Friday, November 13, 2026
Home ଆଞ୍ଚଳିକ ସାମୁଦ୍ରିକ ମଶ୍ଚଜୀବୀ ମାନଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ସାମୁଦ୍ରିକ ମଶ୍ଚଜୀବୀ ମାନଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

30

ଗଞ୍ଜାମ, ୧୮-୧୧-୧୮-୧୧-୨୦୨୦ (ପ୍ରଦୀପ କୁମାର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଓ ରାମଗଡ଼ ପଞ୍ଚାୟତ ର ବିଭିନ୍ନ ଗ୍ରାମାରେ ସାମୁଦ୍ରିକ ମଶ୍ଚଜୀବୀ ମାନଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ପର୍ଯ୍ୟାୟକ୍ରମେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି।ପାରାଦୀପ ବନ୍ଦର ନ୍ୟାସ ପକ୍ଷରୁ ଆୟୋଜିତ ପ୍ରଶିକ୍ଷଣ ଶିବିରରେ ନେଟ ଫିସ ଏମ ପି ଇ ଟି ଡ଼ି ଏ ର ରାଜ୍ୟ ସଂଯୋଜକ ଶୁଭ୍ରକାନ୍ତ ମହାପାତ୍ର ଏବଂ କ୍ଷେତ୍ର ସଂଯୋଜକ ଜିତେନ୍ଦ୍ରିୟ ନାୟକ ଯୋଗଦେଇ କୋଭିଡ ନିୟମ କୁ ଗୁରୁତ୍ୱ ଅନୁଯାୟୀ ଶିବିର ପରିଚାଳନା କରୁଥିବା କରିବା ସହ ଗତ ୩୧ ତାରିଖ ଠାରୁ କ୍ରମାନ୍ଵୟରେ ୪ଗ୍ରାମରେ ୪ଦିନ ଲେଖାଏଁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା।

ପାଳିବନ୍ଧ ପଞ୍ଚାୟତ ର ଗୋଖର କୁଦା,ନୁଆଁ ପୋଡାମ ପେଟା ଓ ଡି ଆର ପି କଲୋନୀ ,କଣ୍ଟିଆ ଗଡ଼,ରାମଗଡ଼ ପଞ୍ଚାୟତ ର କଲରାବାଡ଼ି ପ୍ରମୁଖ ଗ୍ରାମରେ ରେ ସାମୁଦ୍ରିକ ପାରମ୍ପାରିକ ମସ୍ୟଜୀବୀ ମାନ ଦକ୍ଷତା ବିକାଶକୁ ନେଇ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା।ମସ୍ୟଜୀବୀ ମାନଙ୍କ ସ୍ୱାସ୍ଥ୍ୟ ର ବିକାଶ,ଡଙ୍ଗା, ଜାଲର ଶୁରକ୍ଷା,ବରଫ ବାକ୍ସ ର ସ୍ଵଛତା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମ କୁ ପଲ୍ଲୀଶ୍ରୀ ସ୍ବେଛାସେବୀ ଡବ୍ଲ୍ୟୁ.କାଶୀନାଥ ଓ ଏସ.ଲୋକନାଥ ପରିଚାଳନାରେ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମ କୁ ସ୍ଥାନୀୟ ମଶ୍ବଜୀବୀ ମାନଙ୍କ ପକ୍ଷରୁ ଉଚ୍ଚ ପ୍ରସଂଶା କରାଯାଇଛି।