Home ଆଞ୍ଚଳିକ ଫାର୍ମାସିଟିକାଲ ୱାରକର୍ସ ୟୁନିଅନ , ୨୬ ନଭେମ୍ବର ଦେଶବ୍ୟାପୀ ଧର୍ମଘଟ ନିମନ୍ତେ ପ୍ରସ୍ତୁତି ବୈଠକ

ଫାର୍ମାସିଟିକାଲ ୱାରକର୍ସ ୟୁନିଅନ , ୨୬ ନଭେମ୍ବର ଦେଶବ୍ୟାପୀ ଧର୍ମଘଟ ନିମନ୍ତେ ପ୍ରସ୍ତୁତି ବୈଠକ

21

ବ୍ରହ୍ମପୁର,୨୩-୧୧-୨୦୨୦(କେଡିଏନ): ଫାର୍ମାସିଟିକାଲ ୱାରକର୍ସ ୟୁନିଅନ ପକ୍ଷରୁ ୨୬ ନଭେମ୍ବର ୨୦୨୦ ଦେଶବ୍ୟାପୀ ଧର୍ମଘଟ କୁ ସଫଳ କରିବା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ । ବସନ୍ତ ନନ୍ଦ ଙ୍କ ଅଧ୍ୟକ୍ଷତା ରେ ସ୍ଥାନୀୟ ନୀଳକଣ୍ଠସ୍ୱର ମନ୍ଦିର ଠାରେ ଅନୁଷ୍ଠିତ ହୋଇ ୨୬ନଭେମ୍ବର ୨୦୨୦ ଦେଶବ୍ୟାପୀ ସାଧାରଣ ଧର୍ମଘଟ ରେ ୟୁନିଅନ ର ସମସ୍ତ ଶ୍ରମିକ, କର୍ମଚାରୀ, ସଭ୍ୟ ଓ ସମର୍ଥକ ସାମିଲ ହୋଇ ଧର୍ମଘଟ କୁ ସଫଳ କରିବା ପାଈଁ ସର୍ଵସଂମତି ରୂପେ ପ୍ରସ୍ତାବ ଗ୍ରହଣ କରାଯାଇଛି । ଉକ୍ତ ବୈଠକ ରେ ସଭାପତି ବସନ୍ତ ନନ୍ଦ, ସମ୍ପାଦକ କେ. ମୋହନ ରାଓ, ସନ୍ତୋଷ ସାହୁ, ତୋଫାନ ମହାନ୍ତି, ଆପୁଲ ରାଜୁ, ମାଧବ ରାଓ, ସାଇବ ବେହେରା,, ଜିତେନ୍ଦ୍ର ବେହେରା, ପ୍ରଶାନ୍ତ ଶତପଥୀ, କାଳୁ ନାହାକ, ସନ୍ତୋଷ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।