
ବାଲିଗୁଡା,୨୩-୧୧-୨୦୨୦(ସୁକାନ୍ତ କୁମାର ତ୍ରିପାଠୀ): କନ୍ଧମାଳ ଜିଲ୍ଲାର ବାଲିଗୁଡା ଠାରେ ଆଜି ଭଗବାନ୍ ଶ୍ରୀ ସତ୍ୟସାଇ ବାବାଙ୍କ ୯୫ ତମ ଜନ୍ମ ମହୋତ୍ସବ ସାଇ ମନ୍ଦିରରେ ଅନୁଷ୍ଠିତ ହୋଇଛି l କୋଭିଡ କଟକଣା କୁ ଆଖିଆଗରେ ରଖୀ ବିନା ସମାଗମ ରେ ଜନ୍ମ ମହୋତ୍ସବ ପାଳିତ ହୋଇଛି | ସକାଳ 8:30 ସମୟରେ ପ୍ରଶାନ୍ତି ପତାକା ଉତ୍ତୋଳନ କରାଯାଇ ଥିଲା |
ଦିନ 10 ଘଣ୍ଟା ସମୟରେ ଷୋଡ଼ଶ ଉପଚାରରେ ପୂଜା ଓ ହୋମ ହୋଇଥିଲା | ଗରିବ ଦୁଖୀ ଲୋକଙ୍କୁ ଘରେ ଘରେ ଲୁଗାପଟା ଓ ଖାଦ୍ୟ ବଣ୍ଟନ ହୋଇଥିଲା | ପୋଷ୍ୟଗ୍ରାମ ବଡଗାଁରେ ସାଧନା ବୃକ୍ଷ ରୋପଣ ନିମନ୍ତେ ଭୂମି ପୂଜନ ଓ ପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ ହୋଇଥିଲା | ପୋଷ୍ୟ ଗ୍ରାମ ବିରାଗୁଡାଠାରେ ଭୂମିପୂଜନ ଓ ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ ହୋଇଥିଲା | ଜରlଶ୍ରମରେ ପ୍ରସାଦ ଓ ବସ୍ତ୍ର ବଣ୍ଟନ, ନାରାୟଣ ସେବା ହୋଇଥିଲା | ସନ୍ଧ୍ୟା 5.30 ସମୟରେ ଦୀପ ପ୍ରଜ୍ବଳନ କରାଯାଇ ସାଇ ଗାୟତ୍ରୀ, ସର୍ବ ଧର୍ମ ପ୍ରାର୍ଥନା ଓ ମଙ୍ଗଳ ଆରତି ସହିତ ବିଭୂତି ବଣ୍ଟନ କାର୍ଯ୍ୟକ୍ରମ ହୋଇଥିଲା l ସାଇପରିବାର ଘରେ ଘରେ ଦୀପ ପ୍ରଜ୍ବଳନ ସହିତ ସତ୍ୟସାଇ ଭଜନ, କେକକଟାସହିତ ସାଇଝୁଲା ଓ ଆଳତି କାର୍ଯ୍ୟକ୍ରମ ହୋଇଥିଲା








