
ବାଲିଗୁଡା,୨୧-୧୧-୨୦୨୦ (ସୁକାନ୍ତ କୁମାର ତ୍ରିପାଠୀ) :
କନ୍ଧମାଳ ଜିଲ୍ଲା ବାଲିଗୁଡା ଦୃଷ୍ଟିହୀନ ବିଦ୍ୟାଳୟ ର ବୈଷୟିକ ଶିକ୍ଷକ ଜି. ଚନ୍ଦ୍ରମଣି ରେଡ୍ଡୀ ଙ୍କର ହୃଦଘାତ ରେ ପରଲୋକ ହୋଇଯାଇଛି | ଗତକାଲି ବାଲିଗୁଡା ମେଡିକାଲ ରୁ ରେଫେର ହୋଇ ବ୍ରହ୍ମପୁର ଏମ୍.କେ.ସି.ଜି. ମେଡିକାଲ ରେ ଭର୍ତ୍ତି ହୋଇଥିଲେ | ଆଜି ଅପରାହ୍ନ 1.30 ସମୟରେ ହୃଦଘାତରେ ତାଙ୍କର ପରଲୋକ ହୋଇଯାଇଛି | ବାଲିଗୁଡା ଦୃଷ୍ଟିହୀନ ବିଦ୍ୟାଳୟ ରେ ସେ ବୈଷୟିକ ଶିକ୍ଷକ ଭାବେ 1989 ମସିହା ରୁ କାର୍ଯ୍ୟରତ ଥିଲେ | ସେ ଦୃଷ୍ଟିହୀନ ଥିବା ସତ୍ୱେ ତାଙ୍କର ଶିକ୍ଷକତା ଅତି ଉଚକୋଟିର ଥିଲା | ସେ ଜଣେ ଶାନ୍ତଶୀଳ ଓ ମେଳାପୀ ଶିକ୍ଷକ ଥିଲେ ତାଙ୍କର ବିୟୋଗ ରେ ବନବାସୀ ସେବା ସମିତି ଅନୁଷ୍ଠାନ ର କର୍ମଚାରୀ ଓ ଛାତ୍ର ଛାତ୍ରୀ ମହଲରେ ଶୋକର ଛାୟା ଖେଳିଯାଇଛି I ଗଂଜାମ ଜ଼ିଲ୍ଲା ପୁରୁଷୋତମପୁର ନିଜ ଗ୍ରାମରେ ଶେଷ କୃତ୍ୟ ସମ୍ପୂର୍ଣ ହୋଇଥିଲା|



