ବାଲିଗୁଡା, ୨୦-୧୧-୨୦୨୦ (ସୁକାନ୍ତ କୁମାର ତ୍ରିପାଠୀ) : କନ୍ଧମାଳ ଜିଲ୍ଲା ଦାରିଂବାଡ଼ି ତହସିଲ କାର୍ଯ୍ୟାଳୟ ରେ ନୂତନ ତହସିଲଦାର ଭାବେ ବାଳକୃଷ୍ଣ ପ୍ରଧାନ ଦାଇତ୍ୱ ଗ୍ରହଣ କରିଛନ୍ତି | ଏହା ପୂର୍ବରୁ ସେ କୁକୁଡ଼ାଖଣ୍ଡି ଠାରେ ଅତିରିକ୍ତ ତହସିଲଦାର ଭାବେ କାମ କରୁଥିଲେ | ନୂତନ ତହସିଲଦାର ଜୈନ ହେବା ପରେ ଅଫିସର ସମସ୍ତ କର୍ମକର୍ତା ସ୍ୱାଗତ ସମ୍ବର୍ଦ୍ଧନା ଜଣାଇ ଥିଲେ | ସେ କାର୍ଯ୍ୟରେ ଯୋଗ ଦେଲା ପରେ ବାଲି ଚୋରା ଚାଲାଣ ରୋକିବା ସହ ଜାତିଗତ ପ୍ରମାଣ ପତ୍ର,ବାସିନ୍ଦା ପ୍ରମାଣ ପତ୍ର କିପରି ଶୀଘ୍ର ପ୍ରଦାନ କରାଯାଇ ପାରିବ ତାହା ଉପରେ ଗୁରୁତ୍ୱ ଦେବେ ବୋଲି ମତ ପ୍ରଦାନ କରିଥିଲେ |



