Saturday, October 10, 2026
Home ଜିଲ୍ଲା କନ୍ଧମାଳ ସାମ୍ବାଦିକ ସ୍ୱର୍ଗତ ତାରିଣୀ ପାଢୀଙ୍କ ପରିବାରକୁ ପନ୍ଦର ଲକ୍ଷ ସହାୟତା ରାଶି ପ୍ରଦାନ : ଜିଲାପାଳ

ସାମ୍ବାଦିକ ସ୍ୱର୍ଗତ ତାରିଣୀ ପାଢୀଙ୍କ ପରିବାରକୁ ପନ୍ଦର ଲକ୍ଷ ସହାୟତା ରାଶି ପ୍ରଦାନ : ଜିଲାପାଳ

83

ବାଲିଗୁଡା,୨୦-୧୧-୨୦୨୦ (ସୁକାନ୍ତ କୁମାର ତ୍ରିପାଠୀ):
କନ୍ଧମାଳ ଜିଲ୍ଲାରେ ମୃତ୍ୟୁ ବରଣ କରିଥିବା ପ୍ରମେୟ ପ୍ରତିନିଧି ସ୍ୱର୍ଗତ ତାରିଣୀ ପାଢୀଙ୍କ ପରିବାରକୁ ଆଜି ଶୁକ୍ରବାର ଜିଲାପାଳ ଡି ବୃନ୍ଦା ଡି ଜିଲାପାଳଙ୍କ କାର୍ଯ୍ଯାଳୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ପନ୍ଦର ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଥିଲେ। ସାମ୍ବାଦିକ ସ୍ୱର୍ଗତ ପାଢୀଙ୍କ ବିଧବା ପତ୍ନୀ ସବିତା ପାଢୀ ଓ ଝିଅ ତନ୍ମୟା ପାଢୀ ଜିଲାପାଳଙ୍କ ଠାରୁ ଏହି ଚେକ୍ ଗ୍ରହଣ କରିଥିଲେ।