
ବ୍ରହ୍ମପୁର, ୧୯-୧୧-୨୦୨୦(ଇ. ରଞ୍ଜନ): ଗଂଜାମ ଜିଲ୍ଲା କଂଗ୍ରେସ ପକ୍ଷରୁ ସଭାପତି ତଥା ବିଧାୟକ ରମେଶ ଚନ୍ଦ୍ର ଜେନା ଙ୍କ ନିର୍ଦ୍ଦେଶ କ୍ରମେ ଯୁବ କଂଗ୍ରେସ ତରଫରୁ ବ୍ରହ୍ମପୁର ସ୍ଥିତ ବପୁଜି ଆଶ୍ରମ ଠାରେ ଜନ୍ମଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି l ବରିଷ୍ଠ ରାଜନୀତିଜ୍ଞ ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହୁରୁ ଙ୍କ ସହଧର୍ମିଣୀ କମଳା ନେହୁରୁ ଙ୍କ କନ୍ୟା ଇନ୍ଦିରା ଗାନ୍ଧୀ 1917 ମସିହା ଜନ୍ମଗ୍ରହଣ ଭାରତ ବର୍ଷର ଜାତୀୟ କଂଗ୍ରେସ ନେତୃତ୍ୱ ସମୟ ରେ 1966 ମସିହା ନେତୃତ୍ୱ ନେଇ ବିଫୁଳ ଜନସମର୍ଥନ ରେ ନିର୍ବାଚିତ ହୋଇ ନିଜ ପିତା ଙ୍କ ଭଳି ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଭାବେ ଇନ୍ଦିରା ପ୍ରିୟଦର୍ଶିନୀ ଗାନ୍ଧୀ ଦେଶର ବିକାଶ ଧାରା କୁ ଆଗେଇ ନେଇଥିବା କଂଗ୍ରେସ ମହଲ ପ୍ରକାଶ ପାଉଛି l
ଶ୍ରୀମତୀ ଗାନ୍ଧୀ ସ୍ଵଚ୍ଚଟ ରୂପେ ଲୋକ ଙ୍କ ସେବାରେ ନିଜକୁ ସମର୍ପିତ କରିଥିଲେ l 1984 ମସିହା ରେ କୌଣସି କାରଣ ରୁ ତାଙ୍କର ମୁର୍ତ୍ୟୁ ଘଟିଥିଲା ତାଙ୍କରି ଆଜି ୧୦୩ ତମ ଜନ୍ମଜୟନ୍ତୀ ସର୍ବ ଭାରତ ବର୍ଷ ର ବିଭିନ୍ନ ପ୍ରାନ୍ତ ରେ ପାଳନ କରାଯାଉଛି ଏହା କୁ ଗଞ୍ଜାମ ଜିଲ୍ଲା ଜିଲ୍ଲାସ୍ତର ରେ ବହ୍ମପୁର ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଯୁବକ ଗୋଷ୍ଠୀ ଙ୍କ ମିଳିତ ରେ ସୃତି ଚାରଣ କରାଯାଇ,ଫୋଟ ଚିତ୍ର ରେ ପୁଷ୍ପ ମାଲ୍ୟଅର୍ପଣ କରାଯାଇଥିଲା।
ଏବଂ ପୁରୁଣା ବସଷ୍ଟାଣ୍ଡ ସ୍ଥିତ ଶ୍ରୀମତୀ ଇନ୍ଦିରା ଙ୍କ ପ୍ରତିମୃତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ଇନ୍ଦିରା ଗାନ୍ଧୀ ଙ୍କ ନୀତି ଆଦର୍ଶ ରେ ଚାଲିବା କୁ ଶପଥ ନିଆଯାଇ ଥିଲା।ଏହିଅବସରରେ ଧର୍ମା ରେଡ୍ଡୀ, ବିସ୍ମୟ ମହାପାତ୍ର, ଚିନ୍ମୟ କୁମାର ହୋତା, ଏସ.ଦଣ୍ଡପାଣି ,କିଶୋର କପୁର, ଦେବାଶିଷ ମହାନ୍ତି, ସଂଗ୍ରାମ ରାଉତ,ଭବାନୀ ସାହୁ,ସୁପ୍ରଭା ଦାସ,ସିଦ୍ଧାନ୍ତ ସାହୁ,ସୁବୋଧ ସ୍ୱାଇଁ,ମହେଶ ସାହୁ,ଦିବାକର ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ।




