
ଜଟଣୀ,(ଖୋର୍ଦ୍ଧା ଜିଲ୍ଲା)୨୨-୧୧-୨୦୨୦(ସଞ୍ଜୀବ କୁମାର) :
ମହାମାରୀ କରୋନା ପ୍ରଭାବରେ ଦିର୍ଘ ୮ମାସରୁ ଆହାର କେନ୍ଦ୍ର ବନ୍ଦ ରହିଥିବା ବେଳେ ଚଳିତମାସ ୩ ତାରିଖରେ ଜଟଣୀର ପ୍ରମୁଖ ସରକାରୀଧିକାରୀଙ୍କ ଉପସ୍ଥିତିରେ ଖୋଲାଯାଇଥିଲା ଆହାରକେନ୍ଦ୍ର । ଉକ୍ତ ଦିନଠାରୁ ଆହାରକେନ୍ଦ୍ରରେ କେବଳ ୧୦୦ଜଣ ବ୍ୟକ୍ତିଙ୍କ ପାଇଁ ପରୀକ୍ଷାମୂଳକଭାବେ ସ୍ଥାନୀୟ ବିକାଶନଗର ଅଂଚଳର ନଟିମଙ୍ଗଳା ସ୍ୱୟଂ ସହାୟକ ଗୋଷ୍ଠିଙ୍କ ସହାୟତାରେ ଗରୀବ ଅସହାୟମାନଙ୍କୁ ୫ଟଙ୍କିଆ ମିଲ ଯୋଗାଇ ଦିଆଯାଉଥିଲା । ମାତ୍ର ଆହାରକେନ୍ଦ୍ର ଖୋଲିବାର ଏବେ କିଛିଦିନ ହେବ ମଧ୍ୟାହ୍ନ ୧ଟା ସୁଧା ସମସ୍ତ ୧୦୦ଟି ମିଲ ସରିଯାଉଥିବା ଯୋଗୁଁ ଅନେକ ବ୍ୟକ୍ତି ଫେରି ଯିବାକୁ ବାଧ୍ୟ ହୋଇଥିଲେ ।
ଏହାକୁ ଦୃଷ୍ଟିରେ ରଖି ସ୍ୱୟଂ ସହାୟକ ଗୋଷ୍ଠୀ ପ୍ରଶାସନକୁ ଆହୁରୀ ମିଲ ବଢାଇବାକୁ କହିଥିଲା । ତେବେ ଏନେଇ ଗୁରୁବାର ଭୂବନେଶ୍ୱର ଉପଜିଲାପାଳ ଦେବବ୍ରତ ସାହୁ, ପୈାରପନିର୍ବାହୀ ଅଧିକାରୀ ଦିଲିପ କୁମାର ମହାନ୍ତୀ,ନଟିମଙ୍ଗଳା ସ୍ୱୟଂ ସହାୟକ ଗୋରଷ୍ଠୀର ସଦସ୍ୟମାନଙ୍କ ସହିତ ଅନ୍ୟମାନେ ଆହାରକେନ୍ଦ୍ର ପରିଦର୍ଶନ କରିବା ସହିତ ସମସ୍ୟାକୁ ଖୁବଶିଘ୍ର ତ୍ୱରାନିତ କରାଯିବାକୁ ପ୍ରତିଶୃତି ଦେଇଛନ୍ତି । ଏଥି ସହିତ ଆହାରକେନ୍ଦ୍ର ପରିସରକୁ ସୈାନ୍ଦର୍ଯ୍ୟକରଣ କରିବାକୁ ଦାବି କରାଯାଇଛି । ତହସିଲଦାର ତପନ କୁମାର ମହାପାତ୍ର, ପୈାରନିର୍ବାହୀ ଅଧିକାରୀ ଦିଲିପ କୁମାର ମହାନ୍ତୀ ଓ ବିଡିଓ ସରୋଜ କୁମାର ରାଉତଙ୍କ ଉପସ୍ଥିତିରେ ପ୍ରଥମ ପର୍ଯ୍ୟାୟରେ ୧୦୦ଜଣ ବ୍ୟକ୍ତିଙ୍କ ପାଇଁ ଖାଦ୍ୟ ଅଣାଯାଇଥିଲା ।
ଏହାକୁ ନଟି ମଙ୍ଗଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ପରିଚାଳିତ କରାଯାଇଥିଲା । ପ୍ରଥମ ଏକ ସପ୍ତାହ ମଧ୍ୟରେ ୧୦୦ଜଣଙ୍କ ପାଇଁ ଖାଦ୍ୟ ଯୋଗାଇଦିଆଯିବାପରେ ସପ୍ତାହପରେ ପୁର୍ବପରି ୫୦୦ଜଙ୍କ ପାଇଁ ଖାଦ୍ୟ ଯୋଗାଇଦିଆଯିବ ବୋଲି କୁହାଯାଇଥିବା ବେଳେ ବିଳମ୍ବ ହେବାପରେ ମିଲ ବଢାଇବାକୁ ପୁନଃ ଦାବି କରାଯାଇଛି । ଅକ୍ଷୟପାତ୍ର ଫାଉଣ୍ଡେସନ ସହାୟତାରେ ରନ୍ଧାଖାଦ୍ୟ ଯୋଗାଇଦିଆଯାଉଥିଲା ବେଳେ ବର୍ତମାନ ଟଚଷ୍ଟୋନ ଫାଉଣ୍ଡେସନ ପକ୍ଷରୁ ରନ୍ଧାଖାଦ୍ୟ ଯୋଗାଇଦିଆଯିବ ବୋଲି ଜିଲାପାଳଙ୍କ ନିର୍ଦ୍ଧେଶ ରହିଛି । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ନଟିମଙ୍ଗଳା ସ୍ୱୟଂ ସହାୟକ ଗୋଷ୍ଠୀର କର୍ମିମାନେ ଉପସ୍ଥିତ ରହିଥିଲେ ।
ମହାମାରୀ କରୋନା ସଂକ୍ରମଣ ଶ୍ରମିକ ଓ ବିଭିନ୍ନ ବ୍ୟବସାୟୀଙ୍କ ଜିବନଜିବିକା ଛଡାଇନେବା ପରେ ସେମାନଙ୍କୁ ସ୍ୱଳ୍ପଦରରେ ମଧ୍ୟାହ୍ନରେ ଭୋଜନ ଯୋଗାଉଥିବା ସରକାରଙ୍କ ଆହାର କେନ୍ଦ୍ରରେ ତାଲା ପଡିଯାଇଥିଲା । ଫଳରେ ଶ୍ରମ କରିବାକୁ ଆସୁଥିବା ଏହି ବର୍ଗର ଲୋକମାନେ ଭୋଜନ ନପାଇ ପ୍ରତିଦିନ ଆହାର କେନ୍ଦ୍ରରୁ ଫେରୁଥିବା ଦେଖିବାକୁ ମିଳିଥିଲା । ତେଣୁ ଏମାନେ କର୍ମସ୍ଥଳକୁ ଆସିବାକୁ ହେଲେ ସାଙ୍ଗରେ ଘରୁ ଖାଦ୍ୟ ଧରି ଆସିବାକୁ ବାଧ୍ୟ ହେଉଥିଲେ । କାରଣ ଏମାନଙ୍କ ରୋଜଗାର ଅନୁସାରେ ହୋଟେଲଗୁଡିକରେ ଖାଇବା ସମ୍ଭବ ହୋଇନଥାଏ । ତେଣୁ ପ୍ରତିଦିନ ଭୋଜନ ନପାଇ ଏକାଧୀକ ଶ୍ରମିକ ଶ୍ରେଣୀୟ ଲୋକମାନେ ଆହାରକେନ୍ଦ୍ରରୁ ଫେରୁଥିଲେ । ଜଟଣୀ ଏକ ବ୍ୟବସାୟୀକ ସହର, ଆଖପାଖ ତଥା ୨୦ରୁ ୨୫କି:ମି ଦୁରରୁ ଲୋକେଏଠାକୁକିଣାବିକାଉଦ୍ୟେଶ୍ୟରେଆସିଥାନ୍ତି ।
ଜଟଣୀକୁପ୍ରତିଦିନଶହଶହଶ୍ରମିକଖୋର୍ଦ୍ଧା,ନିରାକାରପୁର,ଭୂଷଣ୍ଡପୁର,ଚିଲିକା,ଗଙ୍ଗାଧରପୁର,କାଇପଦର,ମନ୍ଦାରବସ୍ତ,ବଡପୁଟ,ସାନପୁଟ,ତିରିମଲ,ଛତିପୁର,ଅଂଳାଯୋଡି ଇତ୍ୟାଦି ଅଂଚଳରୁ କାର୍ଯ୍ୟ ଅନ୍ୱେଷଣରେ ଆସିଥାନ୍ତି । ସ୍ଥାନୀୟ ହରିଭାଇନା ଛକ, ମହୂଲଗୁଡିଆ ଛକ,ସୀତାରାମ ଛକ,ମେଡିକାଲ ଛକ ପ୍ରଭୃତିରେ ଆସି ଶ୍ରମିକମାନେ ସକାଳୁ ଆସିଥାନ୍ତି । ମହିଳା ପୁରୁଷଭାବେ ଶହଶହ ଲୋକେ ଜଟଣୀ ଓ ଏହାର ଆଖପାଖ ଗ୍ରାମକୁ କାମ କରିବାକୁ ଯାଇଥାନ୍ତି । ଏଥି ମଧ୍ୟରୁ କେତେକ ସାଙ୍ଗରେ ପଖାଳ ଓ ଚୁଡାଚିନି ଧରି ଆସୁଥିବା ବେଳେ ଆଉ କେତେକ ସରକାରଙ୍କ ଆହାରକେନ୍ଦ୍ରରେ ମଧ୍ୟାହ୍ନରେ ଭୋଜନ କରିଥାନ୍ତି ।
ଭାତ,ଡାଲମା ଓ ଖଟା ଇତ୍ୟାଦି ୫ଟଙ୍କା ତଥା ସ୍ୱଳ୍ପଦରରେ ପେଟପୁରା ଖାଇବାକୁ ମିଳୁଥିବା ଯୋଗୁଁ ଅନେକ ଲୋକେ ଏଥିରେ ଉପକୃତ ହୋଇଥାନ୍ତି । କେବଳ ଶ୍ରମିକନୁହେଁ, ଦୁରଦୁରାନ୍ତରୁ ଆସୁଥିବା ଛୋଟଛୋଟ ବ୍ୟବସାୟୀମାନେ ମଧ୍ୟ ଆହାରକେନ୍ଦ୍ରକୁ ନିର୍ଭର କରିଥାନ୍ତି । ହେଲେ ଏବେ ମହାମାରୀ କରୋନା ଯୋଗୁଁ ମାର୍ଚ୍ଚମାସଠାରୁ ଆହାର କେନ୍ଦ୍ରରେ ତାଲା ଲାଗିଥିଲା । ତେଣୁ ବ୍ୟବସାୟୀ ଓ ଶ୍ରମିକମାନେ ମଧ୍ୟ କର୍ମସ୍ଥଳକୁ ଆସିଲେଣି । ହେଲେ ସେମାନଙ୍କ ଉଦ୍ୟେଶ୍ୟରେ ଖୋଲାଯାଇଥିବା ଆହାର କେନ୍ଦ୍ର କିନ୍ତୁ ଖୋଲାଯାଇନାହିଁ । ଫଳରେ ପ୍ରତିଦିନ ଶ୍ରମିକମାନେ କର୍ମସ୍ଥଳକୁ ଆସିବାପୁର୍ବରୁ ଆହାର କେନ୍ଦ୍ରକୁ ପ୍ରଥମେ ଆସୁଛନ୍ତି । ରାଜ୍ୟ ସରକାରଙ୍କ ଆହାର ଯୋଜନା ଖୋଲିବାଠାରୁ ଏହା ଗରୀବ,ଅସହାୟ ଭୋକିଲା ଓ ଶ୍ରମିକମାନଙ୍କ ପାଇଁ ବରଦାନ ହୋଇ ଆସିଛି । ଦାବି ଅନୁସାରେ କ୍ରମାନୁକ୍ରମେ ଆହାରକେନ୍ଦ୍ରରେ ମିଲ ଯୋଗାଇଦେବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି ।














