ବାଲ୍ୟ ଶୈଶବ ଯତ୍ନ ଓ ଶିକ୍ଷା ଦିବସ ପାଳିତ

188

ବାଲିଗୁଡା, (ସୁରେଶ କୁମାର ପଣ୍ଡା) : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଳକର ବନ୍ଧଗଡ଼ ଗ୍ରାମପଞ୍ଚାୟତରେ ସ୍ଵାତି ସ୍ବେଛାସେବୀ ଅନୁଷ୍ଠାନ ଓ ସେବଦି ଚାଇଲଡି ଲାଇନ ତରଫରୁ ବାଲ୍ୟ ଶୈଶବ ଯତ୍ନ ଓ ଶିକ୍ଷା ଦିବସ ପାଳିତ ହୋଇଯାଇଛି l

ଉକ୍ତ ଉତ୍ସବରେ ସ୍ଥାନୀୟ ସରପଞ୍ଚ କୁଞବନ କହଁର ଙ୍କ ସଭାପତିତ୍ବରେ ମୂଖ୍ୟ ଅତିଥି ଭାବେ ବୈଜୟନ୍ତ ସି ଶିଶୁ ବିକାଶ ସୁପରଭାଇଜର, ସମ୍ମାନିତ ଅତିଥି ନାଏବ ସରପଞ୍ଚ ବିନତି ମଲ୍ଲିକ, ଅଙ୍ଗନାବାଡି କର୍ମୀ ହରପ୍ରିୟା ଡଙ୍ଗରପଡା ଅଙ୍ଗନବାଡି ସୁପ୍ରଭା ପାତ୍ର, ମିନତି ପ୍ରଧାନ, ରତଙ୍ଗ ଅଙ୍ଗନବାଡି କର୍ମୀ ଓ କନକଲତା ପାତ୍ର (ଏ.ଏସ୍.ଏ,) ବସନ୍ତ କୁମାର ପ୍ରଧାନ (ଏ.ଏସ.ଏ)ଉପସ୍ଥିତିତ ରହି ସମାଜରେ ଅବହେଳିତ ଶିଶୁ ମାନଙ୍କୁ ଶିକ୍ଷା, ଅଧିକାର ଓ ଶୁରକ୍ଷାର ସୁଯୋଗ ସୃଷ୍ଟି ବିଷୟରେ ଶିଶୁ ମାନଙ୍କ ମାଁ ଓ ମହିଳା ମାନଙ୍କୁ ବୁଝାଇ ଥିଲେ।