
ବିଷମକଟକ,୨୧-୧୧-୨୦୨୦(ପ୍ରସ୍ନନ ପଣ୍ଡା): ରାୟଗଡା ଜିଲ୍ଲା ର ବଂଶଧାରା, ନାଗାବଳି ଏବଂ ଝଣଝାବତୀ ନଦୀ ରୁ ଆନ୍ଧ୍ରପ୍ରଦେଶ କୁ ବାଲି ମାଫିଆ ଙ୍କ ଦ୍ୱାରା ଚୋରା ବାଲି ଚାଲାଣ ପ୍ରତିବାଦ ରେ ଆଜି ଠାରୁ ଦୁଇ ଦିନ ଧରି ସ୍ଥାନୀୟ ରାୟଗଡା ଜିଲ୍ଲା ତହସିଲ କାର୍ଯ୍ୟାଳୟ ରେ ରାୟଗଡା ଜିଲ୍ଲା ବିକାଶ ପରିଷଦ ତରଫରୁ ବିକାଶ ପରିଷଦ ର ସଦସ୍ୟ ମାନେ ଅଫିସ ସାମ୍ନା ରେ ପ୍ରତୀକ ଧାରଣା ଏବଂ ଅନଶନ ରେ ବସିବା ସହ 16 ଦଫା ଦାବି ଓଡିଶା ର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଙ୍କ ଉଦେଶ୍ୟ ରେ ରାୟଗଡା ତହସିଲଦାର ଙ୍କୁ ପ୍ରଦାନ କରିଛନ୍ତି ସେମାନଙ୍କ 16 ଦଫା ଦାବି ମଧ୍ୟରେ ଜିଲ୍ଲାର ତିନି ପ୍ରମୁଖ ନଦୀ ବଂଶଧାରା, ନାଗାବଳି ଏବଂ ଝଣଝାବତୀ ନଦୀ ରୁ ବାଲି ମାଫିଆ ମାନେ ଜିଲ୍ଲାପ୍ରଶାସନ କୁ ଚଖମା ଦେଇ ଆନ୍ଧ୍ରପ୍ରଦେଶ କୁ ଚୋରା ଚାଲାଣ ବିରୁଦ୍ଧରେ
ଜିଲ୍ଲାପାଳ ଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାର ଙ୍କ ଜଣାଇବା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ କରୁ ନ ଥିବା ଅଭିଯୋଗ କରିଛନ୍ତି ତେଣୁ ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାର ତୁରନ୍ତ ବାଲି ମାଫିଆ ଙ୍କ କବଳ ରୁ ତିନି ପ୍ରମୁଖ ନଦୀ ରୁ ବାଲି ଚାଲାଣ ବନ୍ଦ ସହ ନିରୀହ ଗରିବ ଲୋକେ ଆଣୁଥିବା ବାଲି ଉପରେ ଅତ୍ୟଧିକ ଟଙ୍କା ଆଦାୟ ବନ୍ଦ ନ କଲେ ଆଗାମୀ ଦିନ ଯେଉଁ ଆନ୍ଦେଳନ ହେବ ସେଥିପାଇଁ ଜିଲ୍ଲାପ୍ରଶାସନ ଦାୟୀ ରହିବେ ବୋଲି ଜିଲ୍ଲା ବିକାଶ ପରିଷଦ ର ଆବାହକ ପ୍ରଦୀପ ଦାସ ସୂଚନା ଦେଇ ଛନ୍ତ।ବାଇଟ୍ ପ୍ରଦିପ ଦାସ ।



