ଆସିକା: ଆଇନ ସଚେତନତା କାର୍ଯ୍ୟକ୍ରମ

125

ଆସିକା, (ଖିରୋଦ ଚନ୍ଦ୍ର ବେହେରା) : ତାଲୁକ ଆଇନ ସେବା ସମିତି ଅନୁକୁଲ୍ୟରେ ଆଜି ଅର୍ଥାତ ତା 21-09-19 ରିଖ ଦିନ ପୂର୍ବାହ୍ନ 9.30 ସମୟ ରେ ଆସିକା ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଛାତ୍ର ଛାତ୍ରୀ ଙ୍କ ଉଧେଶ୍ୟ ରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l

ତାଲୁକ ସେବା ସମିତି ଅଧ୍ୟକ୍ଷା ସୁଶ୍ରୀ ରାଜଲକ୍ଷ୍ମୀ ପଟ୍ଟନାୟକଙ୍କ ଉଦ୍ୟମ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ କୁ ବିଜ୍ଞାନ ମହାବିଦ୍ୟାଳୟ ର ଯୁକ୍ତ ଦୁଇ ଜାତୀୟ ସେବା ସଂସ୍ଥା ର ସ୍ଵେଛାସେବୀ ମାନେ ରୂପରେଖ ଦେଇ ଥିଲା ବେଳେ +୨ଏନ ଏସ ଏସ ର କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀ ସରୋଜ କୁମାର ପଣ୍ଡା ଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନ ରେ ହୋଇଥିବା l

ଏହି କାର୍ଯ୍ୟକ୍ରମ ରେ ଅଧ୍ୟକ୍ଷ ଡ଼ଃ. ତାରାପ୍ରସାଦ ଦାସ ସଭାପତିତ୍ୱ କରିଥିବା ବେଳେ ମହାବିଦ୍ୟାଳୟ ର ପ୍ରଶାସନିକ ଅଧିକାରୀ ପ୍ରଫେସର ପ୍ରଦୀପ କୁମାର ପାଢ଼ୀ, ତାଲୁକ ଆଇନ ସେବା ସମିତି ଅଧ୍ୟକ୍ଷା ସୁଶ୍ରୀ ରାଜଲକ୍ଷ୍ମୀ ପଟ୍ଟନାୟକ, ସବଜଜ ଶ୍ରୀ ହୃଷୀ କେଶ ଆଚାର୍ଯ୍ୟ, ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶ୍ରୀ ସୂର୍ଯ୍ୟମଣି ପ୍ରଧାନ, ମୁନ୍ସିଫ ଶ୍ରୀମତୀ ଚିନ୍ମୟୀ ଜେନା, ଜେ.ଏମ.ଏଫ.ସି ସୁଶ୍ରୀ ସ୍ଵୟଂପ୍ରଭା ସ୍ୱାଇଁ ପ୍ରମୁଖ ମଂଚାସୀନ ଥିଲେ. ଅଧିବ୍ୟକ୍ତା ଅଜିତ କୁମାର ଚୌଧୁରୀ ଉକ୍ତ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲା ବେଳେ ପ୍ରାୟ ତିନି ସହ ବିଦ୍ୟାର୍ଥୀ, ସମସ୍ତ ଅଧ୍ୟାପକ ଅଧ୍ୟାପିକା, +୩ କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀ ବିଭୁ କଲ୍ୟାଣ ପଣ୍ଡା, ଦୟାନିଧି ବଡରଇତ, ସସ୍ମିତା ପାତ୍ର ତଥା ଅନ୍ୟାନ୍ୟ କର୍ମକର୍ତା ଙ୍କ ଉପସ୍ଥିତି ରେ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା l

ସୁଶ୍ରୀ ପଟ୍ଟନାୟକ ପ୍ରାରମ୍ଭ ରେ ଏହି ସଚେତନତା କାର୍ଯ୍ୟକ୍ରମ ର ଉଧେଶ୍ୟ ସମ୍ୱନ୍ଧ ରେ କହିବା ପରେ ଅଧିବ୍ୟକ୍ତା ଶ୍ରୀ ନାରାୟଣ ମୁନି ଏସିଡ ଆକ୍ରମଣ ଓ ଏହାର ପ୍ରତିକାର ସମ୍ୱନ୍ଧୀୟ ଆଇନ ଉପରେ ବ୍ୟାଖ୍ୟା କରିଥିଲେ. ଏହାପରେ ସବଜଜ ଶ୍ରୀ ଆଚାର୍ଯ୍ୟ, ଅଧିବ୍ୟକ୍ତା ଶ୍ରୀ ସୁରେନ୍ଦ୍ର ପଣ୍ଡା, ଶ୍ରୀ ସୁଧାଂଶୁ ପାଣିଗ୍ରାହୀ, ଆରକ୍ଷୀ ଅଧିକାରୀ ଶ୍ରୀ ପ୍ରଧାନ ଏହି ଆଇନ ର ଦିଗ ଉପରେ କହିବା ସହ ବିଦ୍ୟାର୍ଥୀ ମାନଙ୍କୁ ଏସିଡ ଆକ୍ରମଣ କ୍ଷେତ୍ରରେ କଣ କରିବାକୁ ହେବ, ପ୍ରାଞ୍ଜଳ ଭାବେ ବୁଝାଇଥିଲେ. ସର୍ବଶେଷରେ ଶ୍ରୀ ଅଜିତ କୁମାର ଚୌଧୁରୀ ଧନ୍ୟବାଦ ଅର୍ପଣ କରିବା ପରେ ସଭାକାର୍ଯ୍ୟ ସମାପ୍ତ ଘୋଷଣା କରାଯାଇଥିଲା l