
ଜଟଣୀ,୨୩-୧୧(ସଂଜୀବ କୁମାର): ଖୋର୍ଦ୍ଧା ଜିଲ୍ଲା ଜଟଣୀରେ ବିଦ୍ୟୁତ ସମସ୍ୟା ବର୍ଷ ବର୍ଷରୁ ରହିଆସିଛି । ବିଭିନ୍ନ ପ୍ରକାରର ସମସ୍ୟା ଏବେ ଚରମ ସୀମାରେ ପହଁଚିଛି । କେହି କିଛି ଶୁଣୁନଥିବା ଲୋକେ ଅଭିଯୋଗ ଆରମ୍ଭ କରି ଶେଷରେ ଚୁପ ହୋଇରହିଗଲେ । ଅନ୍ୟ ପକ୍ଷରେ ଜଟଣୀରେ ଫେଡକୋ ବିଦ୍ୟୁତ କାର୍ଯ୍ୟାଭାର ଛାଡିବାପରେ ଟାଟାପାୱାର ଜଟଣୀର ବିଦ୍ୟୁତ ସମସ୍ୟା ଦୁର କରିବ ବୋଲି ବିଭାଗୀୟ ଅଧିକାରୀମାନେ ଜଟଣୀବାସୀଙ୍କୁ ସୁଚନା ଦେଇଛନ୍ତି । ବିଗତ ଦିନରେ ସେସୁ ଓ ଫେଡକୋ ଯୋଗାଣ ଦାୟିତ୍ୱ ତୁଲାଉଥିବା ବେଳେ ଉଭୟଙ୍କ ମଧ୍ୟରେ ତାଳମେଳ ନରହି ବିଦ୍ୟୁତ ଉପଭୋକ୍ତାମାନେ ଅସୁବିଧାର ସମୁଖୀନ ହୋଇଥିବା ବିଭାଗ ପକ୍ଷରୁ ପୁର୍ବେ ସୁଚନା ମିଳୁଥିଲା । ମାତ୍ର ଜଟଣୀ ସହର ପାଇଁ ଏଲଟି ସଂଯୋଗ ବିଦ୍ୟୁତିକରଣ ପାଇଁ ଟାଟା ପାୱାର କାର୍ଯ୍ୟ ହାତକୁ ନେଇଛି ।, ସମସ୍ତ ବିଦ୍ୟୁତ ସମସ୍ୟା ଦୁର ହୋଇଯିବ ବୋଲି କଂଜ୍ୟୁମରମାନେ ଆଶାପ୍ରକଟ କରିଛନ୍ତି ।
ସୁଚନାଯେ, ବ୍ୟବସାୟୀକ ସହର ଜଟଣୀକୁ ମେଣ୍ଢାଶାଳ ଫିଡରରୁ ବିଦ୍ୟୁତ ସଂଯୋଗ ହୋଇଥିବାରୁ ବାରମ୍ବାର ବିଦ୍ୟୁତ ବିଛିନ୍ନ ହେଉଥିବା ବିଭାଗ ପକ୍ଷରୁ କୁହାଯାଇଥିଲା ି । ଏନେଇ ବିଭିନ୍ନ ସମୟରେ ଜଟଣୀବାସୀଙ୍କ ପକ୍ଷରୁ ଅଭିଯୋଗ ହେବା ସହିତ ପ୍ରତିବାଦ କରାଯାଇଥିଲା । ଏପରିକି ପ୍ରତିବାଦ ଉଗ୍ରରୁପ ନେଇ ଘଟଣା ଥାନାକୁ ଯାଇଥିବା ସୁଚନା ରହିଛି । ତେବେ ଏହାର ବିକଳ୍ପ ଚିନ୍ତାକରି ବିଦ୍ୟୁତ ବିଭାଗପକ୍ଷରୁ ଆଇଆଇଟିରୁ ଜଟଣୀ ସହରକୁ ବିଦ୍ୟୁତ ସରବରାହ ହେଲେ ଆଉ ସମସ୍ୟା ରହିବ ନାହିଁ ବୋଲି କୁହାଯିବାପରେ ସହରବାସୀ ଏଥିରେ ଏକମତ ହୋଇ ଏହି କାର୍ଯ୍ୟକୁ ଅପେକ୍ଷାରେ ରହିଗଲେ । ଏହା ମଧ୍ୟ ଦିର୍ଘ ଦିନ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେଲା ନାହିଁ । ଫଳରେ ଲୋକେ ବିଦ୍ୟୁତ ପାଇବା ପାଇଁ ବାରମ୍ବାର ବିଦ୍ୟୁତବିଭାଗକୁ ଦୈାଡି ଦୈାଡି ନୟାନ୍ତ ହେବାପରେ ବିଗତ ଦିନରେ ତତକାଳିନ ଶକ୍ତିମନ୍ତ୍ରୀ ପ୍ରଫୁଲ ମଲିକଙ୍କୁ ଭେଟି ଅଭିଯୋଗ ଆଣିଥିଲେ । ମନ୍ତ୍ରୀ ଏହାକୁ ସ୍ୱିକୃତି ଦେଇ ଯଥାଶିଘ୍ର ଆଇଆଇଟିରୁ ବିଦ୍ୟୁତ ସଂଯୋଗପାଇଁ ଜଟଣୀବାସୀଙ୍କୁ ପ୍ରତିଶ୍ରୃତି ଦେଇଥିଲେ । ଏଥି ସହିତ ବିଦ୍ୟୁତ ବିଭାଗକୁ ନିର୍ଦ୍ଧେଶ ଦେଇଥିଲେ । ଏହି ଘଟଣା ଆଜକୁ ୫ ବର୍ଷ ବିତିଯାଇଥିଲେ ମଧ୍ୟ ମନ୍ତ୍ରୀଙ୍କ ନିର୍ଦ୍ଧେଶକୁ ବିଭାଗ ପାଳନ କରୁନଥିବା ଲୋକମାନଙ୍କ ପକ୍ଷରୁ ଅଭିଯୋଗ ହୋଇଥିଲା । ଏଥିରେ ବିଦ୍ୟୁତବିଭାଗର ବରିଷ୍ଠ ଅଧିକାରୀମାନେ କହିଥିଲେ ଯେ, କୈାଣସି ଏକ ନିର୍ଦ୍ଧିଷ୍ଟ ବ୍ୟକ୍ତିବିଶେଷଙ୍କ ଯୋଗୁଁ ଆଇଆଇଟିରୁ ଜଟଣୀ ସହରକୁ ବିଦ୍ୟୁତିକରଣରେ ବାଧକ ସାଜିଛି । ଏହି ସମସ୍ୟା ନିକଟରେ ସମାଧାନ ହୋଇଯିବ । ସେଥିରେ ମଧ୍ୟ ଜଟଣୀବାସୀ ଅପେକ୍ଷା କରି ରହିଲେ । ସମୟକ୍ରମେ ଜଟଣୀରେ ବିଦ୍ୟୁତ ସମସ୍ୟା ଦ୍ୱିଗୁଣିତ ହେବାରେ ଲାଗିଲା । ବର୍ଷା ଆସିଲେ ବିଦ୍ୟୁତ କାଟ, ଯୋର ପବନ ବହିଲେ ବିଦ୍ୟୁତ କାଟ, ଅତିରିକ୍ତ ଗ୍ରୀଷ୍ମ ପ୍ରବାହ ହେଲେ ମଧ୍ୟ ବିଦ୍ୟୁତ କାଟପରି ସମସ୍ୟା ମଧ୍ୟରେ ଜଟଣୀବାସୀ ଛଟପଟ ହେଉଥିଲେ ମଧ୍ୟ କେହି କିଛି ଶୁଣୁନଥିବା ଲୋକେ ଅଭିଯୋଗ ଆଣିଛନ୍ତି ।






