
ଏମ. ରାମପୁର, ୨୧-୧୧-୨୦୨୦(ସାମନ୍ତ ସାହୁ):
କଳାହାଣ୍ଡି ଜିଲ୍ଲାର ମଦନପୁର ରାମପୁର ବ୍ଲକ୍ ର ଉନ୍ନୀତ ସରକାରୀ ଉଚ୍ଚ ବିଦ୍ୟାଳୟ ବମକ ଠାରେ ଏକ କୃଷକ ଏକତା ସମାବେଶ ଅନୁଷ୍ଠିତ ହୋଇଯାଇଅଛି। କରୋନା କଟକଣା ର ସମସ୍ତ ନିୟମ କୁ ମାନି ସଭା ଟିକୁ ଆରମ୍ଭ କରାଯାଇଥିଲା। ଏଥିରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଚାଷୀ ମାନଙ୍କୁ ଉଚିତ୍ ପ୍ରାୟିସ୍, ପ୍ରେଷ୍ଟିଜ୍, ଓ ପେନସନ ଦାବିରେ ନିସ୍ୱର୍ଥା ପରା ଭାବରେ ଚାଷୀ ଭାଇଙ୍କ ପାଇଁ ଏଇ ସଙ୍ଗଠନ ପ୍ରାୟାସ ଜାରି ରଖିଛି। ସରକାର୍ ଙ୍କ କୃଷକ ମାରଣା ନୀତି ଓ ମିଲର୍ସ ଓ କିଛି ଅସାଧୁ କର୍ମଚାରୀ , ଆଜେଣ୍ଟ ମାନେ ମିଶି ଚାଷୀ ଙ୍କୁ ନିଜର ହକ ପାଇବାରୁ ବଞ୍ଚିତ କରୁଥିବାରୁ ଖୁବ୍ ବର୍ଷି ଥିଲେ। ନବ ନିର୍ମାଣ କୃଷକ ସଙ୍ଗଠନ ର ରାଜ୍ୟ ସଂଯୋଜକ ଶ୍ରୀଯୁକ୍ତ ଶେଷଦେବ ନନ୍ଦ l
କୃଷକ ମାନେ ହେଉଛନ୍ତି ଅନ୍ନଦାତା ମୁଣ୍ଡ ଝାଲ ତୁଣ୍ଡେ ମାରି ଚାଷ କରିଥିବା ସମସ୍ତ କୃଷି ଜାତ ଦ୍ରବ୍ୟ କୁ ଓଡ଼ିଶା ର ଚାଷୀ ଭାଇ ବିକ୍ରି କରିବା ସମୟରେ ବିଭିନ୍ନ ପ୍ରକାର ର ଅସୁବିଧା ତଥା ଶୋଷଣ ର ଶିକାର ହେଉଥିବା ଜାଣି କ୍ଷୋଭ ପ୍ରକାଶ କରିଥିଲେ ନବ ନିର୍ମାଣ କୃଷକ ସଙ୍ଗଠନ ର ରାଜ୍ୟ କମିଟି ସଦସ୍ୟ ଶ୍ରୀଯୁକ୍ତ ଶୁଭେନ୍ଦୁ ଶେଖର ମଲ୍ଲିକ। ସେ କହିଥିଲେ ଯେ ପ୍ରଯ୍ୟନ୍ତ ଚାଷୀଙ୍କ ଦାବି ପୁରଣ ନ ହେଇଛି ସେ ପ୍ରଯ୍ୟନ୍ତ ଆମର ସଂଗ୍ରାମ ଜାରି ରଖିବୁ।
ଏକତା ସମାବେଶ ର ମୁଖ୍ୟ ଦାବି ମିଲ ମାଲିକ ଙ୍କ ଦଲାଲ ଗିରି କରୁଥିବା ବ୍ୟକ୍ତି ୧ କେଜି କଟିଙ୍ଗ କରିବା ପରିବର୍ତ୍ତେ ୫ରୁ ୭ କେଜି ଧାନ କଟିଙ୍ଗ କରି ଆଜେଣ୍ଟ ଚାଷୀ ଙ୍କୁ ଶୋଷଣ କରୁଥିବା ରୁ ପୁରୁଣା ଆଯେଣ୍ଟ କୁ ହଟେଇ ନୃତନ ଆଜେଣ୍ଟ୍ ନିୟୋଜିତ କରିବା ପାଇଁ ଆଗାମୀ ଦିନରେ ଏହାର ପ୍ରତିବାଦ କରିବାପାଇଁ ସମସ୍ତ ମଞ୍ଚାସିନ ଅତିଥି ମତ ବ୍ୟକ୍ତ କରିଥିଲେ।ସଭା ର ମୁଖ୍ୟ ଅତିଥି ଭାବରେ ଶ୍ରୀଯୁକ୍ତ ଧନେଶ୍ଵର ମାଝୀ (ପୂର୍ବତନ ବିଧାୟକ ନର୍ଲା),
ସମ୍ମାନିତ ଅତିଥିଭାବେ ଶ୍ରୀଯୁକ୍ତ ପୁଷ୍ପେନ୍ଦ୍ର ସିଂହଦେଓ ( ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସଦସ୍ୟ), ସମାଜସେବୀ ମନୋଜ୍ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ପ୍ରଶାନ୍ତ ସାମନ୍ତରା (ଉପଦେଷ୍ଟା ୱେବ୍ ମିଡିଆ ସଂଘ, ନର୍ଲା) ନାରୀନେତ୍ରୀ ପାଙ୍କଜିନି ନାଏକ୍, ପୂର୍ବତନ ସରପଂଚ ଶ୍ରୀମତୀ ସନ୍ତୋଷିନି ସାହୁ ବମକ ଗ୍ରାପ , ୱେବ୍ ମିଡ଼ିଆ ସଂଘ ର ସଭାପତି ଶ୍ରୀଯୁକ୍ତ ଡୋଳାମଣୀ ସାହୁ, ସଭା ର ଆୟୋଜକ ୱେବ୍ ମିଡିଆ ସଂଘ, ନର୍ଲା ର ସମସ୍ତ କର୍ମକର୍ତ୍ତା ପ୍ରମୁଖ ଯୋଗଦେଇଥିବା ବେଳେ । ଆଇନଜୀବି ତଥା ସମାଜସେବୀ ସତ୍ୟ ନାରାୟଣ ସାହୁ ମଞ୍ଚ ପରିଚାଳନା କରିଥିଲେ। ଓ ପରିଶେଷରେ ସମସ୍ତ ଙ୍କୁ ଧନ୍ୟବାଦ୍ ଦେଇ ସଭା ସାଙ୍ଗ କରାଯାଇଥିଲା।








