
ବାଲିଗୁଡା,୨୫-୧୧-୨୦୨୦(ସୁକାନ୍ତ କୁମାର ତ୍ରିପାଠୀ):
କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ବୁଡ୍ରୁକିଆ ପଂଚାୟତ ର ମାଦିନାଟ, ବାଲିସୁଗା ଏବଂ ବୁଡ୍ରୁକିଆ ଅଞ୍ଚଳ ଦେଇ ଖଡଗ ନଦୀ ପ୍ରଭାବିତ ହୋଇଛି | ଏହି ପାହାଡ଼ର ପାର୍ଶ୍ୱରେ ଲାଗିଥିବା ଗଞ୍ଜେଇ ଚାଷ ଜମିରେ ଗତକାଲି ଚଢ଼ାଉ କରାଯାଇଥିଲା | ୧୯୫ଏକର ଅଂଚଳ ପରିମିତ ଜମିରେ ଚାଷ ହୋଇଥିବା ଗଞ୍ଜେଇ ବୃକ୍ଷ କୁ କାଟି ପୋଡି ନଷ୍ଟ କରାଯାଇଛି | ଏହାର ଆନୁମାନିକ ମୂଲ୍ୟ ୧୯ କୋଟି ୫୦ ଲକ୍ଷ ରୁ ଉର୍ଦ୍ଧ ହେବ ବୋଲି ପୋଲିସ ବିଭାଗ ସୂଚନା ମିଳିଛି | ଗଞ୍ଜେଇ ଚାଷ ପାଇଁ ପାହାଡ ଉପରେ କୁତ୍ରିମ ପୋଖରୀ ତିଆରି କରାଯାଇଛି | ପୋଲିସ ଓ ଏକ୍ସାଇଜ୍ ଉଦ୍ୟମରେ ବ୍ୟବହୃତ ହୋଇଥିବା ଜିନିଷ କୁ ପୋଲିସ ଜବତ କରିଛି | ଏହି ଘଟଣା ରେ ବାଲିଗୁଡା ଥାନାରେ ଏକ ମାମଲା ରୁଜୁ କରି ଏହାର ତଦନ୍ତ ଡିଏସପି ଅଭିନବ ଶଙ୍କର ସୂଚନା ଦେଇଛନ୍ତି |



