Saturday, October 10, 2026
Home ଆଞ୍ଚଳିକ ଆହତକୁଂ ଚିକତ୍ସା କରି ପ୍ରଶଂସାର ପାତ୍ର ପାଲଟିଛି ସଦରଥାନା

ଆହତକୁଂ ଚିକତ୍ସା କରି ପ୍ରଶଂସାର ପାତ୍ର ପାଲଟିଛି ସଦରଥାନା

94

କୁକୁଡାଖଣ୍ଡି,୨୧/୯ (ଇ.ରଞ୍ଜନ) : ଜଣେ ଆହତକୁଂ ଚିକତ୍ସା କରି ସାଧାରଣର ପ୍ରଶଂସାର ପାତ୍ର ପାଲଟିଛି ସଦରଥାନା ପୋଲିସ କିଛିଦିନ ତଳେ ମୁଖ୍ୟମନ୍ତ୍ରି ଥାନା କୁ ଆସୁଥିବା ସମସ୍ତ ଅଭିଯୋଗକାରୀଙ୍କ ସୁବିଧା ପାଇଁ ମୋ ସରକାର ନାମରେ ଯୋଜନା ପ୍ରଣୟନ କରିଥିଲେ । ତାହାର ଆଜି ବାସ୍ତବରେ ରୂପାନ୍ତର କରିଦେଖାଇଛନ୍ତି ଗଂଜାମଜିଲ୍ଲାର ବ୍ରହ୍ମପୁର ସଦରଥାନା ପୋଲିସ । ଥାନାରେ କାଯ୍ୟରତ୍ତ ଦୁଇ ଏସଆଇ ମହାନତାକୁ ସାଧାରଣ ଲୋକେ ସାଧୁବାଦ ଜଣାଇବା ସହ ଥାନାକୁ ଅଭିଯୋଗ କରିବାକୁ ଆସିବାକୁ ଡରୁଥିବା ଲୋକେ ଏବେ ପୋଲିସକୁ ଭରସା କରିବା ଆରମ୍ଭ କରିବେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

ଶନିବାର ମଧ୍ୟାହ୍ନରେ ଜଣେ ବୃଦ୍ଧ ଥାନାକୁ ଆସୁଥିବା ବେଳେ କୈଣସି କାରଣ ବସତଃ ତଳେ ପଡିଯାଇ ଆହାତ ହୋଇଥିଲେ। ଫଳରେ ତାକୁଂ ସଗେଂ ସଗେଂ ଥାନାରେ କାଯ୍ୟରତ ଥିବା ଏସଆଇ ବିଭୂତି ସେଠୀ,ବିନିତ ଶତପଥୀ ଥାନ ମଧ୍ୟରେ ପ୍ରାଥମିକ ଚିକତ୍ସା କରିଥିଲେ।ଆହତ ବୃଦ୍ଧ ଜଣକଂ ନିକଟସ୍ଥ ପ୍ରତାପକୃଷ୍ନଚନ୍ଦ୍ରପୁର ଗ୍ରାମର ଦିନା ଗୌଡ(୭୦)।

ତଳେ ପଡିବା ଫଳରେ ତାକଂ ଆଖିରେ ଆଘାତ ଲାଗିଥିଲା ଡେଟଲରେ ଆଖିକୁ ଧୋଇ ପ୍ରାଥମିକ ଚିକିସ୍ଛା କରିଥିଲେ ।ନିଜର କିଛି ପାରିବାରିକ ସମସ୍ୟା କୁ ନେଇ ବୃଦ୍ଧ ଜଣକଂ ଥାନାକୁ ଆସିଥିଲେ।ଏନେଇ ଥାନା ଅଧିକାରୀ ସନ୍ତୋଷିନୀ ଓରାମ କହିଛନ୍ତି ଯେ ପୋଲିସ ସଦାସର୍ବଦା ଜନସାଧାରଣକୁଂ ସାହାଯ୍ୟ କରିବା ପାଇଁ ରହିଛି । ଜନସାଧାରଣ ପୋଲିସକୁ ଭରସା କରି ନିର୍ଭୟରେ ଅଭିଯୋଗ କରିବାକୁ ଅନୁରୋଧ କରିଛନ୍ତି।