Saturday, November 14, 2026
Home ଆଞ୍ଚଳିକ ବିଧାୟକ ଓ ଜିଲ୍ଲାପାଳଙ୍କୁ ଗ୍ରାମବାସୀଙ୍କ ଫେରାଦ : ବନ୍ୟାଜଳରେ ଶସ୍ୟକ୍ଷେତ୍ର ନଷ୍ଟ

ବିଧାୟକ ଓ ଜିଲ୍ଲାପାଳଙ୍କୁ ଗ୍ରାମବାସୀଙ୍କ ଫେରାଦ : ବନ୍ୟାଜଳରେ ଶସ୍ୟକ୍ଷେତ୍ର ନଷ୍ଟ

40

ଗଞ୍ଜାମ, ୧୮-୧୧-୨୦୨୦ (ପ୍ରଦୀପ କୁମାର ସାହୁ): ପ୍ରତିବର୍ଷ ବର୍ଷା ଦିନ ମାନଙ୍କରେ ଗଞ୍ଜାମ ବ୍ଲକ ର ଖରଖରୀ ନାଳରେ ବନ୍ୟାଜଳ ପ୍ରଭାବରେ ପୋଇରାଶି ପଞ୍ଚାୟତ ର ଭୁଆଁଭୂଇଁ ଗ୍ରାମ ନିକଟରେ ରହିଥିବା ପୋଲ ର ଉଭୟ ପାର୍ଶ୍ୱରେ ବନ୍ୟାଜନ ନିଷ୍କାସିତ ହୋଇ ନପାରି ବ୍ୟାପକ ପରିମାଣର ଧାନଶସ୍ୟ ନଷ୍ଟ ହୋଇ ପଡୁଥିବା ନେଇ ଅଞ୍ଚଳ ବାସୀ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଓ ସ୍ଥାନୀୟ ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କୁ ଲିଖିତ ଭାବେ ବ୍ରିଜ ର ଉଭୟ ପାର୍ଶ୍ୱରେ କଲଭର୍ଟ ନିର୍ମାଣ କରି ଏହାର ସମାଧାନ ପାଇଁ ଜଣାଇଛନ୍ତି।

ପୂର୍ବତନ ସରପଞ୍ଚ ବଂଶୀଧର ବେହେରା,କବିରାଜ ବେହେରା,ପୂବତନ ସମିତିସଭ୍ୟ ବନବାସୀ ଖୁଣ୍ଟିଆ,ପ୍ରଫୁଲ୍ଲ ବେହେରା,ଦେବହରି ବେହେରା ପ୍ରମୁଖ ଅଞ୍ଚଳବାସୀ ଙ୍କ ସ୍ବାକ୍ଷର ସମ୍ବଳିତ ପତ୍ର ପ୍ରଦାନ କରିଛନ୍ତି। ସୂଚନା ଥାଉକି ପ୍ରତିବର୍ଷ ଆସୁଥିବା ବନ୍ୟାଜଳ ପ୍ରଭାରେ ଶସ୍ୟକ୍ଷେତ୍ର ବୁଡି ରହୁଛି।ସେହି ଜଳ ନିଷ୍କାସିତ ହେବାକୁ ୬ ରୁ ୭ ଦିନ ସମୟ ଲାଗିଯାଉଥିବା ଯୋଗୁଁ ଫସଲ ନଷ୍ଟ ହୋଇ ଚାଷୀ କୁଳ ଆର୍ଥିକ ଅନାଟନ ଭୋଗ କରିବାକୁ ପଡୁଛି।ଯାହାକୁ ନେଇ ଚାଷୀ ଜୀବିକା ହରାଇ ଅନ୍ୟରାଜ୍ୟକୁ ଦାଦନ ଖଟିବାକୁ ଯିବାକୁ ବାଧ୍ୟ ହୋଇଥାନ୍ତି।