Saturday, November 14, 2026
Home ଜିଲ୍ଲା ମୋବାଇଲ ଦୋକାନ ଚୋରି ଘଟଣାରେ ଦୁଇ ନାବାଳକଙ୍କ ସମେତ ଛଅ ଜଣ ଗିରଫ,୨୫ଟି ମୋବାଇଲ ଫୋନ,...

ମୋବାଇଲ ଦୋକାନ ଚୋରି ଘଟଣାରେ ଦୁଇ ନାବାଳକଙ୍କ ସମେତ ଛଅ ଜଣ ଗିରଫ,୨୫ଟି ମୋବାଇଲ ଫୋନ, ଗୋଟିଏ Ktm ବାଇକ୍ ସହ ୨ଟି ଲେପଟପ ଜବତ

259

ବିଷମକଟକ, ୨୦-୧୧-୨୦୨୦(ପ୍ରସନ୍ନ ପଣ୍ଡା) : ରାୟଗଡା ଜିଲ୍ଲା ମୁନିଗୁଡା ହନୁମାନ ବଜାରରୁ ବୁଧବାର ରାତିରେ ମୋବାଇଲ ଦୋକାନ ଉପର ଟିଣ କାଡି ପ୍ରାୟ ୫ ଲକ୍ଷ ଟଙ୍କାର ମୋବାଇଲ ଚୋରି ଘଟଣାରେ ମୁନିଗୁଡା ପୋଲିସ ଦୁଇ ଜଣ ନାବାଳକଙ୍କ ସମେତ ଛଅ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି l

ଉକ୍ତ ଛଅ ଜଣ ହେଲେ ମୁନିଗୁଡା ଅଞ୍ଚଳର ପିଙ୍କୁ ପଣ୍ଡା, ସରୋଜ ପଟେଲ, ପୀତବାସ ରଣା, ଜଗନ୍ନାଥ ସାହୁଙ୍କ ସମେତ ଦୁଇ ନାବାଳକ ବୋଲି ପୋଲିସ ସୂତ୍ରରୁ ଜଣାପଡିଛି l ଏମାନଙ୍କ ଠାରୁ 25ଟି ମୋବାଇଲ, 2ଟି ଲାପଟୋପ ଓ ଗୋଟିଏ KTM ବାଇକ ଯବତ କରିବା ସହ ଏମାନଙ୍କ ନାମରେ ମୁନିଗୁଡା ଥାନା କେଶରେ ନମ୍ବର 164/20, ଦଫା 457/380 ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା ରାୟଗଡା ଏସପି ଶ୍ରବଣ ବିବେକ ଏମ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦେଇଛନ୍ତି