
ବଦୋଦରା, ୧୮-୧୧-୨୦୨୦(ଜ଼ିଲ୍ଲା ଖବର): ବଦୋଦରାଠାରେ ଏକ ଦୁର୍ଘଟଣାରେ ଜନଜୀବନ ହାନି ହୋଇଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଏକ ଟ୍ୱିଟରେ ଶ୍ରୀ ମୋଦୀ କହିଛନ୍ତି, ‘ବଦୋଦରା ଦୁର୍ଘଟଣାରେ ଗଭୀର ଦୁଃଖିତ । ପ୍ରିୟଜନଙ୍କୁ ହରାଇଥିବା ପରିବାର ପ୍ରତି ମୋର ସମବେଦନା । ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରୁଛି । ଦୁର୍ଘଟଣାସ୍ଥଳରେ ପ୍ରଶାସନ ଯଥାସମ୍ଭବ ସହାୟତା କରୁଛି’ ।





