Home ଜିଲ୍ଲା କନ୍ଧମାଳ ଶିକ୍ଷକ ସଂଘ ର ରାଜ୍ୟ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ

ଶିକ୍ଷକ ସଂଘ ର ରାଜ୍ୟ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ

236

ବାଲିଗୁଡା,୨୩-୧୧-୨୦୨୦ (ସୁକାନ୍ତ କୁମାର ତ୍ରିପାଠୀ): କନ୍ଧମାଳ ଜିଲ୍ଲା ନୂଆଗାଁ ସ୍ଥିତ ଫୁଲବାଣୀ ରାଇକିଆ ଛକରେ କ. ନୂଆଗାଁ ଜିଲ୍ଲା ପରିଷଦ ଶିକ୍ଷକ ସଂଘର ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା | ବ୍ଲକ ଜିଲ୍ଲାପରିଷଦ ଶିକ୍ଷକ ସଂଘ ର ସଭାପତି ଡମ୍ବରୁ ଧର ବସ୍ତିଆ ଙ୍କ ଅଧ୍ୟକ୍ଷତାରେ ପୂର୍ବତନ ଜିଲ୍ଲାପରିଷଦ ଶିକ୍ଷକ ସଂଘ ର ସଭାପତି ତଥା ବର୍ତ୍ତମାନ ଜିଲ୍ଲାପରିଷଦ ଶିକ୍ଷକ ସଂଘର ଆବାହକ ସମୀର କୁମାର ନାୟକ ଙ୍କ ଉପସ୍ତିତିରେ ଚକାପାଦ, ଟିକାବାଲି, କ. ନୂଆଗାଁ ବ୍ଲକ ର ପର୍ଯ୍ୟବେକ୍ଷକ ରରାଜୁ ନାୟକ ଙ୍କ ସହମତି କ୍ରମେ କ. ନୂଆଗାଁ ବ୍ଲକର ଜିଲ୍ଲାପରିଷଦ ଶିକ୍ଷକ ସଂଘ,କର୍ମଚାରି ଓ ଶିକ୍ଷକ ପ୍ରତିନିଧି ଙ୍କ ଉପସ୍ଥିତି ରେ ବୈଠକ ଅନୁଷ୍ଠିତ ହୋଇଥିଲା | ବୈଠକରେ ନୂତନ ପେନସନ ଭୁକ୍ତ ପ୍ରାଥମିକ ଶିକ୍ଷକ ଙ୍କ ଲାଗିରହିଥିବା ସମସ୍ୟା ବିଶେଷ କରି କ୍ୟାଡର ପୁନର୍ଗଠନ ଜରିଆରେ 2800 ଗ୍ରେଡପେ ବୃଦ୍ଧି ଦଶବର୍ଷିଆ ପୁରାତନ ପେନସନକୁ କାର୍ଯ୍ୟକାରୀ କରିବା ବକେୟା ଥିବା 60 ପ୍ରତିଶତ ଦରମା ପ୍ରଦାନ କରିବା ଓ ଦଶବର୍ଷିଆ ଏମଏସିପିରେ ଥିବା ବିଭିନ୍ନ ସମସ୍ୟା ସମାଧାନ କରିବାକୁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରାଯାଇଛି | ଅନ୍ୟପଟେ ଶିକ୍ଷକଙ୍କ ଦାବି ପୂରଣ କରା ନ ଗଲେ ଆଗାମୀ ଦିନରେ ଶିକ୍ଷକ ସଂଘ ରାଜ୍ୟ ବ୍ୟାପି ଆନ୍ଦୋଳନ କରିବାକୁ ବୈଠକରେ ଉପସ୍ଥାପନ କରାଯାଇଛି | ଶେଷରେ ଶିକ୍ଷକ ପୂର୍ଣ୍ଣ ଚନ୍ଦ୍ର ନାୟକ ସଭାସାଙ୍ଗ କରିଥିଲେ |