କର୍ମଚାରୀମାନଙ୍କ ମନମୂଖୀ କାର୍ଯ୍ୟକୁ ନେଇ ଏବେ ଜନସାଧାରଣ ଅତିଷ୍ଠ ହେଲେଣି । ଯେତେ ଗୁହାରୀ କଲେ ମଧ୍ୟ ତହସିଲଦାର ଓ ଆଡିସନାଲ ତହସିଲଦାର କାହାରି ଶୁଣୁନାହାନ୍ତି ବୋଲି କହୁଛନ୍ତି ଜନସାଧାରଣ । ଏପରିକି କ୍ୟାନ୍ସର ରୋଗୀଙ୍କ ଗୁହାରୀ ମଧ୍ୟ ଶୁଣୁ ନାହାନ୍ତି ବୋଲି ଅଭିଯୋଗ ହେବାପରେ ଗତ ଜାନୁୟାରୀ ମାସ ୨୪ତାରିଖରେ ଛାତ୍ର ଶକ୍ତି ସଂଗଠନ ପକ୍ଷରୁ ତହସିଲ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା ।
ଜଟଣୀ ତହସିଲଦାରଭାବେ ତପନ କୁମାର ମହାପାତ୍ର ଏବଂ ଆଡିସନାଲ ତହସିଲଦାର ଦିଲିପ କୁମାର ଷଡଙ୍ଗୀ, ସୁଭେନ୍ଦୁ କୁମାର ସାହୁ ଓ ଶଶିଭୂଷଣ ମିଶ୍ର ପ୍ରମୁଖ ଦାୟିତ୍ୱ ନେବାପରେ ଜଟଣୀ ତହସିଲରେ ଲୋକମାନଙ୍କ କୌଣସି କାର୍ଯ୍ୟ ହେଉନଥିବା ଅଭିଯୋଗ ହୋଇଛି । ସାଧାରଣ ଲୋକମାନଙ୍କର କୈାଣସି କାମ ପାଇଁ ଗଲେ କର୍ମଚାରୀ ନଥିବା କହୁଥିବା ବେଳେ ଆଉ କେତେବେଳେ ଅନ୍ୟ ଡ୍ୟୁଟିରେ ଯାଇଛନ୍ତି ବୋଲି କହି ସେମାନଙ୍କୁ ସେଠାରୁ ବିଦା କରାଯାଉଛି । ଜଟଣୀ ତହସିଲ କାର୍ଯ୍ୟାଳୟରେ ଲୋକମାନଙ୍କର ବାର୍ଷିକୋ ଆୟକର ପ୍ରମାଣପତ୍ର,ବାସସ୍ଥାନ ପ୍ରମାଣପତ୍ର, ଜାତିଗତ ପ୍ରମାଣପତ୍ର,ପଛୁଆବର୍ଗ ପ୍ରମାଣପତ୍ର, ଅନୁସୁଚିତ ଜାତି ପ୍ରମାଣପତ୍ର,ଉତରାଧୀକାରୀ ପ୍ରମାଣପତ୍ର ଓ ଆର୍ଥୀକ ଦୁର୍ବଳଶ୍ରେଣୀୟ ପ୍ରମାଣପତ୍ର, ଏଭିକସନ,ମ୍ୟୁଟେସନ ଓ କନଭରସେସନ ଇତ୍ୟାଦି କାର୍ଯ୍ୟ ଦୈନନ୍ଦିନ ଆବଶ୍ୟକତା ପଡିଥାଏ ।
ଏନେଇ ପ୍ରତିଦିନ ଜଟଣୀ ବ୍ଲକ ଏବଂ ପୈାରପରିଷଦ ଅଧିନସ୍ଥ ଶହଶହ ଜନସାଧାରଣ ତହସିଲ କାର୍ଯ୍ୟାଳୟକୁ ଆସିଥାନ୍ତି । ମାତ୍ର ତହସିଲ କର୍ମଚାରୀମାନେ ଅଧିକାଂଶ ସମୟ ଅନୁପସ୍ଥିତ ରହୁଥିବାରୁ ଜନସାଧାରଣମାନେ ନାହିଁ ନଥିବା ଅସୁବିଧାର ସମୁଖୀନ ହେଉଛନ୍ତି । ଏପରିକି ଛାତ୍ରଛାତ୍ରୀ ଓ ରୋଗୀମାନେ ମଧ୍ୟ ହଇରାଣ ହରକତ ହେଉଥିବା ଦୃଷ୍ଟିକୁ ଆସୁଛି । ଅନ୍ୟ ପକ୍ଷରେ ଆଡିସନାଲ ତହସିଲଦାରଙ୍କୁ ସାର୍ଟିଫିକେଟ ଦାୟିତ୍ୱ ଦିଆଯାଇଥିବା ବେଳେ ୩ଜଣ ଆଡିସନାଲ ତହସିଲଦାର ବିଭିନ୍ନ କାର୍ଯ୍ୟରେ ନିୟୋଜିତ ହେଉଥିବାରୁ ସାର୍ଟିଫିକେଟ କାମ ହୋଇପାରୁନାହିଁ । ତେଣୁ ସ୍ୱତନ୍ତ୍ରଭାବେ ଜଣେ କିରାଣୀ କିମ୍ବା ଅନ୍ୟଜଣେ ଦକ୍ଷ କର୍ମଚାରୀଙ୍କୁ ଏହି ଦାୟିତ୍ୱ ପ୍ରଦାନ କରାଯାଉ । ସେହିପରି ଜାତିଗତ ଓ ଆୟକର ପ୍ରମାଣପତ୍ର ଠିକ ସମୟରେ ନମିଳିବାରୁ ଛାତ୍ରଛାତ୍ରୀମାନେ ସ୍କୁଲ, କଲେଜରେ ଆଡମିଶନ କରିପାରୁ ନାହାନ୍ତି ।
ଅନ୍ୟପଟେ ସରକାର ସମସ୍ତ କ୍ଷେତ୍ରରେ ଲୋକମାନଙ୍କୁ ସୁବିଧାସୁଯୋଗ ଯୋଗାଇଦେବାଲାଗି ବିଭିନ୍ନ ବ୍ୟବସ୍ଥା ହାତକୁ ନେଉଥିବା ବେଳେ ଜଟଣୀ ତହସିଲ କାର୍ଯ୍ୟାଳୟରେ ଏଭଳି ମନମୂଖୀ କାର୍ଯ୍ୟକୁ ନେଇ ଜନଅସନ୍ତୋଷ ତେଜିବାରେ ଲାଗିଛି । ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।














