
ଗଞ୍ଜାମ,୨୧/୧୧ (ପ୍ରଦୀପ କୁମାର ସାହୁ) :
ଋଷିକୂଲ୍ୟା ନଦୀରୁ ଏକ ଅଚିହ୍ନା ଯୁବକଙ୍କ ମୃତଦେହ ଉଦ୍ଧାର ଉଦ୍ଧାର ହୋଇଛି । ମୃତଦେହର ପରିଚୟ ମିଳିପାରିନାହିଁ । ଶୁକ୍ରବାର ସନ୍ଧ୍ୟାରୁ ଗଞ୍ଜାମ ଥାନା ବରଦା ଋଷିକୂଲ୍ୟା ନଦୀରେ ମୃତଦେହ ଭାସୁଥିବା ଦେଖି ପୋଲିସକୁ ଖବର ଦିଆଯାଇଥିଲା । ରାତି ହୋଇଯିବାରୁ ମୃତଦେହକୁ ଉଦ୍ଧାର କରାଯାଇପାରିନଥିଲା । ଘଟଣାସ୍ଥଳରେ ଗଞ୍ଜାମ ଓ ଛତ୍ରପୁର ପୋଲିସ ପହଞ୍ଚି ପାଣିରୁ ମୃତଦେହ ଉଦ୍ଧାର କରିଥିଲେ । ଶବକୁ ଜବତ କରିବା ପରେ ଶବ ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଯାଇଛି ।



