Thursday, November 12, 2026
Home ଆଞ୍ଚଳିକ ଜାମୁପାଟଣା: ଭକ୍ତ ଶୂନ୍ୟ ଦୂତୀକେଶ୍ଵର ମହାଦେଵଙ୍କ ପୀଠ :ଦୁର୍ଦ୍ଦିନରେ ସେବାୟତ

ଜାମୁପାଟଣା: ଭକ୍ତ ଶୂନ୍ୟ ଦୂତୀକେଶ୍ଵର ମହାଦେଵଙ୍କ ପୀଠ :ଦୁର୍ଦ୍ଦିନରେ ସେବାୟତ

114
Pic: Nirakar Sahu/zk

ନୟାଗଡ/ଓଡ଼ଗାଁ, ୧୮-୧୧-୨୦୨୦(ନିରାକାର ସାହୁ): ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ମଧ୍ଯରୁ ଅନ୍ୟତମ ଶୈବପୀଠ ବାବା ଦୁତିକେଶ୍ୱର ପୀଠ ଅନ୍ୟତମ। ନୟାଗଡ ଜିଲ୍ଲା ଓଡ଼ଗାଁ ବ୍ଲକ ର ଜାମୁପାଟଣା ଗ୍ରାମ ଶୁଳିଆ ପାହାଡ ର ପାଦ ଦେଶରେ ବିରାଜିତ ପଶିମାଭିମୁଖୀ ଉକ୍ତ ଦୁତିକେଶ୍ୱର ଶୈବ ପୀଠ।ନୟାଗଡ ରାଜା ସୂର୍ଯ୍ୟମଣି ଦେବ ୧୩ ସହ ମସିହାରେ ପ୍ରତିଷ୍ଠା କରିଥିଲେ ମନ୍ଦିର।କିମ୍ବଦନ୍ତୀ କହେ କୋଟିଏ ହସ୍ତୀ, ଗୋଟିଏ କନ୍ୟା ଦାନ କଲେ ଯେତିକି ପୁନ୍ୟ ଥରେ ପଶିମଭିମୁଖୀ ଶିବ ଦୁତିକେଶ୍ୱର ଙ୍କୁ ଥରେ ଦର୍ଶନ କଲେ ସେତିକି ପୁନ୍ୟ।ଯେଉଁ ସେବାୟତ ମାନେ ଜଗତର ମଂଗଳ ପାଇଁ ମାନବ ଜାତିର ମଂଗଳ ପାଇଁ ପୂଜା କରେ ସେହି ସେବାୟତ ମାନେ କରୋନା ଯୋଗୁଁ, ଭକ୍ତ ଶୂନ୍ୟ ମନ୍ଦିର ରେ ରହି ଘୋର ଆର୍ଥିକ ସଙ୍କଟ ରେ ରହୁଛନ୍ତି। ବର୍ଷର ୧୨ ମାସ ଯାକ ଏଠି ଭକ୍ତ ଙ୍କ ଭିଡ଼ ଲାଗି ରହିଥାଏ ।

କିନ୍ତୁ ଭକ୍ତ ଶୂନ୍ୟ ହୋଇପଡ଼ିଛି ମନ୍ଦିର କାର୍ତ୍ତିକ ମାସରେ ମନ୍ଦିର ଖାଁ ଖାଁ ଲାଗୁଛି । ପ୍ରତିଦିନ ମନ୍ଦିର ଭୋର ଭୋର ୪ଟା ସମୟରୁ ଖୋଲାଯାଇ ନୀତିକାନ୍ତି ଆରମ୍ଭ ହୁଏ । ଦୂତୀକେଶ୍ଵର ପୀଠ ରେ ପ୍ରତି ବର୍ଷ କାର୍ତ୍ତିକ ମାସ ରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୁଏ । କିନ୍ତୁ ଭକ୍ତ ବିନା ମହାଦେବ ପୂଜାର୍ଚ୍ଚନା ଜାରି ରହିଛି ।ମହାମାରୀ କରୋନା ପାଇଁ ରାଜ୍ୟ ସରକାର ମନ୍ଦିର ନ ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଦୀର୍ଘ ମାସ ହେବ ମନ୍ଦିର ବନ୍ଦ ରହିଥିବାରୁ ଭକ୍ତ ଭଗବାନ ଦର୍ଶନ ପାଇଁ ବ୍ୟାକୁଳ ହେଉଛନ୍ତି । ସେଥିପାଇଁ କାର୍ତ୍ତିକ ପୂର୍ଣ୍ଣିମା ପୂର୍ବରୁ ମନ୍ଦିର ଖୋଲିବା ସହ ମହାଦେବଙ୍କ ଦର୍ଶନ ପାଇବା ପାଇଁ ଭକ୍ତମାନେ ଓ ସେବାୟତ ମାନେ ଦାବି କରୁଛନ୍ତିି ।