Saturday, November 14, 2026
Home ଜିଲ୍ଲା ଲେଖା ଶ୍ରୀ ସାମନ୍ତ ସିଂହାର ପୁରୀ ବଡ଼ଦାଣ୍ଡରେ ସାଢେ ଚାରି କୋଟି ଜନତାଙ୍କୁ ଭୁଲ ମାଗନ୍ତୁ...

ଲେଖା ଶ୍ରୀ ସାମନ୍ତ ସିଂହାର ପୁରୀ ବଡ଼ଦାଣ୍ଡରେ ସାଢେ ଚାରି କୋଟି ଜନତାଙ୍କୁ ଭୁଲ ମାଗନ୍ତୁ ବୋଲି, ରାୟଗଡା ଜିଲ୍ଲା ବିଜୁ ଜନତା ଦଳର ମହାମହିମ୍ ରାଜ୍ୟପାଳଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ

95
Photo: prasana panda/zk

ବିଷମକଟକ, ୧୮-୧୧-୨୦୨୦(ପ୍ରସନ କୁମାର ପଣ୍ଡା): ରାୟଗଡା ଜ଼ିଲ୍ଲା ଆଜି ସକାଳ ୧୧ ଘଣ୍ଟିକା ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜୁ ଯୁବ ଜନତା ଦଳ ତରଫରୁ ଜିଲ୍ଲା ବିଜେଡି ଯୁବ ସଭାପତି ଶ୍ରୀ ଦେବାଶିଷ ଖାଡ଼ଙ୍ଗାଙ୍କ ନେତୃତ୍ୱରେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପୁରୀ ଧାମ କୁ ନେଇ ସାଢ଼େ ଚାରିକୋଟି ଓଡିଶାବାସୀଙ୍କ ହୃଦୟକୁ ଆଘାତ କଲା ଭଳି କଟୁ ମନ୍ତବ୍ୟ ତଥା ଓଡ଼ିଶା ପ୍ରତି ଆସମ୍ମାନ କୁ ନେଇ ଏକ ବିକ୍ଷୋଭ ସହ ଏ ସମ୍ପର୍କରେ ମହାମହିମ ରାଜ୍ୟପାଳଙ୍କୁ ଜିଲ୍ଲାପାଳଙ୍କ ଜରିଆରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଚେୟାରମ୍ୟାନ ଶ୍ରୀ ଗଙ୍ଗାଧର ପୁଆଲା, ,ଛାତ୍ର ଜନତା ଦଳର ରାଜ୍ୟ ସମ୍ପାଦକ ଶ୍ରୀ ଅବିନାଶ ବିଶୋୟୀ, ଯୁବନେତା ଜଗନ୍ନାଥ ଦୋରା, ଅମିତ ନାୟକ,ଅଭିଜିତ ପଟ୍ଟନାୟକ, ତପନ ପେଦେଣ୍ଟି, ହର ପ୍ରସାଦ ନାୟକ, ଦେବଦତ୍ତ ନନ୍ଦ, ଦିଲ୍ଲୀପ ସାହୁ, ପି. ସାଇ ପ୍ରସାଦ, ଭି. କିରଣ କୁମାର, ବାଲାକୃଷ୍ଣ ପଟ୍ଟନାୟକ, ଈଶ୍ୱର ରାଓ, ହନୁମନ୍ତ ରାଓ,କେ.ଶ୍ରୀନିବାସ, ରବୀ କୁମାର, ଡିଡୁ କନ୍ଦାଗରୀ, ସୁରେଶ ହୁଈକା, ରାୟଗଡ଼ ଜନତା ଦଳର ସକ୍ରିୟ ସଦସ୍ୟ ଶ୍ରୀ ୟେଲା.କୋଣ୍ଡାବାବୁ, ଦେବୀ ପଟ୍ଟନାୟକ, ସନ୍ତୋଷ ରଥଙ୍କ ସମେତ ଶତାଧିକ ଯୁବ ଏବଂ ଛାତ୍ର କର୍ମୀ ଉପସ୍ଥିତ ଥିଲେ।