Monday, October 12, 2026
Home ଜାତୀୟ ପ୍ରଧାନମନ୍ତ୍ରୀଙ୍କୁ ପଞ୍ଚଦଶ ଅର୍ଥ ଆୟୋଗଙ୍କ ରିପୋର୍ଟ କପି ହସ୍ତାନ୍ତର

ପ୍ରଧାନମନ୍ତ୍ରୀଙ୍କୁ ପଞ୍ଚଦଶ ଅର୍ଥ ଆୟୋଗଙ୍କ ରିପୋର୍ଟ କପି ହସ୍ତାନ୍ତର

34
pib

ନୂଆଦିଲ୍ଲୀ,୧୮-୧୧-୨୦୨୦ (ଜ଼ିଲ୍ଲା ଖବର):
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି ୨୦୨୧-୨୨ରୁ ୨୦୨୫-୨୬ ପର୍ୟ୍ୟନ୍ତ ପଞ୍ଚଦଶ ଅର୍ଥ ଆୟୋଗଙ୍କ ରିପୋର୍ଟ କପି ହସ୍ତାନ୍ତର କରାଯାଇଛି । ଆୟୋଗର ଅଧ୍ୟକ୍ଷ ଏବଂ ସଦସ୍ୟମାନଙ୍କ ଉପସ୍ଥିତିରେ ପ୍ରଧାନମନ୍ତ୍ରୀଙ୍କୁ ରିପୋର୍ଟ କପି ପ୍ରଦାନ କରାଯାଇଥିଲା । ଆୟୋଗ ନିଜର ରିପୋର୍ଟ ୪ ନଭେମ୍ବର ୨୦୨୦ରେ ରାଷ୍ଟ୍ରପତିଙ୍କୁ ଅର୍ପଣ କରିଥିଲା ।

ଅଧ୍ୟକ୍ଷ ଶ୍ରୀ ଏନ କେ ସିଂଙ୍କ ସମେତ ସଦସ୍ୟଗଣ ଶ୍ରୀ ଅଜୟ ନାରାୟଣ ଝା, ପ୍ରଫେସର ଅନୁପ ସିଂ, ଡ. ଅଶୋକ ଲାହିରି ଏବଂ ଡ. ରମେଶ ଚାନ୍ଦ, ଆୟୋଗ ସଚିବ ଶ୍ରୀ ଅରବିନ୍ଦ ମେହତା ରିପୋର୍ଟ ହସ୍ତାନ୍ତର ସମୟରେ ଉପସ୍ଥିତ ଥିଲେ। ଆସନ୍ତାକାଲି କେନ୍ଦ୍ର ଅର୍ଥ ମନ୍ତ୍ରୀଙ୍କୁ ଆୟୋଗ ପକ୍ଷରୁ ରିପୋର୍ଟ ପ୍ରଦାନ କରାଯିବ। ସମ୍ବିଧାନରେ ନିର୍ଦ୍ଧାରିତ ପ୍ରକ୍ରିୟା ଅନୁଯାୟୀ, ଏହି ରିପୋର୍ଟକୁ ଏକ୍ସପ୍ଲାନେଟରୀ ମେମୋରାଣ୍ଡମ ସହିତ ଏଟିଆର ମାଧ୍ୟମରେ ସଦନରେ ଉପସ୍ଥାପନ କରାଯିବ।