
ଜଟଣୀ,୨୪-୧୧-୨୦୨୦(ସଞ୍ଜୀବ କୁମାର):ଖୋର୍ଦ୍ଧା ଜିଲ୍ଲା ଜଟଣୀ ପୈାରପରିଷଦ ପକ୍ଷରୁ ସ୍ଥାନୀୟ ଟାଉନହଲ ସ୍ରଷ୍ଠାଠାରେ ସ୍ୱଛ ସର୍ବେକ୍ଷଣ-୨୦୨୧ ଚଳିତ ମାସ ୪ତାରିଖରୁ ଆରମ୍ଭ ହୋଇଥିବା ବେଳେ ୨୨ତାରିଖ ସୋମବାର ଉଦଯାପିତ ହୋଇଯାଇଛି । ଭୂବନେଶ୍ୱର ଉପଜିଲାପାଳ ଦେବବ୍ରତ ସାହୁଙ୍କ ଆତିଥ୍ୟରେ ଏହି କାର୍ଯ୍ୟକ୍ରମର ସମାପନ ହୋଇଥିଲା ।
ଏହି କ୍ରମରେ ଚଳିତମାସ ୪ ତାରିଖ, ୧୬ ଏବଂ ୨୨ ତାରିଖ ପର୍ଯ୍ୟନ୍ତ ୩ଟି ପର୍ଯ୍ୟାୟରେ କାର୍ଯ୍ୟକ୍ରମର ଆୟୋଜିତ ହୋଇଥିଲା । ପରିମଳ ଓ ବର୍ଜ୍ୟବସ୍ତୁ ପରିଚାଳନା ନିମନ୍ତେ ଏହି ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଜଟଣୀ ପୈାରପରିଷଦ ସହରୀକରଣର ଅନେକ ବ୍ୟବସ୍ଥା ଅତିନିମ୍ନମାନର ହେଉଥିବା ଅଭିଯୋଗ ହୋଇଆସୁଥିଲା ।
ଏପରିକି ପୈାରପରିଷଦ ଅଧିନରେ ରହିଥିବା ୨୩ଟି ୱାର୍ଡ ମଧ୍ୟରୁ ରେଳପଥ ଅଂଚଳରେ ରହିଛି ୭ଟି ୱାର୍ଡ । ଉକ୍ତ ୱାର୍ଡ ଗୁଡିକରେ ରେଳପଥ ସ୍ୱଛତାପ୍ରତି ଗୁରୁତ୍ୱ ଦେଉଥିବା ବେଳେ ପୈାରପରିଷଦ ଅଧିନରେ ରହିଥିବା ଆଉ ୧୫ଟି ୱାର୍ଡ ପ୍ରତି ପୈାରପରିଷଦ ସଚେତନ ନାହିଁ । କାରଣ ଜଟଣୀ ପୁର୍ଣ୍ଣ ମାତ୍ରାରେ ଏପର୍ଯ୍ୟନ୍ତ ସପୁର୍ଣ୍ଣ ସ୍ୱଛତା ପାଳନ କରିପାରୁ ନାହିଁ ।
ମୁକୁଳା ଅବସ୍ଥାରେ ନାଳନର୍ଦ୍ଧମା ପଡିଥିବା ବେଳେ ବର୍ଷବର୍ଷ ଧରି କେତେକ ଡ୍ରେନ ଆଜି ପର୍ଯ୍ୟନ୍ତ ସଫା ହୋଇନାହିଁ । ଫଳରେ ବର୍ଷାଦିନେ ଜଟଣୀ ଉବୁଟୁବୁ ହୋଇଥାଏ । ଏହି କ୍ରମରେ ଜଟଣୀର ପୈାରପରିଷଦ ଅଧିନ ୱାର୍ଡ ନଂ ୧୨ ସ୍ମଶାନ ନିକଟରେ ରହିଥିବା ଝୁମ୍ପୁଡି ବାସିନ୍ଦାଙ୍କ ପାଇଁ ସୁବିଧାସୁଯୋଗ ସାତସପନ ପାଲଟିଛି ।
ମୁକୁଳା ଡ୍ରେନଯୋଗୁଁ ଦୁର୍ଗନ୍ଧରେ ଲୋକେ ରହିବା ଅସମ୍ଭବ ହେଉଥିବା ବେଳେ ସାହି ମଧ୍ୟରେ ଡାଏରୀଫାର୍ମ ଅନ୍ୟତମ ସମସ୍ୟା ହୋଇରହିଛି । ଏଥିପ୍ରତି କାହାରୀ ଦୃଷ୍ଟିନାହିଁ କିମ୍ବା ଅଭିଯୋଗ କଲେ ମଧ୍ୟ କେହି ଶୁଣନ୍ତି ନାହିଁ ବୋଲି କହିଛନ୍ତି ୱାର୍ଡ ବାସିନ୍ଦାମାନେ । ଅନ୍ୟ ପକ୍ଷରେ ଏସବୁ ସମସ୍ୟାକୁ ସୁଧାରିବାଲାଗି ପୈାରପରିଷଦ ପୁଣି ଅଂଟାଭିଡିଛି ।
ମାତ୍ର ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ସହରାଚଂଳକୁ ସ୍ୱଛତା ରଖିବାକୁ ସମସ୍ତ ପୈାରପରିଷଦକୁ ନିର୍ଦ୍ଧେଶ ଦେଇଥିଲେ । ତେବେ ଏନେଇ ଜଟଣୀ ପୈାରପରିଷଦ ପକ୍ଷରୁ ସହରର ସ୍ୱଛତା ଉପରେ ଗୁରୁତ୍ୱ ଦିଆଯାଇଥିଲା । ପ୍ରତିଦିନ ସହରାଂଚଳକୁ ସଫେଇ କରାଯିବାପରେ ବ୍ୟବସାୟୀମାନଙ୍କୁ ସ୍ୱଛତା ବଜାୟ ରଖିବାକୁ ସଚେତନତା ମାଧ୍ୟମରେ ନିର୍ଦ୍ଧେଶ ଜାରିକରାଯାଇଛିଜଟଣୀ,୨୪-୧୧-୨୦୨୦(ସଞ୍ଜୀବ କୁମାର): ଖୋର୍ଦ୍ଧା ଜିଲ୍ଲା




