Home ଆଞ୍ଚଳିକ ଭଞ୍ଜନଗର: ପେଟ ପାଇଁ ରାଜରାସ୍ତାରେ କଳାକାର; ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଭଞ୍ଜନଗର ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ଭଞ୍ଜନଗର: ପେଟ ପାଇଁ ରାଜରାସ୍ତାରେ କଳାକାର; ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଭଞ୍ଜନଗର ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

48
zillakhabar

ଭଞ୍ଜନଗର,୧୮-୧୧-୨୦୨୦(ନିଲୁ ବିଷୋୟୀ) : ବିଭିନ୍ନ ପର୍ବ ପର୍ବାଣୀ ରେ ସାଂସ୍କୃତିକ କାର୍ଯ୍ୟକ୍ରମ କରି ପେଟ ପୋଷୁଥିବା ମଂଚ କଳାକାର , ନାଟକ , ମେଲୋଡି, ଭଜନ,ବ୍ୟାଣ୍ଡ ଓ ଲୋକ ନାଟକ କଳାକାର ମାନେ ଆଜି ପେଟ ପାଇଁ ରାଜରାସ୍ତାକୁ ଓଲ୍ହାଇଛନ୍ତି । ଘୁମୁସର ମିଳିତ କଳାକାର ସଂଘ ପକ୍ଷରୁ ଆଜି ବିଭିନ୍ନ କଳାକାର ମାନଙ୍କୁ ନେଇ ଭଞ୍ଜନଗର ରେ ଏକ ରାଲି ଅନୁଷ୍ଠିତ ହୋଇଥିଲା।

ଏହି ରାଲି ଭଞ୍ଜନଗର ବାଉଁଶଲୁଣ୍ଡି ନୃତ୍ୟ।ୟନ ସଙ୍ଗୀତ ଅନୁଷ୍ଠାନ ରୁ ବାହାରି ସହର ଦେଇ ଭଞ୍ଜନଗର ଉପଜିଲ୍ଲାପାଳଙ୍କ କାଯ୍ୟାଳୟରେ ପହଂଚି ଥିଲା। ରାଲିରେ ଭଞ୍ଜନଗର ଉପଖଣ୍ଡର ବିଭିନ୍ନ ପ୍ରାନ୍ତରୁ ଅନେକ କଳାକାର ମାନେ ସାମିଲ ହୋଇଥିଲେ। କଳାକାର ମାନେ ଫ୍ଲାକାଡ଼ ଧରି ସହର ପରିକ୍ରମା କରିବା ସହ କଳାକାର ମଂଚ ଖୋଲିବା ପାଇଁ ସରକାରଙ୍କ ନିକଟରେ ଦାବି ରଖିଛନ୍ତି। ସଂଘର ଆବାହକ ରବି ନାରାୟଣ ଦାସ ଓ ଅନ୍ୟାନ୍ୟ କଳାକାର ମାନେ ଆଜି ଉପସ୍ଥିତ ରହି ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

ସଂଘ ପକ୍ଷରୁ ଏହି ଦାବିପତ୍ର ରେ ଉଲ୍ଲେଖ କରାଯାଇଛି ଯେ ଦୀର୍ଘ ୮ ମାସ କୋରନା କଟକଣା ପାଇଁ ସରକାରଙ୍କ ନିର୍ଦେଶ ଅନୁଯାୟୀ ସମସ୍ତ ନିୟମ ମାନି ଚଳି ଆସୁଛୁ। କିନ୍ତୁ ରାଜ୍ୟରେ ପ୍ରାୟତଃ ସବୁ ପ୍ରକାରର ବ୍ୟବସାହ ପ୍ରତିଷ୍ଠାନ ଖୋଲିବା ପାଇଁ ଅନୁମତି ମିଳିସାରିଛି। ଏହା ସ୍ୱତେ ମଂଚ କଳାକାର ମାନକୁ ଅନୁମତି ନଦେବା ଏକ ଦୁର୍ଭାଗ୍ୟର ବିଷୟ । ପର୍ବ ପର୍ବାଣୀ ରେ ସାଂସ୍କୃତିକ କାର୍ଯ୍ୟକ୍ରମ କରି ପେଟ ପୋଷୁଥିବା କଳାକାର ଆଜି ବେସାହାରା ।

ଆମେ କଳାକାର ହୋଇ ଜନ୍ମ ହେବା କଣ ଅଭିଶାପ? ନା ସରକାରଙ୍କ ସାବତ ପୁଅ ? କେଉଁ କଳାକାରଙ୍କ ଘର ଢିହ ବନ୍ଧାପଡିଲାଣି ତ, କେଉଁ କଳାକାର ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଚାଲି ଗଲେଣି। ସହି ବାକୁ ଆଉ ଦର୍ଯ୍ୟ ନଥିବା ବେଳେ ରାଜ୍ୟ ସରକାର କୋଭିଡ଼ ନିୟମ ଥାଇ ସମସ୍ତ କଳାକାରଙ୍କୁ କଳା ପ୍ରଦର୍ଶନ କରିବା ନିମନ୍ତେ ଅନୁମତି ପ୍ରଦାନ କରିବାକୁ ନିବେଦନ କରାଯାଇଛି। ଯଦି ସରକାର ଆସନ୍ତା ନୂଆଁବର୍ଷ ୨୦୨୧ ଜାନୁଆରୀ ଶେଷ ସପ୍ତାହ ସୁଦ୍ଧା ଆମ ଗୁହାରି ନ ଶୁଣିଲେ ଆଗାମୀ ଦିନରେ ରାଜରାସ୍ତାକୁ ଓଲ୍ହାଇବାକୁ ବାଧ୍ୟ ହେବୁ ବୋଲି ସଂଘ ପକ୍ଷରୁ ଉଲ୍ଲେଖ କରାଯାଇଛି |