
ନୂଆଦିଲ୍ଲୀ, ୨୦-୧୧-୨୦୨୦ (ଜ଼ିଲ୍ଲା ଖବର) :
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୨୧ ତାରିଖ ଶନିବାର ଦିନ ପଣ୍ଡିତ ଦୀନ ଦୟାଲ ପେଟ୍ରୋଲିୟମ ବିଶ୍ଵବିଦ୍ୟାଳୟର ଅଷ୍ଟମ ସମାବର୍ତ୍ତନ ସମାରୋହରେ ଯୋଗଦେବେ । ପୂର୍ବାହ୍ନ ୧୧ଟା ବେଳେ ଭିଡିଓ କନଫରେନ୍ସ ଜରିଆରେ ପ୍ରଧାନମନ୍ତ୍ରୀ ଯୋଗଦେଉଥିବା ବେଳେ ପ୍ରାୟ ୨୬୦୦ ଛାତ୍ରଛାତ୍ରୀ ଏହି ସମାବର୍ତ୍ତନ ସମାରୋହରେ ଡିଗ୍ରୀ ଓ ଡିପ୍ଲୋମା ହାସଲ କରିବେ ।
ସମାବର୍ତ୍ତନ ସମାରୋହ କାଳରେ ପ୍ରଧାନମନ୍ତ୍ରୀ ୪୫ ମେଗାୱାଟ ଯୁକ୍ତ ମନୋକ୍ରିଷ୍ଟାଲାଇନ ସୋଲାର ଫଟୋ ଭୋଲ୍ଟାଇକ ପାନେଲ ଓ ଜଳ ପ୍ରଯୁକ୍ତି ଉତ୍କର୍ଷ କେନ୍ଦ୍ରର ମଧ୍ୟ ଶିଳାନ୍ୟାସ କରିବେ । ଏହି ସମାବର୍ତ୍ତନ ସମାରୋହ ବେଳେ ପ୍ରଧାନମନ୍ତ୍ରୀ ଇନୋଭେସନ ଏବଂ ଇନକ୍ୟୁବେସନ ସେଣ୍ଟର, ଟେକ୍ନୋଲୋଜି ବିଜିନେସ ଇନକ୍ୟୁବେସନ, ଟ୍ରାନ୍ସଲେସନ ରିସର୍ଚ ସେଣ୍ଟର ଏବଂ କ୍ରୀଡା ପରିସରକୁ ପଣ୍ଡିତ ଦୀନ ଦୟାଲ ପେଟ୍ରୋଲିୟମ ବିଶ୍ଵବିଦ୍ୟାଳୟରେ ଉଦଘାଟନ କରିବାର କାର୍ୟ୍ୟକ୍ରମ ରହିଛି । (ସ୍ରୋତ: ପିଆଇବି)







