Home ଜିଲ୍ଲା ଖୋର୍ଦ୍ଧା ଖୋର୍ଦ୍ଧା ଜିଲ୍ଲା: ଶ୍ରୀ କଲ୍ୟାଣ ପଟ୍ଟନାୟକ ପୂର୍ବ ତଟ ରେଳବାଇର ଖୋର୍ଦ୍ଧା ରୋଡ୍ ମଣ୍ଡଳରେ ଅତିରିକ୍ତ...

ଖୋର୍ଦ୍ଧା ଜିଲ୍ଲା: ଶ୍ରୀ କଲ୍ୟାଣ ପଟ୍ଟନାୟକ ପୂର୍ବ ତଟ ରେଳବାଇର ଖୋର୍ଦ୍ଧା ରୋଡ୍ ମଣ୍ଡଳରେ ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଇନ୍ଫ୍ରା), ଭାବରେ ଦାୟିତ୍ୱ ଗ୍ରହଣ

29

ଖୋର୍ଦ୍ଧା ଜିଲ୍ଲା, ୧୮-୧୧-୨୦୨୦(ସଞ୍ଜୀବ କୁମାର): ଶ୍ରୀ କଲ୍ୟାଣ ପଟ୍ଟନାୟକ, ଆଇ ଆର ଏସ ଇ ଇ, ପୂର୍ବ ତଟ ରେଳବାଇର ଖୋର୍ଦ୍ଧା ରୋଡ୍ ମଣ୍ଡଳରେ ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଇନଫ୍ରା) ଭାବରେ ଦାୟିତ୍ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ସେ ଭୁବନେଶ୍ୱରର ପୂର୍ବ ତଟ ରେଳବାଇ ମୁଖ୍ୟ ବୈଦ୍ୟୁତିକ ଲୋକୋମୋଟିଭ ଇଞ୍ଜିନିୟର ଭାବରେ କାର୍ଯ୍ୟ କରୁଥିଲେ। ଶ୍ରୀ ପଟ୍ଟନାୟକ 1993 ବ୍ୟାଚର ଇଣ୍ଡିଆନ୍ ରେଲୱେ ସର୍ଭିସେସ୍ ଅଫ୍ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂର ଅଟନ୍ତି |

ସେ ଖଡଗପୁରର ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ରୁ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି। ଲୋକୋମୋଟିଭ୍ ର ରକ୍ଷଣାବେକ୍ଷଣ ଏବଂ କାର୍ଯ୍ୟରେ ତାଙ୍କର ଉତ୍ତମ ଏବଂ ଅଗାଧ ଅଭିଜ୍ଞତା ଅଛି | ଶ୍ରୀ ପଟ୍ଟନାୟକ ଦକ୍ଷିଣ ପୂର୍ବ ରେଳବାଇ ଏବଂ ପୂର୍ବ ତଟ ରେଳବାଇରେ ମଧ୍ୟ ବିଭିନ୍ନ ପଦବୀରେ କାର୍ଯ୍ୟ କରିଛନ୍ତି। ସେ ଆଇ ଏନ ଏସ ଇ ଏ ଡି ( INSEAD) ସିଙ୍ଗାପୁର ଏବଂ ହାଇଦ୍ରାବାଦର ଇଣ୍ଡିଆନ୍ ସ୍କୁଲ୍ ଅଫ୍ ବିଜିନେସ୍ (ଆଇସିବି) ରେ ତାଲିମ ନେବା ସହ ବିଭିନ୍ନ କର୍ମଶାଳାରେ ଅ°ଶ ଗ୍ରହଣ କରିଛନ୍ତି।