Friday, November 13, 2026
Home ଆଞ୍ଚଳିକ ଭଂଜନଗର ମେଡିକାଲରେ କାର୍ଯ୍ୟରତ ଡାକ୍ତର ଶିଶିର କୁମାର ସାବତଙ୍କ କରୋନାରେ ମୃତ୍ୟୁ :ପ୍ରଶାସନିକ ସ୍ତରରେ ଗାର୍ଡ...

ଭଂଜନଗର ମେଡିକାଲରେ କାର୍ଯ୍ୟରତ ଡାକ୍ତର ଶିଶିର କୁମାର ସାବତଙ୍କ କରୋନାରେ ମୃତ୍ୟୁ :ପ୍ରଶାସନିକ ସ୍ତରରେ ଗାର୍ଡ ଅପ୍ ଅନର

92

ଭଂଜନଗର, (ଗଞ୍ଜାମ), ୨୦-୧୧-୨୦୨୦ (ନିରାକାର ସାହୁ) : ଗଂଜାମ ଜିଲ୍ଲା ଧିରେ ଧିରେ କୋରୋନା ମୁକ୍ତ ହେଉଥିବା ବେଳେ ପୁଣି ଜଣେ ଡାକ୍ତର ଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ଜିଲ୍ଲାର ଭଂଜନଗର ମେଡିକାଲରେ କାର୍ଯ୍ୟରତ ଥିବା ଡାକ୍ତର ଶିଶିର କୁମାର ସାବତ ଙ୍କ ଗତକାଲି ମୃତ୍ୟୁ ଘଟିବା ପରେ ଅ।ଜି ତାଙ୍କୁ ପ୍ରଶାସନିକ ସ୍ତରରେ ଗାର୍ଡ ଅପ୍ ଅନର ଦିଅ।ଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ହୋଇଥିବା ବେଳେ ଗଲା ୧୪ ତାରିଖ ରେ କୋରୋନା ଟେଷ୍ଟ ହୋଇଥିଲା ।

୧୫ ତାରିଖ ଦିନ ରିପୋର୍ଟ୍ ପଜିଟିଭି ଆସିବା ପରେ ସେ ହୋମ କ୍ଵାରେଣ୍ଟାଇନ ରେ ଥିବା ବେଳେ ଗତ କାଲି ସନ୍ଧ୍ୟା ୪.୫୦ ରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛ। ଏହା ପରେ ତାଙ୍କର ଏକ ମାତ୍ର ପୁଅ ଆଜି ବେଙ୍ଗାଳୁରୁ ରୁ ଆସିବା ପରେ ମେଡିକାଲ ପରିସରରେ ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ , ଗଂଜାମ ସି ଡି ଏମଓ ଉମା ଶଙ୍କର ମିଶ୍ର , ମେଡିକାଲ ପରିଚାଳକ ବିଚିତ୍ର ପାଣିଗ୍ରାହୀ, ମେଡିକାଲ ଅଧିକ୍ଷକ ସିତାଂଶୁ ଶେଖର ଶତପଥୀ ,ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ଙ୍କ ସମେତ ସମସ୍ତ ମେଡିକାଲ କର୍ମଚାରୀ ଓ ପୋଲିସ କର୍ମଚାରୀ ମାନେ ଉପସ୍ଥିତ ରହି ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଗାର୍ଡ ଅଫ ଅନର ପ୍ରଦାନ କରିଥିଲେ।