Saturday, November 14, 2026
Home ଆଞ୍ଚଳିକ ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦରେ ବର୍ଜ୍ୟବସ୍ତୁ ପରିଚାଳନା ଦ୍ୱିତୀୟ ପର୍ଯ୍ୟାୟ କର୍ମଶାଳା

ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦରେ ବର୍ଜ୍ୟବସ୍ତୁ ପରିଚାଳନା ଦ୍ୱିତୀୟ ପର୍ଯ୍ୟାୟ କର୍ମଶାଳା

24

ବେଲଗୁଣ୍ଠା- ୧୮-୧୧-୧୮-୧୧-୨୦୨୦ (ଶିବରାମ ଚୌଧୁରୀ): ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦରେ ବର୍ଜ୍ୟବସ୍ତୁ ପରିଚାଳନା ଦ୍ୱିତୀୟ ପର୍ଯ୍ୟାୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ସ୍ୱଚ୍ଛ ସର୍ବେକ୍ଷଣ ସହିତ କିପରି ବର୍ଜ୍ୟବସ୍ତୁ ପରିଚାଳନା ବିଷୟରେ ଆଲୋଚନା ହୋଇଥିଲା । ଏଥି ସହ ବର୍ଜ୍ୟବସ୍ତୁ ପରିଚାଳନା ସମୟରେ ସଫେଇ କର୍ମଚାରୀ ଏବଂ ସ୍ୱଚ୍ଛ ସାଥୀ ମାନଙ୍କ ସୁରକ୍ଷା ଉପରେ ଗୁରତ୍ୱ ଦେବା ସହ ଏହା ଉପରେ ତାଲିମ ପ୍ରଦାନ କରାଯାଇଥିଲା ।

ସ୍ୱଛ ସର୍ବେକ୍ଷଣ ପାଇଁ ସହରରେ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରିବା ପାଇଁ ନିଷ୍ପତ୍ତି ନିଆଯାଇ ସଫେଇ କର୍ମଚାରୀ ମାନେ ପିପିଇ କେମିତି ବ୍ୟବହାର କରିବେ ତା ପାଇଁ ତାଲିମ୍ ପ୍ରଦାନ କରାଯାଇଥିଲା । ପରିଷଦର ନୁଆ କୋକଲୁଣ୍ଡାସ୍ଥିତ ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ରଠାରେ ବର୍ଜ୍ୟବସ୍ତୁରୁ ଖତ ପ୍ରସ୍ତାତି ଉପରେ ବିସ୍ତୃତ ଆଲୋଚନା ହୋଇଥିବା ।ଏହି କର୍ମଶାଳାରେ ଉପସ୍ଥିତ କର୍ମଚାରୀ ମାନଙ୍କୁ ଦ୍ୱିତୀୟ ପର୍ଯ୍ୟାୟ ତାଲିମ ପାଇଁ ମାନପତ୍ର ପ୍ରଦାନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ବେଲଗୁଣ୍ଠା ଏନ୍.ଏ.ସି ନିର୍ବାହୀ ଅଧିକାରୀ ରାକେଶ କୁମାର ପାତ୍ର,ସାନିଟେସନ୍ ଏକ୍ସପର୍ଟ ଜି.ପ୍ରବୀଣ କୁମାର,ସିଟି ମ୍ୟାନସନ୍ ପରିଚାଳନା ୟୁନିଟ୍ ମ୍ୟାନେଜର ପ୍ରଫୁଲ୍ଲ ଷଢ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥଲା ବେଳେ ପରିଷଦର କନିଷ୍ଠ ଯନ୍ତ୍ରୀ, ପରିଷଦର କର୍ମଚାରୀ, ସ୍ୱଚ୍ଛ ସାଥି ଓ ସଫେଇ କର୍ମଚାରୀ ଉପସ୍ଥିତ ଥିଲେ ।