Thursday, October 15, 2026
Home ଜିଲ୍ଲା କନ୍ଧମାଳ ସଲଗୁଡ଼ା ପଞ୍ଚାୟତରେ ଗଞ୍ଜେଇ ଚାଷ ନଷ୍ଟ

ସଲଗୁଡ଼ା ପଞ୍ଚାୟତରେ ଗଞ୍ଜେଇ ଚାଷ ନଷ୍ଟ

51

ବାଲିଗୁଡା,୨୪-୧୧(ସୁକାନ୍ତ କୁମାର ତ୍ରିପାଠୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ସଲଗୁଡ଼ା ପଞ୍ଚାୟତ ର ମେଲସିକିଆ ,ଡଡଗମୁଣ୍ଡା,ଗୁଣ୍ଡିଲି ପ୍ରଭୁତି ଅଂଚଳ ରେ ପ୍ରାୟ 19 କୋଟି ଟଙ୍କାରୁ ଉର୍ଦ୍ଧ ମୂଲ୍ୟର ବେଆଇନ ଗଂଜେଇ ଚାଷ ନଷ୍ଟ କରିଛନ୍ତି ବାଲିଗୁଡା ପୋଲିସ l ଅପରେସନ ଗଂଜେଇ ନଷ୍ଟ ଅଭିଯାନରେ ଚଢାଉ କରି 190 ଏକର ଜାଗାର ଗଞ୍ଜେଇ ଗଛ କାଟି ପୋଡି ଦିଆଯାଇଛି l ବାଲିଗୁଡା ଥାନା ଅଞ୍ଚଳର ବିଭିନ୍ନ ପଞ୍ଚାୟତରେ ବେଆଇନ ଗଂଜେଇ ଚାଷ ହେଉଥିବା ପାଇ ପୋଲିସ ଓ ଅବକାରୀ ବିଭାଗ ର ମିଳିତ ଟିମ ଚଢ଼ାଉ କରିଛନ୍ତି l





























ଏହି ଅଭିଯାନ ରେ ବାଲିଗୁଡା ଏସ.ଡି.ପି.ଓ ମାନସ ରଞ୍ଜନ ବାରିକ, ଥାନା ଅଧିକାରୀ, ପୋଲିସ କର୍ମଚାରୀ ଓ ଅବକାରୀ ବିଭାଗ ର କର୍ମଚାରୀ ଉପସ୍ଥିତି ରେ ଗଂଜେଇ ଗଛ ନଷ୍ଟ ଅଭିଯାନରେ ସାମିଲ ରହିଥିଲେ | ବାଲିଗୁଡା ଉପଖଣ୍ଡ ଆରକ୍ଷୀ ଅଧିକାରୀ ମାନସ ରଞ୍ଜନ ବାରିକ ଓ ଥାନା ଅଧିକାରୀ ପ୍ରଶାନ୍ତ ବେହେରା ନିଜେ ହାତରେ କଟର ମେସିନ ଧରି ସ୍କ୍ୱାର୍ଡ ଟିମ ସହ ଏକର ଏକର ପରିମିତ ଜଙ୍ଗଲ ରେ ବେଆଇନ ଗଂଜେଇ ଗଛ ଗୁଡିକୁ କାଟି ନଷ୍ଟ କରିଛନ୍ତି |