Home ଜିଲ୍ଲା ଖୋର୍ଦ୍ଧା ସୁରକ୍ଷାକୁ ଧାନନାହିଁ, ଚାଲିଛି ଫ୍ଲାଏ ଓଭରବ୍ରିଜ୍ କାମ

ସୁରକ୍ଷାକୁ ଧାନନାହିଁ, ଚାଲିଛି ଫ୍ଲାଏ ଓଭରବ୍ରିଜ୍ କାମ

17

ଜଟଣୀ,୨୩-୧୧(ସଂଜୀବ କୁମାର): ଖୋର୍ଦ୍ଧା ଜିଲ୍ଲା ବିନା ସୁରକ୍ଷା ଉପକରଣରେ ଜଟଣୀ ଫ୍ରାଏ ଓଭରବ୍ରିଜ୍‌ କାମ ହେଉଛି । ଫଳର ଶ୍ରମିକଙ୍କ ପାଇଁ ବିପଦ ଗୋଡ଼େଗୋଡ଼େ ରହିଥିବା ଜଣାପଡ଼ିଛି । ଅଞ୍ଚଳର ଏହି ବହୁ ପ୍ରତୀକ୍ଷିତ ଫ୍ରାଏ ଓଭରବ୍ରିଜ୍‌ ନିର୍ମାଣ କାର୍ଯ୍ୟ ପାଇଁ ଠିକାଦାରଙ୍କ ମାଧ୍ୟମରେ ଆସିଥିବା ଶ୍ରମିକମାନେ ବିନା ସୁରକ୍ଷାରେ ବ୍ରିଜ୍ ଉପରେ ନିର୍ମାଣ କାର୍ଯ୍ୟ ଚଳାଇଛନ୍ତି ।

ବିନା ଲାଇଫ୍ ଜ୍ୟାକେଟ୍,ହେଲମେଣ୍ଟ, ଲାଇଫ୍‌ଗାର୍ଡ ଓ ବିନା ସୁରକ୍ଷା ବେଲରେ କାର୍ଯ୍ୟ କରୁଛନ୍ତି ଶ୍ରମିକ । ବିନା ସୁରକ୍ଷାରେ ଶହଶହ ଟନ ଓଜନର ଲୁହା ସାମଗ୍ରୀ ୨୦ଫୁଟ ଉପରକୁ ଉଠାଇ ସେଥିରେ ଶ୍ରମିକମାନେ କାର୍ଯ୍ୟକରୁଥିବା ଦୃଶ୍ୟ ସାଧାରଣରେ ଭୟ ସୃଷ୍ଟି କରୁଛି । ଯଦି ଆକସ୍ମିକ କିଛି ଅଘଟଣ ଘଟେ କିମ୍ବା କୌଣସି ଶ୍ରମିକର କିଛି କ୍ଷତି ହୁଏ, ତେବେ ସେଥିପାଇଁ କିଏ ଦାୟୀ ରହିବ ବୋଲି ଲୋକେ ପ୍ରଶ୍ନ ଉଠାଇଛନ୍ତି । ଅନ୍ୟପକ୍ଷେ ନିର୍ମାଣଧୀନ ଫ୍ରାଏ ଓ ଭରବ୍ରିଜ ତଳେ ବିପଦ ସଙ୍କୁଳ ଅବସ୍ଥାରେ ଉଠା ପରିବା ବ୍ୟବସାୟୀ ବସି ବ୍ୟବସାୟ କରୁଛନ୍ତି । ବଡ଼ବଜାରର ଏହି ବ୍ରିଜତଳେ ଦୀର୍ଘଦିନରୁ ବ୍ୟବସାୟୀମାନେ ବ୍ୟବସାୟ କରି ଆସୁଥିବା ବେଳେ ବ୍ରିଜ୍ ନିର୍ମାଣ ଯୋଗୁଁ ଜବରଦଖଲ ଉଚ୍ଛେଦ କରାଯାଇଥିଲା । ସରକାର ଏମାନଙ୍କୁ ସ୍ଥାୟୀ ଦୋକାନ ଗୃହ ଯୋଗାଇଦେଇନଥିବାରୁ ଏମାନେ ବାଧ୍ୟ ହୋଇ ଏଠାରେ ବସୁଥିବା କହିଛନ୍ତି । ଏଥି ପ୍ରତି ପ୍ରଶାସନର ଦୃଷ୍ଟି ପଡ଼ୁଥିଲେ ମଧ୍ୟ ତାଗିଦ୍ କରାଯାଉନାହିଁ