Saturday, November 14, 2026
Home ଜିଲ୍ଲା ଗୁଣୁପୁର ପୌରାଞ୍ଚଳର ବିଭିନ୍ନ ସମସ୍ୟାକୁ ନେଇ ଦୁଇ ୱାର୍ଡର ଶତାଧିକ ବସ୍ତିବାସିନ୍ଦା ଘେରିଲେ : ଜିଲ୍ଲା...

ଗୁଣୁପୁର ପୌରାଞ୍ଚଳର ବିଭିନ୍ନ ସମସ୍ୟାକୁ ନେଇ ଦୁଇ ୱାର୍ଡର ଶତାଧିକ ବସ୍ତିବାସିନ୍ଦା ଘେରିଲେ : ଜିଲ୍ଲା ପ୍ରକଳ୍ପ ଅଧିକାରୀଙ୍କୁ

58

ବିଷମ କଟକ, (ରାୟଗଡା ଜ଼ିଲ୍ଲା)୨୨-୧୧-୨୦୨୦(ପ୍ରସ୍ନନ ପଣ୍ଡା) :
ଗୁଣୁପୁର ପୌରାଞ୍ଚଳ ର ଶତାଧିକ ବସ୍ତିବାସିନ୍ଦା ସେମାନଙ୍କ ବିଭିନ୍ନ ସମସ୍ୟା କୁ ନେଇ ରାୟଗଡା ଜିଲ୍ଲା ପ୍ରକଳ୍ପ ପ୍ରସାଶକ ତଥା ଡୁଡା ଅଧିକାରୀ ଅମୃତଋତୁରାଜ ଙ୍କ ସହ ଗୁଣୁପୁର ଉପଜିଲ୍ଲାପାଳ ଜେ ସୋନାଲ ପୌର ପରିଷଦ ର କାର୍ଯ୍ୟନିର୍ବାହୀ ଅଧିକାରୀ ଉମା ଦାସ ଙ୍କ ସହ ବହୁ ବିଭାଗୀୟ ଅଧିକାରୀ ଙ୍କୁ ଦୀର୍ଘ ଘଣ୍ଟା ଧରି ଘେରି ସେମାନଙ୍କ ବିଭିନ୍ନ ସମସ୍ୟା ବିଷୟରେ ଜଣାଇଥିଲେ |

ଗୁଣୁପୁର ପୌର ପରିଷଦ ର 23 ଟି ୱାର୍ଡ ମଧ୍ୟରୁ ଦୁଇଟି ୱାର୍ଡ ଗାନ୍ଧୀନଗର ଏବଂ ମୋତିଲାଲ ନଗର ରେ ବହୁ ଦିନ ଧରି ଅଳିଆ ସଫା ହେଉ ନ ଥିବା, ସାହି ମଧ୍ୟରେ ଥିବା ନାଳ ରେ ପାଣି ଯାଉ ନ ଥିବା, ବ୍ଲିଚଙ୍ଗ ପାଉଡ଼ର ପଡୁ ନ ଥିବା, ରାସ୍ତା ର ଅବସ୍ଥା ଠିକ ନ ଥିବା, ମଶା ଔଷଧ ସହ ସିଞ୍ଚନ ହେଉ ନ ଥିବା ଭଳି ବିଭିନ୍ନ ସମସ୍ୟା ଉପରେ ବସ୍ତିବାସିନ୍ଦା ଙ୍କ ସହ ଆଲୋଚନା କରି ଖୁବ ଶୀଘ୍ର ଏ ସମସ୍ତ ସମସ୍ୟା ଉପରେ ବିଭାଗୀୟ ଅଧିକାରୀ ଙ୍କୁ କରିବା ପାଇଁ ତାଗିଦ ମଧ୍ୟ କରିଥିଲେ |

ସ୍ଥାନୀୟ ବସ୍ତିବାସିନ୍ଦା ଙ୍କୁ ଖୁବ ଶୀଘ୍ର ଏ ସମସ୍ୟା ଉପରେ ସହଯୋଗ କରାଯିବ ବୋଲି ପ୍ରତିଶୃତି ମଧ୍ୟ ଦେଇ ଥିଲେ ଯଦି କିଛି ସମସ୍ୟା ଥାଏ ତାହାହେଲେ ଗୁଣୁପୁର ଉପଜିଲ୍ଲାପାଳ ଜେ ସୋନାଲ ଙ୍କ ସହ ଯୋଗାଯୋଗ କରିବାକୁ ମଧ୍ୟ ଜଣାଇଥିଲେ ଜିଲ୍ଲା ପ୍ରକଳ୍ପ ପ୍ରସାଶକ ତଥା ଡୁଡା ଅଧିକାରୀ ଅମୃତଋତୁରାଜ ଙ୍କ ପ୍ରତିଶୃତି ପାଇବା ପରେ ବସ୍ତିବାସିନ୍ଦା ମାନେ ଜିଲ୍ଲା ପ୍ରଶାସନ ସହ ପୌରପରିଷଦ କୁ ମଧ୍ୟ ସହଯୋଗ ର ହାତ ବଢାଇବାକୁ ଜଣାଇ ଥିଲେ | ଏହି ଆଲୋଚନା ସମୟରେ ପୁର୍ବତନ କାଉନସିଲର ଲଷ୍ମୀ ଶ୍ରୀରାମ, ବିନୋଭା ଶ୍ରୀରାମ, ରବି କୌଶଲ୍ୟା, ଲଷ୍ମୀସୀତା ନାଗବଂଶ ପ୍ରମୁଖ ଉପସ୍ଥିତ ରହି ଆଲୋଚନା ରେ ଭାଗ ନେଇ ଥିଲେ ।