Wednesday, October 14, 2026
Home ଜାତୀୟ ଗୋଆର ପୂର୍ବତନ ରାଜ୍ୟପାଳ ଶ୍ରୀମତୀ ମୃଦୁଳା ସିହ୍ନାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ଗୋଆର ପୂର୍ବତନ ରାଜ୍ୟପାଳ ଶ୍ରୀମତୀ ମୃଦୁଳା ସିହ୍ନାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

25

ନୂଆଦିଲ୍ଲୀ, ୧୯-୧୧-୨୦୨୦(ଜ଼ିଲ୍ଲା ଖବର): ଗୋଆର ପୂର୍ବତନ ରାଜ୍ୟପାଳ ଶ୍ରୀମତୀ ମୃଦୁଳା ସିହ୍ନାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକଟ କରିଛନ୍ତି । ଏକ ଟ୍ଵିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଜନସାଧାରଣଙ୍କ ସେବା ପାଇଁ ଶ୍ରୀମତୀ ମୃଦୁଳା ସିହ୍ନା ସ୍ମରଣୀୟ ହୋଇ ରହିବେ । ସେ ମଧ୍ୟ ଜଣେ ପାରଦର୍ଶୀ ଲେଖକ ଥିଲେ ଏବଂ ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ତାଙ୍କର ବିରାଟ ଅବଦାନ ରହିଥିଲା । ତାଙ୍କ ଦେହାନ୍ତରେ ମୁଁ ମର୍ମାହତ । ତାଙ୍କ ପରିବାର ଏବଂ ପ୍ରଶଂସକଙ୍କ ପ୍ରତି ସମବେଦନା । ଓମ ଶାନ୍ତି” ।