Home ଆଞ୍ଚଳିକ ୩ ଗୋଟି ଚୋରା ବାଇକ ଜବତ, ଜଣେ ଗିରଫ

୩ ଗୋଟି ଚୋରା ବାଇକ ଜବତ, ଜଣେ ଗିରଫ

45

ବୁଗୁଡା ୨୩-୧୧(ଡ଼ଃ. କୁମୁଦ ଚନ୍ଦ୍ର ବେହେରା): ଗଞ୍ଜାମ ଜିଲ୍ଲାର ବୁଗୁଡା ଥାନା ପୋଲିସକୁ ଏକ ସଫଳତା ମିଳିଥିବା ଜଣା ପଡ଼ିଛି। ବୁଗୁଡା ଥାନା ଆରକ୍ଷୀ ନିରୀକ୍ଷକ ଚିତ୍ତରଞ୍ଜନ ବେହେରାଙ୍କ ନିର୍ଦ୍ଦେଶ କ୍ରମେ ଉପ ଆରକ୍ଷୀ ନିରୀକ୍ଷକ କାର୍ତ୍ତିକ ନାୟକଙ୍କ ନେତୃତ୍ୱରେ ପୋଲିସ ବାହିନୀ ବୁବୁଡ ଥାନା ଅନ୍ତର୍ଗତ ଜଗନ୍ନାଥପ୍ରସାଦ ବ୍ଲକର ନିମପଦର ଗ୍ରାମରେ ଚଢ଼ାଉ କରି ୩ ଗୋଟି ଚୋରା ବାଇକ ଜବତ କରିବା ସହ ସେହି ଗ୍ରାମର ରିଙ୍କୁ ନାଏକ କୁ ବାଇକ ଚୋରି ଅଭିଯୋଗରେ ଗିରଫ କରିଛନ୍ତି। ଏନେଇ ବୁଗୁଡା ଥାନା କେଶ ନଂ ୩୫୨/୨୦ ପ୍ରକାରେ ଏକ ମାମଲା ରୁଜୁ ହୋଇଥିବା ଏସ.ଆଇ. କାର୍ତ୍ତିକ ନାୟକ ପ୍ରକାଶ କରିଛନ୍ତି।