Tuesday, October 13, 2026
Home ଜାତୀୟ ଭୁଟାନରେ ରୂପେ କାର୍ଡର ଦ୍ଵିତୀୟ ପର୍ଯ୍ୟାୟ ଆରମ୍ଭ ପାଇଁ ଭର୍ଚୁଆଲ ସମାରୋହ

ଭୁଟାନରେ ରୂପେ କାର୍ଡର ଦ୍ଵିତୀୟ ପର୍ଯ୍ୟାୟ ଆରମ୍ଭ ପାଇଁ ଭର୍ଚୁଆଲ ସମାରୋହ

27
newsroompost

ନୂଆଦିଲ୍ଲୀ, ୨୦-୧୧-୨୦୨୦ (ଜ଼ିଲ୍ଲା ଖବର) :
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓ ଭୁଟାନ ପ୍ରଧାନମନ୍ତ୍ରୀ ଲିଓନଚେନ ଡଃ ଲୋତେ ଶେରିଙ୍ଗଙ୍କ ଦ୍ଵାରା ଆଜି (୨୦.୧୧.୨୦୨୦) ଭୁଟାନରେ ରୂପେ କାର୍ଡର ଦ୍ଵିତୀୟ ପର୍ୟ୍ୟାୟ ପ୍ରଚଳନ ଭର୍ଚୁଆଲ ମୋଡରେ ଆରମ୍ଭ ହେବ । ଏହି ପ୍ରକଳ୍ପର ପ୍ରଥମ ପର୍ୟ୍ୟାୟ ଉଭୟ ଦେଶର ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ଭୁଟାନଠାରେ ଗତ ବର୍ଷ ଅଗଷ୍ଟରେ ଆରମ୍ଭ ହୋଇଥିଲା । ରୂପେ କାର୍ଡର ପ୍ରଥମ ପର୍ୟ୍ୟାୟ ତ୍ୱରାନ୍ୱିତ ହେବା ଫଳରେ ଭାରତରୁ ଭୁଟାନ ଯାଉଥିବା ପରିଦର୍ଶକମାନେ ସାରା ଭୁଟାନରେ ଏଟିଏମ ଓ ପିଓଏସ ଟର୍ମିନାଲର ବ୍ୟବହାର କରିପାରିବେ ।

ଦ୍ଵିତୀୟ ପର୍ୟ୍ୟାୟ ଆରମ୍ଭ ହେଲେ ଭୁଟାନର ପରିଦର୍ଶକମାନେ ଭାରତରେ ରୂପେ କାର୍ଡ ନେଟୱାର୍କର ସୁବିଧା ନେଇପାରିବେ । ଭାରତ ଏବଂ ଭୁଟାନ ବନ୍ଧୁତାର ଏକ ସ୍ଵତନ୍ତ୍ର ଦିଗ ରହିଛି । ଉଭୟ ଦେଶର ଜନସାଧାରଣଙ୍କ ମଧ୍ୟରେ ଭାତୃତ୍ୱଭାବ ଓ ସାଂସ୍କୃତିକ ଐତିହ୍ୟ ଯୋଗୁଁ ଏହା ଅଧିକ ସୁଦୃଢ ହୋଇଛି ।  (ସ୍ରୋତ: ପିଆଇବି)