
ଭୁବନେଶ୍ବର,୨୪-୧୧-୨୦୨୦: ବିଧାନସଭା ଅଧିବେଶନ ଚାଲୁଥିବା ବେଳେ ମୁଖ୍ୟ ଫାଟକ ଆଗରେ କିରୋସିନ ଢାଳି ସ୍ୱାମୀ, ସ୍ତ୍ରୀ ଆତ୍ମାହୁତି ଉଦ୍ୟମ । ଏପରି ଘଟଣା ଦେଖିବାକୁ ମିଳିଛି । ଆତ୍ମାହୁତି ଉଦ୍ୟମ ବେଳେ ଉଭୟଙ୍କୁ ପୁଲିସ କାବୁ କରିଛି ଏବଂ କିରୋସିନ ଓ ଦିଆସିଲ ଜବତ କରିଛି । ଆତ୍ମହତ୍ୟା ଉଦ୍ୟମ କରୁଥିବା ଦମ୍ପତି ନୟାଗଡ଼ର ବୋଲି ଜଣାପଡିଛି । ୫ ବର୍ଷର ଝିଅ ହତ୍ୟା ମାମଲାରେ ନ୍ୟାୟ ନପାଇବାରୁ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ନ୍ୟାୟ ନମିଳିଲେ ଆତ୍ମହତ୍ୟା କରିବେ ବୋଲି ଦମ୍ପତି କହିଛନ୍ତି ।



