Home ଜିଲ୍ଲା ଖୋର୍ଦ୍ଧା ଭୋଟର ତାଲିକା ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ

ଭୋଟର ତାଲିକା ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ

22

ଜଟଣୀ,୨୪-୧୧-୨୦୨୦(ସଞ୍ଜୀବ କୁମାର): ଖୋର୍ଦ୍ଧା ଜିଲ୍ଲା ଜଟଣୀ ପୈାରପରିଷଦ ପକ୍ଷରୁ ସୋମବାର ସ୍ଥାନୀୟ ଟାଉନହଲ ସ୍ରଷ୍ଟାଠାରେ ଭୋଟର ମାନଙ୍କ ସମସ୍ୟାକୁ ସରଳିକରଣ କରି ସେମାନଙ୍କୁ ଭୋଟରକାର୍ଡ ଦ୍ୱାରା ନାଗରୀକତ୍ୱର ପରିଚୟ ଦେବାଲାଗି ସରକାରଙ୍କ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଭୋଟର ସଂଶୋଧନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ପୈାରାଚଂଳ ଅଧିନରେଥିବା ବିଏଲଓ ଏବଂ ବିଏଲଓ ସୁପରଭାଇଜର ମାଧ୍ୟମରେ ଜଟଣୀ ପୈାରାଚଂଳରେ ରହୁଥିବା ଭୋଟରମାନଙ୍କୁ ଭୋଟଦେବାର ଅଧିକାର ସାବ୍ୟସ୍ତ କରିବେ ।

ସହରରେ ଅନେକ ବ୍ୟକ୍ତି ରହିଛନ୍ତି ଯେଉଁମାନଙ୍କର ବୟସ ୧୮ବର୍ଷରୁ ଉର୍ଦ୍ଧ୍ୱ ହେଲାଣି ହେଲେ ଏପର୍ଯ୍ୟନ୍ତ ଭୋଟରକାର୍ଡ ତଥା ଏପିକକାର୍ଡ ହୋଇପାରିନାହିଁ । ଏକ ସର୍ଭେ ଅନୁଯାୟୀ ଆଜି ପର୍ଯ୍ୟନ୍ତ ୧୨୮ଜଣଙ୍କ ଭୋଟର ତାଲିକାରେ ନାମ ରହିଥିବା ବେଳେ ସେମାନଙ୍କର ଭୋଟରକାର୍ଡରେ ଫଟୋ ସଲଗ୍ନ ହୋଇପାରି ନାହିଁ ।

ଏଥି ସହିତ ୪ହଜାର ୩୩ଜଣ ଭୋଟରଙ୍କ ଏପିକକାର୍ଡରେ ତ୍ରୁଟି ହୋଇଥିବା ପରିଲିକ୍ଷିତ ହୋଇଥଇବା କୁହାଯାଇଛି । ଫଳରେ ସରକାର ଓ ଇଲେକ୍ସନ କମିଶନରଙ୍କ ନିର୍ଦ୍ଧେଶକ୍ରମେ ସେମାନେ ଭୋଟଦେବାରୁ ବଚିଂତ ହୋଇପାରନ୍ତି । ତେଣୁ ସେମାନଙ୍କୁ ଏଥିରେ ସାମିଲ କରାଯାଇ ସେମାନଙ୍କୁ ଏପିକକାର୍ଡ ପ୍ରଦାନ କରାଯିବ ।

ଏନେଇ ଚଳିତମାସ ୨୮,୨୯ ଓ ଆସନ୍ତାମାସ ୫ ଓ ୬ ତାରିଖ ଦିନ ଭୋଟର ସଂଶୋଧନ କାର୍ଯ୍ୟକ୍ରମ ଆୟୋଜିତ ହେବ ବୋଲି ଜଟଣୀ ପୈାରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ସହକାରୀ ଇଲେକ୍ଟୋରାଲ ରେଜିଷ୍ଟେସନ ଅଫିସର ଦିଲିପ କୁମାର ମହାନ୍ତୀଙ୍କ ତତ୍ୱାବଧାନରେ ବିଏଲଓ, ବିଏଲଓ ସୁପରଭାଇଜର ଏବଂ ପୈାରକର୍ମଚାରୀମାନଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।

ଏଥିରେ ଭୋଟରମାନଙ୍କ ସରଳିକରଣରେ ଏପିକକାର୍ଡ ପ୍ରସ୍ତୁତ କରାଯିବାକୁ ଯେଉଁ ପ୍ରଶିକ୍ଷଣ ହାତକୁ ନିଆଯାଇଛି ସେଗୁଡିକୁ ଅନ୍ତରାଳେ ପାଳନ କରିବାକୁ ନିର୍ଦ୍ଧେଶନାମା ଜାରିକରାଯାଇଛି । ଏନେଇ ବିଏଲଓମାନେ ପ୍ରତ୍ୟେକ ୱାର୍ଡର ଘରକୁ ଘରବୁଲି ଭୋଟରମାନଙ୍କ ସବିଶେଷ ତଥ୍ୟ ଓ ପ୍ରମାଣପତ୍ର ସଂଗ୍ରହ କରିବେ ବୋଲି ବୈଠକରେ କୁହାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ପୈାରପରିଷଦର ଟିକସ ଦାରୋଗା ତଥା କନିଷ୍ଠଯନ୍ତ୍ରୀ ପ୍ରଭାତ ରଂଜନ ବାରିକ ବୁଥ ନଂ ୧୭୨ରୁ ୧୮୫ ଦାୟିତ୍ୱରେ ରହିବେ ,ଲାଇସେନ୍ସ ଇନ୍ସପେକ୍ଟର ତଥା କନିଷ୍ଠଯନ୍ତ୍ରୀ ତ୍ରିଲୋଚନ ସାମନ୍ତରାୟ ବୁଥ ନଂ ୧୮୬ରୁ ୧୯୫ ଏବଂ ୨୧୧ରୁ ୨୧୪ ବୁଥ ଦାୟିତ୍ୱ ତୁଲାଇବେ । ସେହିକ୍ରମରେ ନିର୍ବାଚନ ସହାୟକ ରମେଶ ଚନ୍ଦ୍ର ଦାସ ବୁଥ ନଂ ୨୧୫ରୁ ୨୨୮ ଦାୟିତ୍ୱରେ ରହିବେ ବୋଲି କୁହାଯାଇଛି ।

ସେହିପରି ଜଟଣୀ ବ୍ଲକ କାର୍ଯ୍ୟାଳୟଠାରେ ଏହି ଭୋଟର ସଂଶୋଧନ କାର୍ଯ୍ୟକ୍ରମ ବିଡିଓ ତଥା ଇଲେକ୍ଟୋରାଲ ରେଜିଷ୍ଟେସନ ଅଫିସର ଏସ କେ ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା । ଜଟଣୀ ବ୍ଲକ ଅଧିନରେ ରହିଥିବା ୧୫ଟି ପଚାଂୟତର ଗ୍ରାମାଚଂଳରେ ରହିଥିବା ୧୬ଟି ଭୋଟକେନ୍ଦ୍ର ଅଧିନରେ ରହିଥିବା ଭୋଟରମାନଙ୍କ ପାଇଁ କିପରି ଭୋଟର ପରିଚୟପତ୍ର ତଥା ଏପିକକାର୍ଡ ପ୍ରସ୍ତୁତ ହୋଇପାରିବ ସେନେଇ ଆଜି ବୈଠକରେ ଆଲୋଚନା ହୋଇଥିଲା ।

ଯେଉଁମାନେ ଏହି କାର୍ଡ ପାଇବାରୁ କୈାଣସି କାରଣରୁ ବଚିଂତ ହୋଇଛନ୍ତି ସେମାନଙ୍କ ପାଇଁ ମଧ୍ୟ ଉପରଲିଖିତ ପୈାରାଚଂଳ ତିଥୀଗୁଡିକରେ କାର୍ଯ୍ୟକ୍ରମ କରାଯିବ । ନଭେମ୍ବର ୨୮ଓ ୨୯ ତାରିଖ ଏବଂ ଡିସେମ୍ବର ୫ ଓ ୬ ତାରିଖ ଧାର୍ଯ୍ୟ କରାଯାଇଛି । ଏଥିରେ ମଧ୍ୟ ବିଏଲଓ ଓ ବିଏଲଓ ସୁପରଭାଇଜରମାନେ ସହଯୋଗ କରିବେ ବୋଲି କୁହାଯାଇଛି ।