Home ଜିଲ୍ଲା ଖୋର୍ଦ୍ଧା ଖୋର୍ଦ୍ଧା ଜିଲ୍ଲା: ପାଣ୍ଡିଆବିଲି ଅଞ୍ଚଳର ପୁଣି ବଢିଲା ଯାତାୟତ ସମସ୍ୟା, କରାଗଲା ନାହିଁ ରାସ୍ତା ମରାମତି

ଖୋର୍ଦ୍ଧା ଜିଲ୍ଲା: ପାଣ୍ଡିଆବିଲି ଅଞ୍ଚଳର ପୁଣି ବଢିଲା ଯାତାୟତ ସମସ୍ୟା, କରାଗଲା ନାହିଁ ରାସ୍ତା ମରାମତି

38

ଜଟଣୀ,୨୦-୧୧-୨୦୨୦ ( ସଞ୍ଜୀବ କୁମାର) : ଜଟଣୀ ବ୍ଲକ ଅନ୍ତର୍ଗତ ବେଣାପଞ୍ଜୁରୀ ପଞ୍ଚାୟତର ପାଣ୍ଡିଆବିଲି,ବୁଢାଙ୍ଗରା ଇତ୍ୟାଦି ୧୦ ଟି ଗ୍ରାମକୁ ଏକମାତ୍ର ମୂଖ୍ୟ ରାସ୍ତା ତିରିମଲଠାରେ ଥିବା ଦୟା ଓ ରାଜୁଆର ଉତ୍ପତିସ୍ଥଳ ନିକଟ ଅସ୍ଥାୟୀ ମାଟିରାସ୍ତା । ପ୍ରତିବର୍ଷ ଲଗାଣବର୍ଷା ଏବଂ ବନ୍ୟାରେ ଏହି ରାସ୍ତା ଭାଙ୍ଗିଯାଇଥାଏ । ତେଣୁ ବନ୍ୟା ସମୟରେ ସରକାରଙ୍କ ସହାୟତାରେ ଲୋକମାନଙ୍କ ଯାତାୟତ ଲାଗି ଅସ୍ଥାୟୀ ମାଟିରାସ୍ତା ଏବଂ ନଦୀଜଳ ବଢିବାପରେ ଡଙ୍ଗାର ବ୍ୟବସ୍ଥା ହୋଇଥାଏ । ମାତ୍ର ଚଳିତବର୍ଷ ଅଗଷ୍ଟ ମାସରେ ହୋଇଥିବା ବନ୍ୟାରେ ଏଠାରେ ନଦୀବନ୍ଧ ଭାଙ୍ଗିଯିବା ସହିତ ଅସ୍ଥାୟୀ ରାସ୍ତାକୁ ଧୋଇନେଇ ଯାଇଥିଲା । ଫଳରେ ଉକ୍ତ ଅଂଚଳବାସୀ ଡଙ୍ଗା ସାହାଯ୍ୟରେ ଯାତାୟତ କରୁଥିଲେ । ମାତ୍ର ବନ୍ୟାଜଳ ଧୀରେଧୀରେ କମିବାପରେ ଏଠାରେ ପଡିଥିବା ଡଙ୍ଗାଟି ଚାଲିପାରୁ ନାହିଁ । ହେଲେ ଯାତାୟତ କିପରି କରାଯିବ ସେନେଇ କୈାଣସି ଯୋଜନା କରାଯାଇ ନାହିଁ । ଫଳରେ ଲୋକେ ଯାତାୟତ କରି ନପାରି ସେମାନଙ୍କ ସମସ୍ୟା ବଢିବାରେ ଲାଗିଛି ବୋଲି ଗ୍ରାମର ଅନେକ ବ୍ୟକ୍ତି ମତବ୍ୟକ୍ତ କରିଛନ୍ତି । ଚଳିତବର୍ଷର ଅଗଷ୍ଟ ମାସରେ ଲଘୁଚାପ ଜନିତ ଲଗାଣ ବର୍ଷାଯୋଗୁଁ ଜଟଣୀ ବ୍ଲକ ବେଣାପଞ୍ଜୁରୀ ପଞ୍ଚୟତର ଅନେକ ଗ୍ରାମ ବାହ୍ୟ ଜଗତରୁ ବିଛିନ୍ନ ହୋଇଥିବା ଦୃଶ୍ୟ ସାଧାରଣରେ ତିବ୍ର ପ୍ରତିକ୍ରୀୟା ସୃଷ୍ଟି କରିଥିଲାି । ଭୂବନେଶ୍ୱର ସବ-ଡିଭିଜନ ଜଟଣୀ ବ୍ଲକ ଅଧିନସ୍ଥ ବେଣାପଞ୍ଜୁରୀ ଅଂଚଳରେ ରହିଥିବା ଦୟା ଓ ରାଜୁଆ ନଦୀର ଉତ୍ପତି ସ୍ଥଳରେ ରହିଥିବା ପାଣ୍ଡିଆବିଲି ରାସ୍ତା ବର୍ଷାରେ ୫ ମାସ ପର୍ଯ୍ୟନ୍ତ ସୋଚନୀୟ ହୋଇଥାଏ ବାହ୍ୟ ଜଗତରୁ ବିଛିନ୍ନ । ଏହି ବାଟ ଦେଇ ଯାତାୟତ କରୁଥିବା ୩ଟି ପଞ୍ଚାୟତର ୫୦ ହଜାରରୁ ଉର୍ଦ୍ଧ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଥିପ୍ରତି ସରକାର ଦୃଷ୍ଟି ଦେବାକୁ ବିଭିନ୍ନ ସଂଗଠନ ଓ ରାଜନୈତିକ ନେତାମାନେ ସରକାରଙ୍କୁ ଅନୁରୋଧ କରିଚାଲିଛନ୍ତି । ଏଥିରେ ବେଣାପଞ୍ଜୁରୀ ପଂଞ୍ଚାୟତର ପାଣ୍ଡିଆବିଲି, ବୁଢାଙ୍ଗରା, ବିପିପୁଳ, ନୂଆସାହି, ଡେଲାଙ୍ଗଚାରିପାଖ , ହଂସପଦର, ବୈଶମପାଟଣା,ମାତାସାହି, ନୂଆପାଟଣା, ଗୋଡିପାଟଣା, ସୁନ୍ଦରାସାହି, ମାନପୁର ପ୍ରଭୃତିକୁ ଯାଞ୍ଚାୟତ ପାଇଁ ଏକମାତ୍ର ରାସ୍ତା ହେଉଛି ଦୟା ଓ ରାଜୁଆ ନଦୀର ସଙ୍ଗମ ସ୍ଥଳ ।

ପ୍ରତିଦିନ ଏହିବାଟ ଦେଇି ଗ୍ରାମର ହଜାର ହଜାର ସଂଖ୍ୟକ ଲୋକମାନେ ଏହି ନଦୀ କୁ ଡ଼ଙ୍ଗାରେ ପାରିହୋଇ ଜଟଣୀ,ଭୂବନେଶ୍ୱର, ଖୋର୍ଦ୍ଧା,ପିପିଲି,ନିମାପଡା,ପୁରୀ ସହରକୁ ଯାଇଥାନ୍ତି । ସ୍କୁଲ,କଲେଜର ଛାତ୍ର ଓ ଛାତ୍ରୀମାନଙ୍କ ସହିତ ଅନେକ ବ୍ୟକ୍ତି ସେମାନଙ୍କ କର୍ମସ୍ଥଳକୁ ଯାଇଥାନ୍ତି । ହେଲେ ଏହି ରାସ୍ତାରେ ବାରମ୍ବାର ଘାଇ ସୃଷ୍ଟିହେବା ସହିତ ବନ୍ୟାରେ ଭାଷିଯାଇ ଯାତାୟତ ବନ୍ଦ ହୋଇଯାଇଥାଏ । ତେଵେ ଏହିଗ୍ରାମ ଗୁଡିକରେ ରହୁଥିବା ଲୋକମାନଙ୍କର ଅବସ୍ଥା ବର୍ଷାରେ ୫ ମାସ ଶୋଚନୀୟ ହୋଇଥାଏ ବୋଲି କହିଥାନ୍ତି । ସ୍ୱାଧୀନତାର ୭୪ ବର୍ଷ ପରେ ମଧ୍ୟ ଭୂବନେଶ୍ୱର ସବ-ଡିଭିଜନ ଅଧିନସ୍ଥ ଜଟଣୀ ଅଞ୍ଚଳ ଅନେକ ଗ୍ରାମକୁ ରାସ୍ତା ନାହିଁ ବୋଲି ଜଳବନ୍ଦିରେ ରହିଥିବା ଲୋକମାନେ ସୁଚନା ଦେଇଆସୁଛନ୍ତି । ଅନ୍ୟ ପକ୍ଷରେ ଏହି ବାଟ ଦେଇ ଡେଲାଙ୍ଗ,କଣାସ ଓ ଜଟଣୀ ବ୍ଲକର ହଜାର ହଜାର ସଂଖ୍ୟକ ଲୋକେ ଯାତାୟତପାଇଁ ନିର୍ଭର କରିଥାନ୍ତି । ହେଲେ ବର୍ଷାଦିନ ଆସିଲେ ଏହି ଗ୍ରାମଗୁଡିକୁ ଯାତାୟତ କରିବା ଅସମ୍ଭବ ହୋଇଥାଏ । ଅନ୍ୟ ପକ୍ଷରେ ଉକ୍ତ ଗ୍ରାମଗୁଡିକ ବାହ୍ୟ ଜଗତରୁ ବିଛିନ୍ନ ହୋଇଥାଏ । ଯିଏ ଯେଉଁଠୁ ଆସିଥାଏ ସେ ସେଠାରେ ରହିବାକୁ ବାଧ୍ୟ ହୋଇଯାଏ । ଏସବୁ ସମସ୍ୟାକୁ ଦୃଷ୍ଟିଦେଇ ସରକାର ସମସ୍ୟାଗୁଡିଙ୍କୁ ଅବଗତ କରିବା ସତେ ଯଥାଶିଘ୍ର କିଛି ହୋଇପାରିଲା ନାହିଁ । ତେବେ ଏସବୁ ସମସ୍ୟାକୁ ଦୃଷ୍ଟିରେ ରଖି ଗ୍ରାମବାସୀମାନେ ବିଗତ ଦିନରେ ମିଳିତଭାବେ ଘରପିଛା ୨୦୦ ଟଙ୍କା ଲେଖାଁଏ ଆଦାୟ କରି ଘାଟରେ ଡଙ୍ଗା କିଣି ପକାଇଥିଲେ । ଏଥି ସହିତ ଗ୍ରାମର ଘରପିଛା ଜଣେ ବ୍ୟକ୍ତି ଘାଟଡଙ୍ଗା ଚଳାଇବା ସହିତ ଗ୍ରାମ୍ୟ ପଂଚାୟତକୁ ୨୦୦ ଟଙ୍କା ଲେଖାଁଏ ଦେବାକୁ ପ୍ରତିଦିନିଆ ବ୍ୟବସ୍ଥାରେ ପରିଣତ କରାଯାଇଥିଲା । ଏହାକୁ ବାଧ୍ୟତା ମୁଳକ ମଧ୍ୟ କରାଯାଇଥିଲା । ଗ୍ରାମବାସୀମାନେ ନିଜ ଅର୍ଥରେ ଡଙ୍ଗା କିଣିବାପରେ ଏବେ ପ୍ରତିବର୍ଷ ସେଥିରେ ମରାମତି ପାଇଁ ୫୦ହଜାର ଟଙ୍କା ଲେଖାଁଏ ଖର୍ଚ ଚଳାଇଛନ୍ତି । ଏହା ବୋଝ ଉପରେ ଲଳିତା ବିଡା ସଦୃଶ ହେଉଛି ।

ତେବେ ଏହି ଡଙ୍ଗା ସାହାଯ୍ୟରେ ଛାତ୍ରଛାତ୍ରୀ ଓ ଗ୍ରାମବାସୀମାନେ ବିପଦ ସଙ୍କୁଳ ଅବସ୍ଥାରେ ଯାତାୟତ କରିବାକୁ ବାଧ୍ୟ ହୋଇଥାନ୍ତି । ଏହା ବ୍ୟତିତ ଅନ୍ୟ କୈାଣସି ଉପାୟ ନାହିଁ । ଅନ୍ୟ ଦିନଗୁଡିକରେ ଏହି ରାସ୍ତାରେ ଟେଣ୍ଡର ମାଧ୍ୟମରେ ମାଟିପକାଇ ଯାତାୟତ ପାଇଁ ଅସ୍ଥାୟୀ ରାସ୍ତା ନିର୍ମାଣ କରିଥାନ୍ତି । ଗ୍ରାମରେ ବିବାହପୁଣ୍ଣ୍ୟ ହେଲେ କେବଳ ଖରାଦିନେ ହୋଇପାରେ ଅନ୍ୟ ଦିନଗୁଡିକରେ କୌଣସି କାର୍ଯ୍ୟ ହୋଇପାରିନଥାଏ ବୋଲି କହିଥାନ୍ତି । ଏପରିକି ବର୍ଷା ଋତୁରେ ଜରୁରୀକାଳିନ ସମୟରେ ରୋଗୀମାନଙ୍କୁ ଚିକିତ୍ସାପାଇଁ ହସ୍ପିଟାଲ ନେଇପାରନ୍ତି ନାହିଁ ବୋଲି ଗ୍ରାମବାସୀ କହିଛନ୍ତି । ଏହିପରି ସମସ୍ୟା ଦିର୍ଘଦିନରୁ ଲାଗି ରହିବାପରେ ପ୍ରଶାସନକୁ ବାରମ୍ବାର ଅବଗତ କରିଥିଲେ । ତେବେ ବନ୍ୟା ସମୟରେ ଏନେଇ ଜିଲାପ୍ରଶାସନର ନିର୍ଦ୍ଧେଶକ୍ରମେ ଜଟଣୀ ବ୍ଲକ ପକ୍ଷରୁ ଏକ ବୋଟ ପ୍ରଦାନ କରାଯାଇଥିଲା । ଏହା କିଛିଦିନ ଚାଲିବାପରେ ଏହାର ରକ୍ଷଣାବେକ୍ଷଣ ଅଭାବରୁ ପରିତ୍ୟକ୍ତ ଅବସ୍ଥାରେ ପଡିରହି ନଷ୍ଟ ହୋଇଗଲାି । ସରକାର ବୋଟଟିକୁ ଦେଇଥିଲେ ହେଲେ ଏହାର ଚାଳକ ନିୟୋଜିତ ନ କରିବାରୁ ଏନେଇ ଏହାକୁ ଚଳାଚଳ କରିବା ଅସମ୍ଭବ ହୋଇପଡିଥିଲା ।ଉୁକ୍ତ ବୋଟଟି ଆଜି ପର୍ଯ୍ୟନ୍ତ ମଧ୍ୟ ପରିତ୍ୟକ୍ତ ଅବସ୍ଥାରେ ପଡିରହିଛି । ଏହାକୁ ଦେଖିଲେ ମନେହୁଏ ଯେ, ସରକାରୀ ଅର୍ଥ କିଭଳି ଅପାତ୍ରରେ ଦାନ ହେଉଛି ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି । ଏନେଇ ବିଭିନ୍ନ ସମୟରେ ଏହି ଅସୁବିଧାକୁ ନେଇ ସରକାରଙ୍କ ନିକଟରେ ଅଭିଯୋଗ କରାଯାଇ ସ୍ଥାୟୀ ପୋଲ ନିର୍ମାଣଲାଗି କୁହାଯାଇଥିଲେ ମଧ୍ୟ, ପ୍ରଶାସନ ପକ୍ଷରୁ ପ୍ରତିଶୃତି ଦେଇ ଛାଡିଦେଇଥାନ୍ତି ବୋଲି ଗ୍ରାମବାସୀମାନେ ମତବ୍ୟକ୍ତ କରିଥାନ୍ତି । କେତେବେଳେ ସ୍ଥାୟୀ ବ୍ରିଜ ନିର୍ମାଣ କରିବାକୁ ପ୍ରତିଶୃତି ଦେଉଥିବା ବେଳେ ଆଉ କେତେବେଳେ ଅସ୍ଥାୟୀ ପୋଲଟିଏ ନିର୍ମାଣ କରିବାକୁ କହୁଛନ୍ତି । ହେଲେ ଏସବୁ କେବଳ ଗ୍ରାମବାସୀଙ୍କ ମନବୁଝାଇବାପାଇଁ କୁହାଯାଉଛି । ଯେଉଁ ସମସ୍ୟା ସ୍ୱାଧୀନତା ପୁର୍ବରୁ ରହିଛି, ତାହା ଏବେ ମଧ୍ୟ ଏଠାରେ ଦେଖିବାକୁ ମିଳୁଛି । ଅନ୍ୟ ପକ୍ଷରେ ସରକାରଙ୍କ ପକ୍ଷରୁ ପାଣ୍ଡିଆବିଲି ଘାଟରେ ପଡିଥିବା ବୋଟଟି ଦିର୍ଘ ଦିନରୁ ଯାନ୍ତ୍ରୀକ ତ୍ରୁଟି ଯୋଗୁଁ ପଡି ରହିଥିଲା । ଏହି ବୋଟରେ ୧.୫ ଅଶ୍ୱ ଶକ୍ତି ବିଶିଷ୍ଟ ୨-ଷ୍ଟ୍ରୋକ ଇଜିଂନ ରହିଥିବା ବେଳେ ଏହାକୁ ବଦଳାଇ ୨.୫ରୁ ୪-ଷ୍ଟ୍ରୋକ ଇଜିଂନ ଲଗାଇଦିଆଯାଇଛି । ଫଳରେ ଏହି ବୋଟରେ ଅଧିକ ଚାପ ସୃଷ୍ଟିହୋଇ ବୋଟଟି ବୁଡି ଯିବାର ଆଶଙ୍କା କରାଯାଇ ଏହାକୁ ବନ୍ଦ ରଖାଯାଇଥିଲା । ପୁନଃ ଏହି ବୋଟକୁ ମରାମତି କରାଯାଇ ଚଳାଚଳ କରାଯାଇଥିଲା । ମାତ୍ର ଏବେ ନଦୀର ଜଳସ୍ଥର କମିଯିବାପରେ ବୋଟଟି ଚାଲିପାରୁ ନାହିଁ । ସେପଟେ ଯାତାୟତ ରାସ୍ତାରେ ଅଣ୍ଟlଏ ପାଣି ତେବେ ଲୋକେ ଯିବେ କିପରି । ତେଣୁ ବାଧ୍ୟ ହୋଇ ଯାନବାହନ ଧରି ନଦୀରେ ପଶି ଯାତାୟତ କରିବା ଦ୍ୱାରା ଯାନବାହନର ଯାନ୍ତ୍ରୀକ ତ୍ରୁଟି ଦେଖାଦେଇ ସମସ୍ୟାରେ ପଡୁଥିବା ଲୋକମାନେ କହିଛନ୍ତି । ତେଣୁ ସରକାର ଏଥିପ୍ରତି ଦୃଷ୍ଟି ଦେଇ ସ୍ଥାୟୀ ପ୍ରତିକାର କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।