
ଜଟଣୀ,୨୫-୧୧-୨୦୨୦(ସଞ୍ଜୀବ କୁମାର):
ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଲକ ଅନ୍ତର୍ଗତ ନିରଂଜନପୁର ଠାରେ ଥିବା ରଘୁନାଥ ଆଚଂଳିକ ଉଚ୍ଚବିଦ୍ୟାଳୟ ପରିସରରେ ମଙ୍ଗଳବାର ଇକୋ କ୍ଲବ ପକ୍ଷରୁ ଜାତୀୟ ସବୁଜବାହିନୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି ଅବସରରେ ମୂଖ୍ୟ ଅତିଥୀଭାବେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଜବାହାରଲାଲ ସୁବୁଦ୍ଧୀ ଯୋଗଦେଇଥିବା ବେଳେ ମୂଖ୍ୟ ଅତିଥୀଭାବେ ସାମ୍ବାଦିକ ରାଜ କିଶୋର ସ୍ୱାଇଁ ଏବଂ ସମ୍ମାନୀତ ଅତିଥୀଭାବେ ଦେବରାଜ ବେହେରା, କୃର୍ଷ୍ଣଚନ୍ଦ୍ର ମତଗଜସିଂହ, ନାରାୟଣ ବେହେରା, ଭିମସେନ ଭୂଜବଳ ପ୍ରମୁୂଖ ଯୋଗଦେଇଥିଲେ ।
ଏହି ସବୁଜ ବାହିନୀ କାର୍ଯ୍ୟକ୍ରମ ଅବସରରେ ଅତିଥୀମାନେ ବୃକ୍ଷର ଆବଶ୍ୟକତା ଏବଂ ଆମ ପରିବେଶ ଭିତିକ ବିଭିନ୍ନ ବକ୍ତବ୍ୟ ରଖିଥିଲେ । ଏହା ସହିତ ବିଦ୍ୟାଳୟ ପରିରରେ ଅତିଥୀମାନଙ୍କ ଦ୍ୱାରା ବୃକ୍ଷ ରୋପଣ କରାଯାଇଥିଲା । ଆୟୋଜିତ ଏଡି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି କ୍ଷେତ୍ରବାସୀ ମହାରଣା, ଦକ୍ଷୀଣକାଳି ଉପ୍ରା ବିଦ୍ୟାଳୟର ପ୍ରଧାନଶିକ୍ଷକ ଅକ୍ଷୟ କୁମାର ପାଲଟାସିଂହ, ସିଆରସିସି ସୁନିଲ ଦାସ, ଚିତରଂଜନ ସାହୁ, ଅକ୍ଷୟ ପ୍ରଧାନ,ବିପିନୀ ଦାସ, କିଶୋର ସୁବୁଦ୍ଧୀ,ଶିକ୍ଷୟତ୍ରୀ ସାବିତ୍ରୀ ମିଶ୍ର,ଗଣେଶ ବେହେରା,ନରେନ୍ଦ୍ର କୁମାର ମୁଦୁଲୀ ପ୍ରମୁଖ ପରିଚାଳନା କରିଥିବା ବେଳେ କାର୍ଯ୍ୟକ୍ରମ ଶେଷରେ ଇକୋ କ୍ଲବ ଦାୟିତ୍ୱରେଥିବା ଶିକ୍ଷକ ମନୋରଂଜନ ପାଟଶାହାଣୀ ଧନ୍ୟବାଦ ଅର୍ପଣ କରିଥିଲେ ।





