
ଜଟଣୀ, (ଖୋର୍ଦ୍ଧା ଜିଲ୍ଲା) ୨୧-୧୧-୨୦୨୦( ସଞ୍ଜୀବ କୁମାର) :
ପୁର୍ବତଟ ରେଳପଥ ଖୋର୍ଦ୍ଧାରୋଡ ମଣ୍ଡଳ ଶ୍ରମିକ କଂଗ୍ରେସର ମୂଖ୍ୟ କାର୍ଯ୍ୟାଳୟଠାରେ ଶ୍ରମିକ କଂଗ୍ରେସର କର୍ମକର୍ତା ନିର୍ବାଚନ ଆୟୋଜିତ ହୋଇଯାଇଛି । ମହାମାରୀ କରୋନା ସଂକ୍ରମଣର ଗାଇଲାଇନକୁ ଦୃଷ୍ଟିରେ ରଖି ଏହି ନିର୍ବାଚନ ଶାନ୍ତି ଶୃଙ୍ଖଳାର ସହିତ ସମାପନ ହୋଇଥିଲା । ଗୋପାଳ ଦାସଙ୍କ ସଭାପତିତ୍ୱରେ ଏନେଇ ଏକ ସାଧାରଣ ସଭାର ପ୍ରଥମେ ଆୟୋଜନ ହୋଇଥିଲା । ୨ମାସ ପୁର୍ବେ ମୂଖ୍ୟାଳୟ ଶାଖାର ସଭାପତି ଦିଲିପ କୁମାର ନାୟକ ଅସୁସ୍ଥତା କାରଣରୁ ନିଜ ପଦବୀରୁ ଇସ୍ତଫା ଦେଇଥିଲେ । ତେବେ ଏହି କାରଣରୁ ପୁନଃ ନିର୍ବାଚନ ପ୍ରକ୍ରିୟାରମ୍ଭ ହୋଇଥିଲା । ଆଜି ସଂଧ୍ୟାରେ ଶ୍ରମିକ କଂଗ୍ରେସର ସମସ୍ତ କର୍ମକର୍ତା ଏକତ୍ରିତ ହୋଇ ନିର୍ବାଚନ ପ୍ରକ୍ରିଆରମ୍ଭ ହୋଇଥିଲା ।
ଏଥିରେ ସଭାପତିଭାବେ ଧୁସାଶନ ସାହୁ, ସହସମ୍ପାଦକଭାବେ ରମେଶ ଚନ୍ଦ୍ର ପଲାଇଙ୍କୁ ନିର୍ବାଚିତ କରାଯାଇଥିଲା । ଏହାକୁ ଶ୍ରମିକ କଂଗ୍ରେସର ସାଧାରଣ ସମ୍ପାଦକ ରମେଶ ଚନ୍ଦ୍ର ସାହୁଙ୍କ ଅନୁମୋଦନ ପ୍ରଦାନ କରିବାପରେ ନବନିର୍ବାଚିତ କର୍ମକର୍ତାମାନଙ୍କୁ ମଣ୍ଡଳ ସଂଯୋଜକ ପ୍ରମୋଦ କୁମାର ସାହାଣୀ ଗୋପନିୟତାଭାବେ ଶପଥପାଠ କରାଇଥିଲେ । ଓପନଲାଇନ ଶାଖା ସମ୍ପାଦକ ଏଲ ଡି ମହାନ୍ତୀ ନୂତନ କର୍ମକର୍ତାମାନଙ୍କୁ ଅଭିନନ୍ଦନ ଜଣାଇ ଶ୍ରମିକ କଂଗ୍ରେସ ଆଗାମି ଦିନରେ ଆହୁରୀ ଅଗ୍ରଗତି କରିବ ବୋଲି ନିଜ ବକ୍ତବ୍ୟ ମାଧ୍ୟମରେ କହିଥିଲେ । ଆୟୋଜିତ ଏହି କାର୍ଯ୍ୟକ୍ରମରେ ମଣ୍ଡଳ ସହସଂଯୋଜକ ସୁନିଲ ଭଂଜ, ମୂଖ୍ୟାଳୟ ଶାଖା ସମ୍ପାଦକ ଶ୍ରୀନିବାସ ରାଓ, ପ୍ରଫୁଲ ବେହେରା, ଶରତ କୁମାର ପଣ୍ଡା, ପ୍ରଭାକର ମହାନ୍ତୀ, ମହେନ୍ଦ୍ର କୁମାର ମହାନ୍ତୀ, ଟୁକୁନା ଦଳେଇ ପ୍ରମୁଖ ଅତିଥୀଭାବେ ଯୋଗଦେଇଥିବା ବେଳେ ଏହି କାର୍ଯ୍ୟକ୍ରମକୁ ମହେଶ କୁମାର ସ୍ୱାଇଁ,ରୁନି ବେହେରା, ଅର୍ପିତା, ରବିନ ପରିମାଣିକ,ବିରଜା ଶଙ୍କର ମିଶ୍ର ପ୍ରମୁଖ ପରିଚାଳନା କରିଥିଲେ ।







