
ବାଲିଗୁଡା,୨୦-୧୧-୨୦୨୦ (ସୁକାନ୍ତ କୁମାର ତ୍ରିପାଠୀ):
କନ୍ଧମାଳ ଗଣମାଧ୍ୟମ ସଙ୍ଘର ବାଲିଗୁଡା ଉପଖଣ୍ଡ ସ୍ତରୀୟ ସଙ୍ଘ କର୍ମକର୍ତା ଚୟନ ବୈଠକ ଅନୁଷ୍ଠିତ ହୋଇଯାଇଛି | ଏଥିରେ ମୁଖ୍ୟ ଅତିଥି ରୂପେ କନକ ଟି ଭି ରିପୋର୍ଟର ସନ୍ତୋଷ ଦାଶ ଓ ନକ୍ଷତ୍ର ଟି ଭି ରିପୋର୍ଟର ମନରଞ୍ଜନ ରାୟ ଓ ନେସନାଲ ହ୍ୟୁମାନ ରାଇଟ ସଦସ୍ୟ କୁନା ଦିଗାଲ ସମେତ ବରିଷ୍ଠ ସାମ୍ବାଦିକମାନେ ଯୋଗ ଦେଇଥିଲେ ଏବଂ ଏହି ବୈଠକ କନ୍ଧମାଳ ଗଣମାଧ୍ୟମ ସଙ୍ଘ ର ଉପ ସଭାପତି ଫିଲିପ କୁମାର ଦିଗାଲ ଙ୍କ ନେତୃତ୍ୱରେ ଆଜି ଉକ୍ତ ସଙ୍ଘକୁ ମଜବୁତ କରିବା ପାଇଁ ତୁମୁଡିବନ୍ଧରେ ସର୍ବ ସମ୍ମତି କ୍ରମେ କୋଟଗଡ, ତୁମୁଡିବନ୍ଧ, ବାଲିଗୁଡା ଓ କ. ନୂଆଗାଁର ଛୋଟ ବଡ଼ ସାମ୍ବାଦିକ ମାନଙ୍କୁ ନେଇ ଉପଖଣ୍ଡ ସ୍ତରୀୟ କର୍ମକର୍ତା ଚୟନ କରାଯାଇଥିଲା |
ଏଥିରେ ସଭାପତି ରୂପେ ମାଧବ ଚନ୍ଦ୍ର ଦାଶ ଓ କାର୍ଯ୍ୟକାରୀ ସଭାପତି ରୂପେ ଅନୁଗ୍ରହ ନନ୍ଦ, ସୁକାନ୍ତ ତ୍ରିପାଠୀ, ରମେଶ ପ୍ରଧାନ,ଭବାନୀ ଶଙ୍କର ଜେନା ଏବଂ ସମ୍ପାଦକ ରୂପେ ସିମାଞ୍ଚଳ ସାହୁ ଙ୍କ ସହ ପ୍ରଳୟ ରାୟ ନାୟକ ଙ୍କୁ ନିର୍ଧାରିତ କରି ମୋହର ପାଇଁ ଜିଲ୍ଲା ସଭାପତି ମିଲନ କହଁର ପାଖକୁ ପଠାଇଦିଆଯାଇଛି |






