Saturday, November 14, 2026
Home ଆଞ୍ଚଳିକ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ପକ୍ଷରୁ ଭଂଜନଗର ପ୍ରଶାସନିକ ଅଧିକାରୀଙ୍କୁ କୋରନା ଯୋଦ୍ଧା ସମ୍ବର୍ଦ୍ଧନା

ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ପକ୍ଷରୁ ଭଂଜନଗର ପ୍ରଶାସନିକ ଅଧିକାରୀଙ୍କୁ କୋରନା ଯୋଦ୍ଧା ସମ୍ବର୍ଦ୍ଧନା

146

ଭଞ୍ଜନଗର,୨୫-୧୧-୨୦୨୦(ନିଲୁ ବିଷୋୟୀ): କୋରନା ମହାମାରୀ ସମୟରେ ନିଜର ସ୍ୱାର୍ଥ କୁ ପଛରେ ପକାଇ ଜନସାଧାରଣଙ୍କୁ ସୁରକ୍ଷିତ ରଖିବା ପାଇଁ ଭଞ୍ଜନଗର ପ୍ରଶାସନ ପକ୍ଷରୁ ଜନସାଧାରଣ ଙ୍କ ପାଇଁ କରାଯାଇଥିବା କାଯ୍ୟ ଅତୁଳନୀୟ। ଏହି କର୍ମରେ ଭଞ୍ଜନଗରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ପକ୍ଷରୁ ଭଞ୍ଜନଗର ପ୍ରଶାସନର ସମସ୍ତ କାଯ୍ୟାଳୟ ମାନଙ୍କୁ କୋରନା ଯୋଦ୍ଧା ଭାବେ ସମ୍ବର୍ଦ୍ଧିତ କରାଯାଇଛି।

ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲର ଅଧକ୍ଷ ଚିନ୍ମୟ କୁମାର ପ୍ରଧାନଙ୍କ ନେତୃତ୍ୱରେ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ସମାଜ ସେବୀ ତଥା ଜିଲ୍ଲା ଖବର ୱେବ ମିଡ଼ିଆ ସାମ୍ବାଦିକ ବବି ଅନନ୍ତ ନାଗ ରଥ ଓ ନିଲୁ ବିଷୋୟୀ ପ୍ରମୂଖ ଉପସ୍ଥିତ ରହି ପ୍ରଶାସନିକ ଅଧିକାରୀ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ , ତହସିଲଦାର ଆଲୋକ କୁମାର ପ୍ରଧାନ , ଉପଖଣ୍ଡ ମେଡିକାଲ ଅଧିକ୍ଷକ ସିତଂ।ଶୁ ଶେଖର ଶତପଥୀ , ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ , ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଫକୀର ମୋହନ ମାଝୀ , ଭଞ୍ଜନଗର ଏନ.ଏ. ସି କାଯ୍ୟ ନିର୍ବାହୀ ଅଧିକାରୀ ଚିନ୍ମୟ ଆଚାର୍ଯ୍ୟ ଓ ଅଗ୍ନିଶମ ବିଭାଗ ଅଧିକାରୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।