Monday, October 12, 2026
Home ଜିଲ୍ଲା କନ୍ଧମାଳ ବାଲିଗୁଡ଼ା ପୋଲିସ୍‌ ଓ ଅବକାରୀ ବିଭାଗ ମିଳିତ ଚଢ଼ାଉ, ବେଆଇନ୍‌ ଗଞ୍ଜେଇ ଗଛ ନଷ୍ଟ

ବାଲିଗୁଡ଼ା ପୋଲିସ୍‌ ଓ ଅବକାରୀ ବିଭାଗ ମିଳିତ ଚଢ଼ାଉ, ବେଆଇନ୍‌ ଗଞ୍ଜେଇ ଗଛ ନଷ୍ଟ

75

ବାଲିଗୁଡା, ୧୯-୧୧-୨୦୨୦(ସୁକାନ୍ତ କୁମାର ତ୍ରିପାଠୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସ୍‌ ଓ ଅବକାରୀ ବିଭାଗ ପକ୍ଷରୁ ପୁଣି ମିଳିତ ଭାବେ ଚଢ଼ାଉ କରି ବେଆଇନ୍‌ ଗଞ୍ଜେଇ ଗଛ କୁ ନଷ୍ଟ କରିଛନ୍ତି । ବାଲିଗୁଡ଼ା ଥାନା ସିନ୍ଦ୍ରିଗାଁ ପଞ୍ଚାୟତର ଓ କୁଟିକିଆ ଜିପି ର ତିଲପଙ୍ଗା,ନିଲିପଡ଼ା ଓ ଲାଇନ୍ପାଲୀ ଅଞ୍ଚଳର ସରକାରୀ ଜଙ୍ଗଲରେ 160 ଏକର ଜମିରେ ହୋଇଥିଲା ବେଆଇନ୍‌ ଗଞ୍ଜେଇ ଚାଷ । ପୂର୍ବ ପ୍ରସ୍ତୁତି ଅନୁଯାୟୀ ସଶସ୍ତ୍ର ପୋଲିସ୍‌ ଫୋର୍ସ ସମେତ ଅବକାରୀ କର୍ମଚାରୀ, ବାଲିଗୁଡ଼ା ଏସଡିପିଓ ମାନସ ରଞ୍ଜନ ବାରିକ୍‌,ଓଚଝ ଅଭିନବ୍‌ ସୋନକାର୍‌, ଆଇଆଇସି ପ୍ରଶାନ୍ତ କୁମାର ବେହେରା ନିଜ ଟିମ୍‌ ସହ ସରକାରୀ ଜମିରେ ବେଆଇନ୍‌ ଭାବେ ଗଞ୍ଜେଇ ଚାଷ ହୋଇଥିବା ଅଞ୍ଚଳରେ ପହଁଚିଥିଲେ ।

160 ଏକର ଜମିରେ ହୋଇଥିବାଗଞ୍ଜେଇ ଗଛକୁ କଟର ମାଧ୍ୟମରେ କାଟିବା ସହ ସେଥିରେ ନିଆଁ ଲଗାଇ ପୋଡ଼ି ନଷ୍ଟ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ ପାଖାପାଖି 16 କୋଟି ଟଙ୍କା ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ଏ ନେଇ ବାଲିଗୁଡା ଥାନା କେଶ ନମ୍ବର 212/20 ରେ ଏକ ମାମଲା ରୁଜୁ ହୋଇଛି | ଏହାର ତଦନ୍ତ ଚାଲିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି |