
ବିଷମକଟକ,୧୯-୧୧-୨୦୨୦(ଜ଼ିଲ୍ଲା ଖବର / ପ୍ରସ୍ନନ ପଣ୍ଡା) : ବରଗଡ଼ ରୁ ରାୟଗଡା ଆଭିମୁଖେ ଯାଉଥିବା ଟମାଟୋ ବୋଝେଇ ପିକ୍ଅପ୍ ଭେନ ଭାରସାମ୍ୟ ହରାଇ ୨୦ ଫୁଟ ତଳକୁ ଖସିଲା ଅଳ୍ପକେ ବର୍ତିଲେ ଡ୍ରାଇଭର ଓ ହେଲ୍ପର । ଏଭଳି ଏକ ଘଟଣା ଦେଖିବା ପାଇଁ ମିଳିଛ ରାୟଗଡା ଜିଲ୍ଳା ବିଷମ କଟକ ଥାନା ରୁ ମାତ୍ର ୧ କିଲୋମିଟର ଦୂରରେ ଥିବା ମାର୍କମା ସେତୁ ନିକଟ ରେ । ଆଜି ଭର ସାକାଳୁ ଏହି ପିକ୍ଅପ୍ ଭେନ ଟି ବରଗଡ଼ ରୁ ଟମାଟୋ ନେଇ ରାୟଗଡା ଅଭିମୁଖେ ଯାଉଥିବା ବେଳେ କୌଣସି କାରଣରୁ ବିଷମ କଟକ ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିଲା ।
ଏହି ପିକ୍ଅପ୍ ଭେନରେ ମୋଟ ୧୦୦ ପେଟି ଟମାଟୋ ଥିବା ଜଣା ପଡ଼ିଛି ଯାହାର ମୂଲ୍ୟ ୬୫.ହଜାର ଟଙ୍କା । ପୋଲିସ ଘଟଣା ସ୍ଥଳକୁ ପହଂଚିବା ପୂର୍ବର ଆଖ ପାଖର ଲୋକେ ଏହି ସବୁ ଟମାଟୋ ଉଠେଇ ନେଇଯାଉଥିବା ଦେଖିବା ପାଇଁ ମିଳିଥିଲା ।











